ଭୟଙ୍କର ହେଲମେଟ୍ ପିନ୍ଧି ବ୍ଯାଟିଂ ମଇଦାନକୁ ଓହ୍ଲାଇଲେ ଆଫ୍ରିଦି, ଆଉ ତା’ ପରେ

ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦି ପୁଣିଥରେ ଚର୍ଚ୍ଚାରେ। ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହୁଥିବା ଆଫ୍ରିଦି ଏବେ ପୁଣିଥରେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି। ବର୍ତ୍ତମାନ ପାକିସ୍ତାନରେ ଚାଲିଛି ପାକିସ୍ତାନ ସୁପର ଲିଗ୍। ଏହି ଲିଗରେ ଖେଳୁଥିବା ଶାହିଦ୍ ଆଫ୍ରିଦିଙ୍କ ହେଲମେଟକୁ ନେଇ ବେଶ୍ ଚର୍ଚ୍ଚାରେ ରହିଛନ୍ତି।

ଶନିବାର ଦିନ ପାକିସ୍ତାନ ସୁପର ଲିଗରେ ମୁଲତାନ ସୁଲତାନ ଓ କରାଚି କିଙ୍ଗସ୍ ମଧ୍ୟରେ ମ୍ୟାଚ୍ ଖେଳା ଯାଇଥିଲା। ହେଲେ ଏହି ମ୍ୟାଚରେ ଯେତେବେଳେ ଶାହିଦ୍ ଆଫ୍ରିଦି ବ୍ୟାଟିଂ କରିବାକୁ ଆସିଥିଲେ ସମସ୍ତେ ତାଙ୍କ ହେଲମେଟ୍ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଆଫ୍ରିଦି ମ୍ୟାଚରେ ଅସୁରକ୍ଷିତ ଡିଜାଇନର ହେଲେମଟ୍ ପିନ୍ଧି ମଇଦାନକୁ ଓହ୍ଲାଇଥିଲେ। ଆଫ୍ରିଦି ପିନ୍ଧିଥିବା ହେଲମେଟର ଆଗ ଫ୍ରେମର ଉପର ଭାଗ ନଥିଲା। ଯାହାଫଳରେ ସହଜରେ ତାଙ୍କ ମୁହଁ ଓ ଆଖିରେ ବଲ୍ ବାଜିବାର ସମ୍ଭାବନା ଥିଲା।

helmet

ଆଫ୍ରିଦି ଏଭଳି ହେଲମେଟ୍ ପିନ୍ଧି ସୁରକ୍ଷା ମାପଦଣ୍ଡର ଉଂଲ୍ଲଘନ କରିଛନ୍ତି। ଆଫ୍ରିଦିଙ୍କର ଏଭଳି କାର୍ଯ୍ୟକଳାପ ପାଇଁ ସେ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହୋଇଛନ୍ତି। ସୂଚନାଯୋଗ୍ଯ, ୨୦୧୪ରେ ଅଷ୍ଟ୍ରେଲିଆ ବୋଲର ଫିଲ ହ୍ଯୁଜଙ୍କ ର ବଲ ତଣ୍ଟିର ବାଜିବାରୁ ସେ ମରିଯାଇଥିଲେ। ସେତେବେଳେ ସେହି ହେଲମେଟର ପଛ ଭାଗରେ ଗାର୍ଡ ନଥିଲା।

Leave A Reply

Your email address will not be published.