ବର୍ଷା ଯୋଗୁଁ ଖେଳ ହେଲା ବନ୍ଦ କିନ୍ତୁ ପଡିଆରେ ଶାକିବ ଅଲ ହସନ ମାରିଲେ ଅଦ୍ଭୁତ ଡାଇଭ, ଦେଖନ୍ତୁ ଭିଡିଓ

ପାକିସ୍ତାନ ଏବଂ ବାଙ୍ଗଲାଦେଶ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ ଦ୍ୱିତୀୟ ଦିନରେ ପ୍ରବଳ ବର୍ଷା ଯୋଗୁଁ ଖେଳ ବନ୍ଦ ରହିଥିଲା। ଯାହା କାରଣରୁ ରବିବାର ଦିନ ମାତ୍ର ୩୮ଟି ବଲ୍ ଖେଳାଯାଇଥିଲା। ବର୍ଷା ଯୋଗୁଁ ପ୍ରଥମ ସେସନ ସଂପୂର୍ଣ୍ଣ ଭାବେ ବନ୍ଦ ରହିଲା। ସ୍ଥାନୀୟ ସମୟ ମୁତାବ, ଦ୍ୱିପ୍ରହର ୧୨ଟା ୫୦ ମିନିଟରୁ ଖେଳ ଆରମ୍ଭ ହୋଇଥିଲା କିନ୍ତୁ ମାତ୍ର ୬ ଓଭରର ହିଁ ଖେଳାଯାଇପାରିଲା। ବର୍ଷା ଯୋଗୁଁ ଖେଳ ଆରମ୍ଭ ହୋଇପାରିଲା ନାହିଁ। ଆଉ ଏଥିପାଇଁ ଖେଳ ରଦ୍ଦ କରିବା ପାଇଁ ନିଷ୍ପତ୍ତି ନିଆଗଲା। କିନ୍ତୁ ଏହାପରେ ବାଙ୍ଗଲାଦେଶର ଅଲରାଉଣ୍ଡର ଶାକିବ ଅଲ ହସନ ଚର୍ଚ୍ଚାରେ ରହିଥିଲେ।
ଶାକିବ ବର୍ଷା ଯୋଗୁ ପଡିଆରେ ପିଚରେ ଘୋଡା ହୋଇଥିବା ପାଲ ଉପରେ ଦମଦାର ଡାଇଭ କରିଥିଲେ। ଶାକିବଙ୍କର ଏପରି ଅନ୍ଦାଜ ଦେଖି ଫ୍ୟାନ୍ସସଙ୍କୁ ବହୁତ ପସନ୍ଦ ଆସିଥିଲା। ତା’ ପରେ ଏହି ଭିଡିଓ ଭାଇରଲ ହେବାରେ ଲାଗିଥିଲା। ପ୍ରଥମ ଦିନରେ ଖେଳ ବର୍ଷା ଯୋଗୁଁ ପ୍ରଭାବିତ ହୋଇଥିଲା। ତେଣୁ ଦ୍ୱିତୀୟ ଦିନ ମଧ୍ୟ ୯୮ ଓଭର ଖେଳାଯିବାର ଯୋଜନା ରହିଥିଲା। କିନ୍ତୁ ବର୍ଷା ଏବଂ କମ୍ ଆଲୋକ ଯୋଗୁଁ ଖେଳ ହୋଇପାରିନଥିଲା।
Excitement when the play is officially called off for the day @Sah75official 😂🏏 #BANvPAK pic.twitter.com/4ewyRqM23u
— Sikandar Bakht (@ImSikandarB) December 5, 2021
ସୂଚନାଯୋଗ୍ୟ, ପାକିସ୍ତାନ ଏବଂ ବାଙ୍ଗଲାଦେଶ ମଧ୍ୟରେ ଖେଳାଯାଉଥିବା ଏହି ଟେଷ୍ଟ ମ୍ୟାଚରେ ପାକିସ୍ତାନ ବ୍ୟାଟିଂ କରି ପ୍ରଥମ ଇନିଂସ ସୁଦ୍ଧା ୨ଟି ଓ୍ଵିକେଟ ହରାଇ ୧୮୮ ରନ୍ କରିଛି। ଗତକାଲି ଠାରୁ ବର୍ଷା ଯୋଗୁଁ ଖେଳରେ ବାଧା ଉପୁଜୁଛି। ପାକିସ୍ତାନ ତରଫରୁ ଆବିଦ ଅଲ୍ଲୀ ୩୯ ରନ, ଅବ୍ଦୁଲା ସାଫିକ୍ୟୁ ୨୫ ରନ କରି ଆଉଟ୍ ହୋଇଥିବା ବେଳେ ଅଜହର ଅଲୀ ୫୨ ରନ୍, ବାବର ଆଜମ ୭୧ ରନ୍ ଅପରାଜିତ ରହିଛନ୍ତି। ବାଙ୍ଗଲାଦେଶ ତରଫରୁ ତାଇଜୁଲ ଇସଲାମ୍ ୨ଟି ଓ୍ଵିକେଟ ନେଇଛନ୍ତି।