ଭାରତ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ପାକିସ୍ତାନକୁ ବଡ ଝଟକା, ହସପିଟାଲରେ ଭର୍ତ୍ତି ହେଲେ ଶାନ୍‌ ମସୁଦ

ଭାରତ ଓ ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌ ପୂର୍ବରୁ ପାକିସ୍ତାନକୁ ଝଟକା। ପାକିସ୍ତାନର ଟପ୍‌ ଅର୍ଡର ବ୍ୟାଟସମ୍ୟାନ ଶାନ ମସୁଦ ଆହତ ହୋଇଛନ୍ତି । ତାଙ୍କ ମୁଣ୍ଡରେ ବଲ୍‌ ବାଜିବାରୁ ତାଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଛି। ମେଲବର୍ଣ୍ଣରେ ପ୍ରାକ୍ଟିସ କରୁଥିବା ସମୟରେ ଏହି ଘଟଣା ଘଟିଥିଲା । ମହମ୍ମଦ ନଓ୍ଵାଜ ଏକ ସଟ୍‌ ଖେଳୁଥିବା ବେଳେ ବଲ୍‌ ସିଧା ଯାଇ ଶାନ ମସୁଦଙ୍କ ମୁଣ୍ଡରେ ବାଜିଥିଲା। ଏହା ପରେ ଶାନ୍‌ ଛଟପଟ ହୋଇ ତଳେ ପଡିଯାଇଥିଲେ। ସେଠାରୁ ତାଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା।

ରିପୋର୍ଟ ମୁତାବକ, ଶାନ୍‌ ମସୁଦ ଭାରତ ଓ ପାକିସ୍ତାନ ମ୍ୟାଚ ପୂର୍ବରୁ ଅଭ୍ୟାସ କରୁଥିବା ସମୟରେ ଏପରି ଦୁର୍ଘଟଣାର ଶିକାର ହୋଇଥିଲେ। ମହମ୍ମଦ ନଓ୍ଵାଜ ଏକ ସିଧା ସଟ୍‌ ଖେଳିଥିଲେ। ଏହି ବଲ୍‌ଟି ସିଧା ଯାଇ ଶାନ୍‌ ମସୁଦଙ୍କ ମୁଣ୍ଡରେ ବାଜିଥିଲା। ବଲ୍‌ ମୁଣ୍ଡରେ ବାଜିବା ପରେ ତଳେ ପଡି ଛଟପଟ ହୋଇଥିଲେ ଶାନ। ତେଣୁ ସେଠାରୁ ତୁରନ୍ତ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ହସପିଟାଲରେ ଚିକିତ୍ସିତ ହେଉଛି ଶାନ୍‌ ମସୁଦ। ତେବେ ଭାରତ ବିପକ୍ଷରେ ସେ ମ୍ୟାଚ୍‌ ଖେଳିବେ କି ନାହିଁ, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଖେଳିବା ପାଇଁ ଅନୁମତି ମିଳିବ ବୋଲି ଖବର ମିଳିଛି ।

ତେବେ ଶାନ୍‌ ମସୁଦ ଆହତ ହେବା ପାକିସ୍ତାନ ପାଇଁ ବଡ ଝଟକା। ଶାନ୍‌ ମସୁଦ ପାକିସ୍ତାନର ୩ ନଂ ବ୍ୟାଟର। ସେ ଭଲ ପ୍ରଦର୍ଶନ କରନ୍ତି। ଏପର୍ଯ୍ୟନ୍ତ ୧୨ ଟି-୨୦ ମ୍ୟାଚରେ ୧୨୫ ରନ୍‌ କରିସାରିଛନ୍ତି।

ତେବେ ଏବେ ଯଦି ଶାନ୍‌ ମସୁଦ ଭାରତ ବିପକ୍ଷ ମ୍ୟାଚ୍‌ ନ ଖେଳନ୍ତି, ତେବେ ପାକିସ୍ତାନ କାହାକୁ ସୁଯୋଗ ଦେବ। ତାଙ୍କ ସ୍ଥାନରେ କିଏ ଖେଳିବ ତାହାକୁ ନେଇ ଚିନ୍ତାରେ ରହିଛନ୍ତି ବାବର ଆଜମ। ସୂଚନାଯୋଗ୍ୟ, ଭାରତ ଓ ପାକିସ୍ତାନ ମ୍ୟାଚ୍‌ ଆସନ୍ତା ୨୩ ତାରିଖରେ ହେବ। ଯାହାକୁ ନେଇ ଦୁଇଦେଶର ଖେଳାଳି ଏବଂ ଫ୍ୟାନ୍ସ ବେଶ୍‌ ଉତ୍ସାହିତ ରହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.