ରଡ୍ ମାର୍ଶଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଲେଖିବାର ୧୨ ଘଣ୍ଟା ପରେ ନିଜେ ଆଖି ବୁଜିଲେ ସେନ୍ ୱର୍ଣ୍ଣ

କେନ୍ୟୁଜ୍(ବ୍ୟୁରୋ): ଅଷ୍ଟ୍ରେଲିଆର ପ୍ରଭାବୀ ଲେଗ ସ୍ପିନର । କ୍ରିକେଟର ସେନ୍ ୱର୍ଣ୍ଣ ଙ୍କ ଦେହାନ୍ତ ଖବର କ୍ରୀଡା ପ୍ରେମୀଙ୍କୁ ଦୁଃଖିତ କରିଛି । ତାଙ୍କ ଖେଳ ଯିଏ ଦେଖିଛି ସେ ଫ୍ୟାନ ହୋଇ ଯାଇଛି । ଆକାଶରେ ବଲ୍ କୁ ବୁଲାଇବାର କଳା କେବଳ ସେନ୍ ୱର୍ଣ ଙ୍କ ପାଖରେ ଥିଲା । ସେ ଏଭଳି ଜଣେ ଖେଳାଳି ତାଙ୍କ ଭଳି ହୁଏତ ଆଉ ଜଣେ ଦ୍ଵିତୀୟ ସ୍ପୀନର ଆସି ପାରିବେ ।
୧୨ଘଣ୍ଟା ତଳେ ନିଜେ ଅନ୍ୟଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଲେଖିଥିବା କ୍ରିକେଟର ଯେ ନିଜେ ୧୨ ଘଣ୍ଟା ପରେ ଆଖି ବୁଜିଦେବ ତାହା ହିଁ ସବୁଠୁଁ ବଡ ଆଶ୍ଚର୍ୟ୍ଯ କଥା । ୫୨ବର୍ଷ ବୟସରେ ତାଙ୍କର ହାର୍ଟ ଆଟାର୍ ରେ ଦେହାନ୍ତ ହୋଇ ଯାଇଛି । ସେ ନିଜେ ସକାଳ ପ୍ରାୟ ୭:୩୦ ରେ ଟ୍ବିଟ କରି ରଡନୀ ମାର୍ଶ ପରିବାର ବର୍ଗଙ୍କୁ ଧର୍ଯ୍ୟ ଧରିବାକୁ କହିଥିଲେ । ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ମାର୍ଶ ଙ୍କ ପାଇଁ । ମାର୍ଶ ମଧ୍ୟ ଜଣେ ବହୁତ୍ ବଡ ଖେଳାଳି ଥିଲେ । ତାଙ୍କ ନିଧନ ରେ ସେନ୍ ୱାର୍ଣ୍ଣ ଅନ୍ୟ ବନ୍ଧୁଙ୍କ ଭଳି ନିଜେ ତ୍ଵିଟ କରି ଦୁଃଖ ପ୍ରକାଶ କରି ଥିଲେ। ହେଲେ ଠିକ୍ ୧୨ଘଣ୍ଟା ପରେ ନିଜେ ପରଲୋକ ଗମନ କଲେ । ତେବେ ସନ୍ଦେହ କରାଯାଉଛି ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ।
ଜନ୍ମ :୧୩, ସେପ୍ଟେମ୍ବର ୧୯୬୯
ଜନ୍ମ ସ୍ଥାନ : ଅଷ୍ଟ୍ରେଲିଆର ଭିକ୍ଟୋରିଆ
ପ୍ରଥମ ମ୍ୟାଚ୍ : ୧୫ ଫେବୃୟାରୀ ୧୯୯୧
ବୋଷ୍ଟନ ବିରୋଧରେ ଭିକ୍ଟୋରିଆ ତରଫରୁ ଖେଳିଥିଲେ
ସେହି ବର୍ଷ ଅଷ୍ଟ୍ରେଲିଆର ‘ବି’ ଟିମ୍୍ରେ ସ୍ଥାନ ପାଇ ଜିମ୍ବାୱେ ଗଲେ
ଜିମ୍ବାୱେରେ ଦ୍ଵିତୀୟ ମ୍ୟାଚ୍୍ରେ ୪୯ ରନ୍ ଦେଇ ୭ ୱିକେଟ୍ ନେଇଥିଲେ
ପ୍ରଥମ ଟେଷ୍ଟ ମ୍ୟାଚ୍ ୨ ଜାନୁୟାରୀ ୧୯୯୨ ଭାରତ ବିପକ୍ଷରେ ଖେଳିଥିଲେ
ସେହି ଟେଷ୍ଟରେ ରବି ଶାସ୍ତ୍ରୀଙ୍କୁ ଆଉଟ୍ କରି ଗୋଟିଏ ୱିକେଟ୍ ନେଇଥିଲେ
ଶେଷ ଟେଷ୍ଟ ମ୍ୟାଚ୍ ୨ଜାନୁୟାରୀ ୨୦୦୭ ରେ
ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ
ପ୍ରଥମ ଏକ ଦିବସୀୟ ମ୍ୟାଚ ୨୪ ମାର୍ଚ୍ଚ ୧୯୮୩
ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲେ
୧୦ ଜାନୁଆରୀ ୨୦୦୫ରେ ଶେଷ ଏକ ଦିବସୀୟ ମ୍ୟାଚ ଖେଳିଥିଲେ
ଟେଷ୍ଟ ଏବଂ ଏକ ଦିବସୀୟ ରୁ ସନ୍ନ୍ୟାସ ନେବା ପରେ ସେ ରାଜସ୍ଥାନ ରୟାଲ ସହ ଯୋଡି ହେଲେ
IPLରେ ରାଜସ୍ଥାନ ରୟାଲସ ଟିମ୍ର କ୍ୟାପଟେନ ହେଲେ