ଗାର୍ଲଫ୍ରେଣ୍ଡକୁ ଧରି ବାବା ବାଗେଶ୍ବରଙ୍କ ପାଖରେ ପହଞ୍ଚିଲେ ଶିଖର ଧୱନ, ଆଶୀର୍ବାଦ ନେବା ପରେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ସହିତ ଖେଳିଲେ କ୍ରିକେଟ

ପୂର୍ବତନ କ୍ରିକେଟର ଶିଖର ଧୱନ ଏବେ ନୂଆ ଗାର୍ଲଫ୍ରେଣ୍ଡକୁ ନେଇ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ଶୋଫି ସାଇନଙ୍କ ସହିତ ଶିଖରଙ୍କୁ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଶିଖର ଧୱନ ଗାର୍ଲଫ୍ରେଣ୍ଡ ଶୋଫିଙ୍କ ସହିତ ବାଗେଶ୍ବର ବାଲାଜୀ ସନାତନ ମଠରେ ପହଞ୍ଚି ବାଲାଜୀ ସରକାରଙ୍କ ଆଶୀର୍ବାଦ ନେଇଛନ୍ତି । ଧୀରେନ୍ଦ୍ର ଶାସ୍ତ୍ରୀ ପୂର୍ବତନ କ୍ରିକେଟରଙ୍କୁ ମଞ୍ଚକୁ ଡାକି ପ୍ରଶଂସା କରିଛନ୍ତି ।

ଶିଖରଙ୍କ ସହିତ ଗାର୍ଲଫ୍ରେଣ୍ଡ ଶୋଫି ମଧ୍ୟ ବାଗେଶ୍ବର ବାବାଙ୍କ ଆର୍ଶୀବାଦ ନେଇଛନ୍ତି । ଧୀରେନ୍ଦ୍ର ଶାସ୍ତ୍ରୀ ଶିଖର ଧୱନଙ୍କୁ କେସର ରଙ୍ଗର ପଗଡି ପିନ୍ଧାଇ ତାଙ୍କୁ ସ୍ବାଗତ କରିଛନ୍ତି । ଏହାସହିତ ପାରଦ ଶିବଲିଙ୍ଗର ପୂଜା କରିଛନ୍ତି ଶିଖର ଧୱନ ।

ଶିଖର ଧୱନ ଏବଂ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ସହିତ କ୍ରିକେଟ ମଧ୍ୟ ଖେଳିଛନ୍ତି । ପ୍ରଥମେ ଧୱନ ବ୍ୟାଟିଂ କରିଥିବା ବେଳେ ଶାସ୍ତ୍ରୀଜୀ ଗୋଟିଏ ବଲରେ ବୋଲ୍ଡ କରିଛନ୍ତି । ସେହିପରି ଧୀରେନ୍ଦ୍ର ଶାସ୍ତ୍ରୀଜୀ ଧୱନଙ୍କ ବୋଲିଂରେ କିଛି ସଟ୍ ମଧ୍ୟ ମାରିଛନ୍ତି ।

ଶିଖରଙ୍କ ଗାର୍ଲଫ୍ରେଣ୍ଡ ଶୋଫି ସାଇନ ଆୟରଲାଣ୍ଡର ବାସିନ୍ଦା । ଚାମ୍ପିଅନ୍ସ ଟ୍ରଫିରେ ଭାରତ-ପାକିସ୍ତାନ ମ୍ୟାଚ ଦେଖିବାକୁ ଧୱନଙ୍କ ସହିତ ଆସିଥିଲେ । ଏହାପରେ ଦୁହିଁଙ୍କୁ ଏୟାରପୋର୍ଟ, ଇଭେଣ୍ଟରେ ଦେଖିବାକୁ ମିଳିଥିଲା । ଦୁହେଁ ଇନଷ୍ଟାଗ୍ରାମରେ ପରସ୍ପରକୁ ଫଲୋ ମଧ୍ୟ କରୁଛନ୍ତି ।

ସୂଚନାଯୋଗ୍ୟ, ୨୦୧୨ରେ ଶିଖର ଆୟଶା ମୁଖାର୍ଜୀଙ୍କ ସହିତ ବିବାହ କରିଥିଲେ । ୨୦୧୪ରେ ତାଙ୍କର ପୁଅ ଜୋରାବର ଜନ୍ମ ହୋଇଥିଲା । ଛାଡପତ୍ର ପରେ ଜୋରାବର ନିଜ ମା’ ସହିତ ମେଲବର୍ଣ୍ଣରେ ରହୁଛନ୍ତି । ଧଓ୍ଵନ ପୁଅକୁ ଦେଖାକରିବା ପାଇଁ ମେଲବର୍ଣ୍ଣ ମଧ୍ୟ ଯାଉଛନ୍ତି । ୨୦୨୦ରୁ ଉଭୟ ପତିପତ୍ନୀ ଭାବେ ରହୁନାହାନ୍ତି ।

୨୦୨୧ରେ ଶିଖର ଧଓ୍ଵନଙ୍କ ଜୀବନରେ ଭାଙ୍ଗିପଡିଥିଲେ । ପତ୍ନୀ ଆୟଶା ମୁଖାର୍ଜୀ ୯ ବର୍ଷର ସଂପର୍କ ଭାଙ୍ଗିବାକୁ ନିଷ୍ପତ୍ତି ନେଇ ତାଙ୍କୁ ଭାଙ୍ଗିଦେଇଥିଲେ ।

Also Read : ବାହାଘରର ୮ ବର୍ଷ ପରେ ବାପା ମା’ ହେଲେ ଜାହିର ଏବଂ ସାଗରିକା, ଶିଶୁପୁତ୍ରକୁ ଜନ୍ମ ଦେଲେ ଅଭିନେତ୍ରୀ