କଙ୍ଗାରୁ ଦଳକୁ ନଚାଇବା ପୂର୍ବରୁ ଶିଖରଙ୍କ ସହିତ ନାଚିଲେ ଶ୍ରେୟସ ଆୟର, ଦେଖନ୍ତୁ ଭିଡିଓ

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ଟି ଟେଷ୍ଟ ମ୍ୟାଚ ସିରିଜ ୯ ଫେବୃଆରୀରୁ ନାଗପୁରରେ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ୨ଟି ମ୍ୟାଚ୍‌ ପାଇଁ ଭାରତୀୟ ଟିମ୍‌ ଘୋଷଣା ହୋଇସାରିଛି । ଏହି ତାଲିକାରେ ଶ୍ରେୟସ ଆୟରଙ୍କ ନାମ ସାମିଲ ରହିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ ପୂର୍ବରୁ ଆୟରଙ୍କ ପିଠିରେ ଆଘାତ ଲାଗିଥିବା ଯୋଗୁଁ ଟିମରୁ ବାଦ୍‌ ପଡିଥିଲେ । ତାଙ୍କ ନ୍ୟାସନାଲ କ୍ରିକେଟ ଏକାଡେମୀର ରିହାବରେ ରହିବାକୁ ପଡିଥିଲା। ତେବେ ଆୟର ଆଘାତ ଏବଂ ଫିଟନେସକୁ ନେଇ ଭଲ ସଂକେତ ଦେଇଛନ୍ତି ।

ଶ୍ରେୟସ ଆୟର ଏବଂ ଶିଖର ଧଓ୍ଵନ ଏକାଠି ମିଶି ଏକ ରିଲ୍ସ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ଦୁହେଁ ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି। ଭିଡିଓରେ ଧଓ୍ଵନ ନିଜ ମୋବାଇଲ ଦେଖି ଦେଖି ଯାଉଥିବା ବେଳେ ଶ୍ରେୟସ ତାଙ୍କ ମୋବାଇଲ ଛଡାଇ ନେଉଛନ୍ତି। ଆଉ ଶ୍ରେୟସ ତାଙ୍କ ସହିତ ‘ବେବି କାମ୍‌ ଡାଉନ’ ଗୀତରେ ଡ୍ୟାନ୍ସ କରି ଦେଖାଉଛନ୍ତି। ଶ୍ରେୟସଙ୍କ ସହିତ ଧୀରେ ଧୀରେ ଶିଖର ଧଓ୍ଵନ ନାଚ ଆରମ୍ଭ କରିଦେଉଛନ୍ତି ।

ଦେଖନ୍ତୁ ଭିଡିଓ :

 

View this post on Instagram

 

A post shared by Shikhar Dhawan (@shikhardofficial)

ଏହି ଭିଡିଓ ସମସ୍ତଙ୍କୁ ପସନ୍ଦ ଆସୁଛି । ଆଇପିଏଲ ଟିମ୍‌ ପଞ୍ଜାବ କିଙ୍ଗସ ଏହି ଭିଡିଓକୁ ସେୟାର କରିଛି । ତେବେ ପୂର୍ବରୁ ସୋସିଆଲ ମିଡିଆରେ ଶିଖର ଧଓ୍ଵନ ଅନେକ ଭିଡିଓ ସେୟାର କରିଛନ୍ତି ।

ଅଷ୍ଟ୍ରେଲିଆ ବିପକ୍ଷ ଦୁଇଟି ଟେଷ୍ଟ ପାଇଁ ଭାରତ ଟିମ୍‌ : ରୋହିତ ଶର୍ମା, କେଏଲ ରାହୁଲ, ଶୁଭମନ ଗିଲ୍‌, ପୁଜାରା, ବିରାଟ କୋହଲି, ଶ୍ରେୟସ ଆୟର, କେଏସ ଭରତ(ଓ୍ଵିକେଟ କିପର), ଈଶାନ କିଶନ, ଆର.ଅଶ୍ୱିନ, ଅକ୍ଷର ପଟେଲ, କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା, ମହମ୍ମଦ ସାମି, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନାଦକଟ, ସୂର୍ଯ୍ୟକୁମାର ଯାଦବ ।

ପ୍ରଥମ ଟେଷ୍ଟ : ୯ରୁ ୧୩ ଫେବୃଆରୀ, ନାଗପୁର

ଦ୍ୱିତୀୟ ଟେଷ୍ଟ : ୧୭ରୁ ୨୧ ଫେବୃଆରୀ, ଦିଲ୍ଲୀ

ତୃତୀୟ ଟେଷ୍ଟ : ୧ରୁ ୫ ମାର୍ଚ୍ଚ, ଧର୍ମଶାଳା

ଚତୁର୍ଥ ଟେଷ୍ଟ : ୯ରୁ ୧୩ ମାର୍ଚ୍ଚ, ଅହମଦାବାଦ