ଜିମ୍ବାୱେ ବିପକ୍ଷରେ ମ୍ୟାଚ୍‌ ପୂର୍ବରୁ ମସ୍ତି କରୁଥିବାର ନଜର ଆସିଲେ ଧଓ୍ଵନ, ଈଶାନ ଓ ଶୁଭମନ୍‌; ସେୟାର କଲେ ଭିଡିଓ

ଜିମ୍ବାୱେ ବିପକ୍ଷରେ ଆଗାମୀ ୩ ଟି ମ୍ୟାଚ୍‌ର ଦିନିକିଆ ସିରିଜ୍‌ ପାଇଁ ଟିମ୍‌ ଇଣ୍ଡିଆ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। କେଏଲ୍‌ ରାହୁଲଙ୍କ ଦଳ ହରାରେ ଠାରେ ପହଞ୍ଚି ସାରିଲାଣି। ଗୁରୁବାର ଅର୍ଥାତ୍‌ ଆଜି ଭାରତୀୟ ଟିମ୍‌ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳିବ। ଏହା ପରେ ଦ୍ୱିତୀୟ ଦିନିକିଆ ଅଗଷ୍ଟ ୨୦ ରେ ଓ ତୃତୀୟ ଦିନିକିଆ ଅଗଷ୍ଟ ୨୨ର ଖେଳାଯିବ। ଏହା ପରେ ଭାରତୀୟ ଟିମ୍‌ ଏସିଆ କପ୍‌ ଟି-୨୦ ଟୁର୍ଣ୍ଣାମେଣ୍ଟରେ ବ୍ୟସ୍ତ ରହିବ।


ଜିମ୍ବାୱେ ବିପକ୍ଷରେ ପ୍ରଥମ ଓ୍ଵାନ୍‌ ଡେ ମ୍ୟାଚ୍‌ର ଦିନକ ପୂର୍ବରୁ ଉପ ଅଧିନାୟକ ଶିଖର ଧଓ୍ଵନ ସାଥୀ ଖେଳାଳିଙ୍କ ସହ ମସ୍ତି କରୁଥିବାର ନଜର ଆସିଛନ୍ତି। ସେ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ସେ ଈଶାନ କିଶନ ଓ ଶୁଭମନ ଗିଲଙ୍କ ସହ ଡ୍ୟାନ୍ସ କରୁଥିବାର ଦେଖାଯାଇଛି।

ଦେଖନ୍ତୁ ଭିଡିଓ:

 

View this post on Instagram

 

A post shared by Shikhar Dhawan (@shikhardofficial)

ଇନ୍‌ଷ୍ଟାଗ୍ରାମ୍‌ରେ ଏହି ଭିଡିଓକୁ ଧଓ୍ଵନ୍‌ ସେୟାର କରିଛନ୍ତି। ଏହି ରିଲ୍‌ରେ ତିନି ଜଣ ଯାକ ଖେଳାଳି ହୁଡି ଓ ସନ୍‌ଗ୍ଲାସ୍‌ ପିନ୍ଧିଛନ୍ତି। ଏଥିସହ ଷ୍ଟାଇଲିସ୍‌ ଲୁକ୍‌ ଦେଉଛନ୍ତି। ଧଓ୍ଵନ, ଈଶାନ ଓ ଶୁଭମନ୍‌ କଣ୍ଠଶିଳ୍ପୀ ଫରାସତ ଅନୀସଙ୍କ ଗୀତ ବିବାରେ ଡ୍ୟାନ୍ସ କରୁଥିବା ଦେଖାଯାଇଛି। ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଫ୍ୟାନ୍‌ ଏହି ଭିଡିଓକୁ ମନ ଭରି ଉପଭୋଗ କରୁଥିବା ଦେଖାଯାଇଛି।

Also Read: ଅର୍ଜୁନ୍‌ କପୁରଙ୍କୁ କଡ଼ା ଜବାବ ଦେଲେ ଗୃହମନ୍ତ୍ରୀ, କହିଲେ-ଧମକାଇବା ବଦଳରେ ଅଭିନୟ ଉପରେ ଧ୍ୟାନ ଦିନ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.