‘ଗବ୍ଦର ଇଜ୍‌ ବ୍ୟାକ୍‌…’ ଫଟୋ ଶେୟାର କରି ବୋଲର୍‌ମାନଙ୍କୁ ଚେତାବନୀ ଦେଲେ ଶିଖର ଧଓ୍ଵନ୍‌

ଭାରତୀୟ କ୍ରିକେଟ ଟିମ୍‌ର ଷ୍ଟାର୍‌ ଓପ୍‌ନର ଶିଖର ଧଓ୍ଵନ୍‌ କମ୍‌ବ୍ୟାକ୍‌ କରିବା ପାଇଁ ପୂରାପୂରି ପ୍ରସ୍ତୁତ। ଏ ନେଇ ସେ ଇନ୍‌ଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ଦିଲ୍ଲୀର ଏହି ଖେଳାଳି ଫଟୋ ଶେୟାର କରି କ୍ୟାପ୍‌ସନ ଲେଖିଛନ୍ତି, ‘କେତେ ବୋଲର୍‌ ଥିଲେ? ଗବ୍ଦର ଇଜ୍‌ ବ୍ୟାକ୍‌…’। ଫଟୋରେ ସେ ଘୋଡ଼ା ଉପରେ ବସିଥିବାର ନଜର ଆସୁଛନ୍ତି।

 

View this post on Instagram

 

Kitne bowler they? #Gabbar is back 😎👊🏼

A post shared by Shikhar Dhawan (@shikhardofficial) on

କହି ରଖୁଛୁ, ଶିଖର ନିଜ ଶେଷ ଓ୍ଵାନ୍‌ଡେ’ ଇଣ୍ଟରନ୍ୟାଶନାଲ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ, ଯାହାକି ହୋମ୍‌ ସିରିଜ୍‌ ଥିଲା। ତୃତୀୟ ଓ୍ଵାନ୍‌ଡେ’ ସମୟରେ କାନ୍ଧରେ ଆଘାତ ଲାଗିବା କାରଣରୁ ସେ ନ୍ୟୁଜିଲାଣ୍ଡରେ ହେବାକୁ ଥିବା ଟି-୨୦ ଏବଂ ଓ୍ଵାନ୍‌ଡେ’ରୁ ବାହାରି ଆସିଥିଲେ।