ଆଇପିଏଲ ବିଫଳତା ପାଇଁ ବାପାଙ୍କ ଠାରୁ ମାଡ଼ ଖାଇଲେ ଶିଖର ଧାୱନ, ଭାଇରଲ ହେଉଛି ଭିଡିଓ

ଗୋଟେ ପରେ ଗୋଟେ ହୋଇ ବର୍ଷିଲା ଗୋଇଠା, ଚାପୁଡ଼ା, ବିଧା। ଖାଲି ସେତିକି ନୁହେଁ ଛେଚା ବି ଖାଇଲେ । ଆପଣ ଭାବୁଥିବେ ଆମେ କାହା କଥା କହୁଛୁ କିଏ ଖାଇଲେ ବିଧା ଚାପୁଡ଼ା | ପ୍ରକୃତରେ ଏହି ବିଧା ଚାପୁଡ଼ା ଖାଇଛନ୍ତି ଶିଖର ଧାୱନ | ଆଇପିଏଲ୍‌ରୁ ବାହାର ହେବା ପରେ କ୍ରିକେଟର୍‌ ଶିଖର ଧୱନ୍‌ଙ୍କୁ ମିଳିଛିଏଭଳି ଦଣ୍ଡ। ସେ ପୁଣି ତାଙ୍କ ବାପାଙ୍କ ଠାରୁ | ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଚଳିତ ଆଇପିଏଲ୍‌ ସିଜିନ୍ ରେ ପଞ୍ଜାବ କିଙ୍ଗ୍ସ ୧୪ରୁ ୭ଟି ମ୍ୟାଚ୍‌ରେ ଜିତି ୧୪ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହି ନକ୍‌ଆଉଟ୍‌ରେ ପହଞ୍ଚିପାରି ନଥିଲା । ଦଳ ନକ୍‌ଆଉଟ୍‌ରେ ପହଞ୍ଚି ନ ପାରିବାରୁ ଏହାର ଓପନର୍‌ ଶିଖର ଧାୱନଙ୍କୁ ମାଡ଼ ମାରିଛନ୍ତି ତାଙ୍କ ବାପା।

 

View this post on Instagram

 

A post shared by Shikhar Dhawan (@shikhardofficial)

ଏନେଇ ଦଣ୍ଡ ଦେବାକୁ ଯାଇ ଧାୱନ୍‌ଙ୍କୁ ତାଙ୍କ ବାପା ଏଥିପାଇଁ ଖୁବ୍‌ ପିଟିଛନ୍ତି। ପାଖରେ ଥିବା ଅନ୍ୟ ପରିବାର ଲୋକେ ତାଙ୍କୁ ଯେତେ ଅଟକାଇଲେ ବି କିଛି ଶୁଣୁ ନାହାନ୍ତି। ଏହି ମାଡ ଖାଇବାର ଭିଡିଓକୁ ଧାୱନ ନିଜେ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଏହାର କ୍ୟାପସନ୍‌ରେ ଲେଖିଛନ୍ତି, ‘ ନକ୍‌ଆଉଟ୍‌ରେ ନ ପହଞ୍ଚିପାରିବାରୁ ମୋ ବାପା ମୋତେ ନକ୍‌ଆଉଟ୍‌ କରିଛନ୍ତି।’ ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି।