ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟରୁ ଧୱନଙ୍କ ଅବସର ଘୋଷଣା: କହିଲେ, କ୍ରିକେଟ ଯାତ୍ରାର ପଡ଼ିଲା ପୂର୍ଣ୍ଣଚ୍ଛେଦ

କ୍ରିକେଟକୁ ବାଏ ବାଏ କଲେ ଟିମ ଇଣ୍ଡିଆର ଷ୍ଟାର ଓପନର ଶିଖର ଧଓ୍ୱନ। ସୋଶାଲ ମିଡିଆରେ ଏକ ଭିଡିଓ ଜାରି କରି ସେ ଉଭୟ ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟରୁ ଅବସର ନେଇଥିବା ଘୋଷଣା କରିଛନ୍ତି। ଶିଖର ସୋଶାଲ ମିଡିଆରେ ଭିଡିଓ ଜାରି କରି କ୍ରିକେଟ ଯାତ୍ରାରେ ପୂର୍ଣ୍ଣଚ୍ଛେଦ ପଡ଼ିଲା ବୋଲି କହିଛନ୍ତି। ଏଥିସହ କ୍ରିକେଟରୁ ଅବସର ଘୋଷଣା କରିବା ବେଳେ ସେ ଭାବୁକ ହୋଇପଡିଥିବା ଦେଖିବାକୁ ମିଳିଛି। ସେ ବିସିସିଆଇ, ଡିଡିସିଆଇ(ଦିଲ୍ଲୀ ଆଣ୍ଡ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏସନ୍‌) ଓ ତାଙ୍କ ଫ୍ୟାନ୍‌ମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।  ମ୍ୟାଚରେ ସମ୍ପୂର୍ଣ୍ଣ ସମର୍ଥନ ଓ ଭଲପାଇବା ପାଇଁ   ସାଥୀ ଖେଳାଳିଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି।

 

୨୦୧୦ ରେ, ଧାୱନ ଅଷ୍ଟ୍ରେଲିଆ ବିପକ୍ଷ ODI ରେ ଭାରତ ପାଇଁ ଆନ୍ତର୍ଜାତୀୟ ଡେବ୍ୟୁ କରିବାର ସୁଯୋଗ ପାଇଲେ । ୨୦୧୧ ମସିହାରେ ସେ ଟି -୨୦ ରେ ଏବଂ ୨୦୧୩ ରେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲେ। ୨୦୧୩ ଧୱନଙ୍କ କ୍ୟାରିୟରର ସର୍ବୋତ୍ତମ ବର୍ଷ ଥିଲା । ଯେତେବେଳେ ସେ ୨୬ ଟି ODI ମ୍ୟାଚ୍ ରେ ୧୧୬୨ ରନ୍ ସ୍କୋର କରିଥିଲେ । ସେହି ବର୍ଷ ଧୱନ ଚାମ୍ପିଅନ୍ସ ଟ୍ରଫିରେ ୫ ଟି ମ୍ୟାଚରେ ୩୬୩ ରନ୍ ସଂଗ୍ରହ କରିଥିଲେ। ଚଳିତ ବର୍ଷ ତୃତୀୟ ଥର ପାଇଁ ଆଇସିସି ଇଭେଣ୍ଟରେ ଭାରତ ଚାମ୍ପିୟନ ହୋଇଛି। ଏହା ପରେ ଧାୱନ କ୍ରମାଗତ ଭାବରେ ଦଳରେ ସୁଯୋଗ ପାଇବାକୁ ଲାଗିଲେ।

ଶିଖର ଧଓ୍ୱନ୍‌ ନିଜ କ୍ୟାରିୟର୍‌ରେ ୩୪ ଟେଷ୍ଟ, ୧୬୭ ଦିନିକିଆ ଓ ୬୮ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଛନ୍ତି। ୨୦୧୩ରେ ଟେଷ୍ଟ କ୍ୟାରିୟର ଆରମ୍ଭ କରି ୩୪ ମ୍ୟାଚରୁ ୪୦ ଆଭରେଜରେ ୨ ହଜାର ୩୧୫ରନ ସଂଗ୍ରହ କରିଥିଲେ। ଟି -୨୦ ରେ ଧାୱନ ୧୭୫୯ ରନ୍ ସ୍କୋର କରି ୧୧ ଅର୍ଦ୍ଧଶତକ ହାସଲ କରିଛନ୍ତି। ଧାୱନ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ୧୦ ଡିସେମ୍ବର ୨୦୨୨ ରେ ବାଂଲାଦେଶ ବିପକ୍ଷରେ ଖେଳିଥିଲେ। ଏହା ପରେ ସେ କେବେବି ଟିମ୍ ଇଣ୍ଡିଆରେ ସୁଯୋଗ ପାଇନଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like