ଜିମ୍‌ରେ ଓ୍ଵାର୍କଆଉଟ୍‌ ଛାଡ଼ି ଡ୍ୟାନ୍ସରେ ମାତିଲେ ଶିଖର ଧଓ୍ଵନ, ଖଲିଲ୍‌ ଅହମ୍ମଦ ଓ କୁଲଦୀପ ଯାଦବ

ଭାରତୀୟ ଓପ୍‌ନର ବ୍ୟାଟ୍ସମ୍ୟାନ ଶିଖର ଧଓ୍ଵନ, ଦ୍ରୁତ ବୋଲର ଖଲିଲ୍‌ ଅହମ୍ମଦ ଓ ଚାଇନାମ୍ୟାନ୍‌ ବୋଲର କୁଲଦୀପ ଯାଦବ ବର୍ତ୍ତମାନ ବେଙ୍ଗାଲୁରୁର ନ୍ୟାଶନାଲ କ୍ରିକେଟ୍‌ ଏକାଡେମୀ(NCA)ରେ ସମୟ ବିତାଉଛନ୍ତି। ଏହି ସମୟରେ ଶିଖର ଧଓ୍ଵନ ଶନିବାର ଏକ ଭିଡିଓ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି, ଯେଉଁଥିରେ ସେ ନିଜ ଦୁଇ ସାଥୀଙ୍କ ସହ ଜିମ୍‌ରେ ଓ୍ଵାର୍କଆଉଟ ଛାଡ଼ି ଡ୍ୟାନ୍ସ କରୁଥିବା ଦେଖାଯାଉଛନ୍ତି।

 

View this post on Instagram

 

The Desi boysssss! Working out and dancing is a beautiful feeling. Makes it so much more fun! 😄 Have a good weekend you all! ✌

A post shared by Shikhar Dhawan (@shikhardofficial) on

ଭିଡିଓ ପୋଷ୍ଟ କରି ସେ ଲେଖିଛନ୍ତି, ‘ଦେଶୀ ବଏଜ୍‌…! ଓ୍ଵାର୍କଆଉଟ୍‌ ଓ ଡ୍ୟାନ୍ସ କରିବା ସୁଖଦ ଅନୁଭବ ଅଟେ। ଏହାକୁ ଆହୁରି ବି ମଜାଦାର କରନ୍ତୁ। ଆପଣ ସମସ୍ତଙ୍କର ଓ୍ଵିକେଣ୍ଡ ଭଲରେ କଟୁ’। କହି ରଖୁଛୁ, ଶିଖର ଟିମ୍‌ ଇଣ୍ଡିଆର ସେହି ଖେଳାଳିମାନଙ୍କ ମଧ୍ୟରେ ଅଛନ୍ତି, ଯେଉଁମାନେ ନିଜ ଆଲ୍‌ ରାଉଣ୍ଡ ଇମେଜ୍‌ ପାଇଁ ଜଣାଶୁଣା। ଅନେକ ଥର ସେ ମ୍ୟାଚ୍‌ ସମୟରେ ବି ଡ୍ୟାନ୍ସ କରୁଥିବାର ନଜର ଆସନ୍ତି।