‘ଆଉ କେତେ ତଳକୁ ଖସିବ’ ଆଫ୍ରିଦିଙ୍କୁ ଟାର୍ଗେଟ କଲେ ଶିଖର ଧୱନ, ଦେଲେ ଏଭଳି ପରାମର୍ଶ

ଜମ୍ମୁ କଶ୍ମୀର ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣକୁ ନେଇ ପୂର୍ବତନ ପାକିସ୍ତାନୀ କ୍ରିକେଟ ଶାହିଦ ଆଫ୍ରିଦିଙ୍କ ବୟାନ ପରେ ଶିଖର ଧୱନ ଟାର୍ଗେଟ କରିଛନ୍ତି । ଧୱନ ଆଫ୍ରିଦିଙ୍କୁ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି କେତେ ତଳକୁ ଖସିବ ବୋଲି ପଚାରିଛନ୍ତି ।

ଧୱନ ଲେଖିଛନ୍ତି, କାରଗିଲରେ ମଧ୍ୟ ହରାଇଥିଲୁ, ପୂର୍ବରୁ ଏତେ ତଳକୁ ଖସିଛ, ଆଉ କେତେ ଖସିବ । ଅଯଥା କମେଣ୍ଟ ପାସ୍ କରିବା ଅପେକ୍ଷା ଦେଶର ଅଗ୍ରଗତି ପାଇଁ ମୁଣ୍ଡ ଖଟାଅ । ଆମ ସେନା ଉପରେ ଆମେ ଗର୍ବିତ । ଭାରତ ମାତା କିଜୟ, ଜୟ ହିନ୍ଦ ।

ଆଫ୍ରିଦି କହିଥିଲେ, ଭାରତ ପହଲଗାମ ଘଟଣା ପାଇଁ ପାକିସ୍ତାନକୁ ଦାୟୀ କଲା, କିନ୍ତୁ ସେମାନେ ପ୍ରମାଣ ଓ ସତ୍ୟ ଦେଖାଇବା ଉଚିତ । କୌଣସି ଧର୍ମ ଏଭଳି ଘଟଣାକୁ ସମର୍ଥନ କରେ ନାହିଁ । ଆଫ୍ରିଦି ଆହୁରି କହିଥିଲେ, ପାକିସ୍ତାନ ନିଜେ ଆତଙ୍କବାଦର ଶିକାର, ତେଣୁ ଏଭଳି ଅଭିଯୋଗ ଦୁଃଖଦ । ଆଫ୍ରିଦି ଭାରତୀୟ ସେନା ଓ ଗୁଇନ୍ଦା ସଂସ୍ଥାଙ୍କ ବିଫଳତାକୁ ଦାୟୀ କରି କହିଛନ୍ତି, କାଶ୍ମୀରରେ ୮ ଲକ୍ଷ ସୈନ୍ୟ ମୁତୟନ ଥାଇ ମଧ୍ୟ ଏଭଳି ଘଟଣା ଘଟିଛି, ଯାହା ଭାରତୀୟ ସୁରକ୍ଷା ବ୍ୟବସ୍ଥାର ଅପାରଗତାକୁ ଦର୍ଶାଉଛି ।

ସୂଚନାଯୋଗ୍ୟ, ୨୨ ଏପ୍ରିଲରେ, ପାକିସ୍ତାନରୁ ଆସିଥିବା ଆତଙ୍କବାଦୀଙ୍କକ ଏକ ଗ୍ରୁପ କାଶ୍ମୀର ପହଲଗାମର ବୈସରଣ ଉପତ୍ୟକାରେ ବୁଲୁଥିବା ପର୍ଯ୍ୟଟକମାନଙ୍କୁ ଧର୍ମ ପଚାରି ହତ୍ୟା କରିଥି ଲେ। ଏଥିରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଆକ୍ରମଣ ପରେ ଜମ୍ମୁ-କଶ୍ମୀରରୁ ବହୁ ସଂଖ୍ୟକ ପର୍ଯ୍ୟଟକ ବୁକିଂ କ୍ୟାନସଲ କରି ଫେରି ଯାଇଥିଲେ । ତେବେ ଘଟଣାକୁ କିଛିଦିନ ବିତିବା ପରେ ପର୍ଯ୍ୟଟକମାନେ ଧୀରେ ଧୀରେ ପହଲଗାମ ସମେତ ଅନ୍ୟାନ୍ୟ ସ୍ଥାନକୁ ଫେରୁଥିଲେ । ପହଲଗାମରେ ମଧ୍ୟ ପୂର୍ବଭଳି ପର୍ଯ୍ୟଟକଙ୍କ ଗହଳିଚହଳି ନାହିଁ । ଏପରିସ୍ଥିତିରେ ସୁରକ୍ଷା ଦୃଷ୍ଟିରୁ ପର୍ଯ୍ୟଟନ ସ୍ଥଳ ଓ ରିସୋର୍ଟ ବନ୍ଦ ନେଇ ଜମ୍ମୁ କଶ୍ମୀର ସରକାରଙ୍କ ନିଷ୍ପତ୍ତି ଦ୍ବାରା ଏବେ ଅନିଶ୍ଚିତତା ସୃଷ୍ଟି ହୋଇଛି ।

Also Read : ପହଲଗାମ ଆକ୍ରମଣ ପରେ ବଡ଼ ନିଷ୍ପତ୍ତି, ବନ୍ଦ ହେଲା ୪୮ ରିସୋର୍ଟ ଏବଂ ପର୍ଯ୍ୟଟକ ସ୍ଥଳ