‘ମୋତେ ନ ପଚାରି ମୋ ବାହାଘର କାହିଁକି ଠିକ୍‌ କଲ ବାପା’ ଶିଖରଙ୍କୁ ମୁହଁତୋଡ ଜବାବ ଦେଲେ ବାପା

ଟିମ୍‌ ଇଣ୍ଡିଆର ଧୂଆଁଦାର ବ୍ୟାଟର ଶିଖର ଧଓ୍ଵନ ସାଉଥ ଆଫ୍ରିକା ବିପକ୍ଷ ସିରିଜ ଜିତିବା ପରେ ଏବେ ପରିବାର ସହିତ ସମୟ ବିତାଉଛନ୍ତି। ସାଉଥ ଆଫ୍ରିକା ବିପକ୍ଷ ସିରିଜରେ ଶିଖର ଧଓ୍ଵନ ଅଧିନାୟକତ୍ୱ ପଦ ସମ୍ଭାଳିଥିଲେ। ତେବେ ସିରିଜ ଜିତିବା ପରେ ନିଜ ପରିବାରକୁ ସମୟ ଦେଉଥିବା ଶିଖରଙ୍କର ଏକ ଭିଡିଓ ଭାଇରଲ ହେବାରେ ଲାଗିଛି। ଯେଉଁ ଭିଡିଓରେ ସେ ତାଙ୍କ ବାପାଙ୍କ ସହିତ ବାହାଘର ବିଷୟରେ କଥା ହେଉଛନ୍ତି। ଆଉ ଏହି ଭିଡିଓରେ ଶିଖର ଧଓ୍ଵନ ରାଗୁଥିବା ନଜର ଆସିଛନ୍ତି।

ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଭିଡିଓରେ ଶିଖର ଧଓ୍ଵନ ରାଗରେ ବାପାଙ୍କୁ ପଚାରୁଛନ୍ତି, ବାପା ମୋତେ ନ ପଚାରି ମୋ ବାହାଘର କେମିତି ଠିକ୍‌ କଲ। ଏହାର ଜବାବ ଦେଇ ତାଙ୍କ ବାପା କହୁଛନ୍ତି, ଯେମିତି ତତେ ନ ପଚାରି ତତେ ଜନ୍ମ କରିଛି।

ତେବେ ଏହା କୌଣସି ରିଅଲ ଲାଇଫ ପାଇଁ ନୁହେଁ ରିଲ୍ସ ପାଇଁ ଶିଖର ଏବଂ ତାଙ୍କ ବାପା ଏପରି କରିଛନ୍ତି। ଆଉ ଏହି ରିଲନ୍ସ ଦେଖି ଫ୍ୟାନ୍ସ ମଧ୍ୟ ବେଶ୍‌ ଖୁସି ହେଉଛନ୍ତି। ଆଉ ଧଓ୍ଵନ ଏହି ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, ବାପା ଆପଣ ଭଲ୍‌ ଖେଳିଲେ ।

 

View this post on Instagram

 

A post shared by Shikhar Dhawan (@shikhardofficial)

ଶିଖର ଧଓ୍ଵନ ନିଜ ବ୍ୟାଟିଂ ଷ୍ଟାଇଲ ନୁହେଁ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ବେଶ୍‌ ଚର୍ଚ୍ଚାରେ ରହିଥାନ୍ତି। ଗତ ବର୍ଷ ପତ୍ନୀ ଆୟଶାଙ୍କୁ ଛାଡପତ୍ର ଦେଇଛନ୍ତି ଧଓ୍ଵନ। ଶିଖର ଧଓ୍ଵନ ୨୦୧୨ରେ ଆୟଶା ମୁଖାର୍ଜୀଙ୍କୁ ବିବାହ କରିଥିଲେ। ଆୟଶା ଶିଖରଙ୍କ ଠାରୁ ୧୦ ବର୍ଷ ସାନ। ଆୟଶା ମେଲବର୍ଣ୍ଣରେ ରହୁଥିବା ବ୍ରିଟିଶ ବଙ୍ଗାଳୀ। ଶିଖର ଏବଂ ଆୟଶାଙ୍କର ଏକ ପୁଅ ମଧ୍ୟ ରହିଛି।

ଶିଖର ଧଓ୍ଵନ ଏପର୍ଯ୍ୟନ୍ତ ଭାରତୀୟ ଟିମ ପାଇଁ ୩୪ ଟେଷ୍ଟ, ୧୬୧ ଦିନିକିଆ ଏବଂ ୬୮ ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ଟେଷ୍ଟ ମ୍ୟାଚରେ ୪୦.୬୧ ରେଟରେ ୨୩୧୫ ରନ କରିଛନ୍ତି। ସେହିପରି ଦିନିକିଆରେ ୬୬୭୨ ଏବଂ ଟି-୨୦ରେ ୧୭୫୯ ରନ୍‌ କରିଛନ୍ତି।

 

View this post on Instagram

 

A post shared by Shikhar Dhawan (@shikhardofficial)

ଡବଲ ଏକ୍ସଏଲ୍‌’ରେ ଜଣାଶୁଣା ଭାରତୀୟ କ୍ରିକେଟର ଶିଖର ଧଓ୍ଵନ ମଧ୍ୟ ବହୁତ ଖାସ୍‌ ଅନ୍ଦାଜରେ ନଜର ଆସିବେ। ନିଜ ରୋଲ ବିଷୟରେ ଶିଖର ଧଓ୍ଵନ କୁହନ୍ତି କି, ତାଙ୍କ ନିର୍ଣ୍ଣୟ ବହୁତ ସହଜ ଥିଲା। ଦେଶ ପାଇଁ ଖେଳୁଥିବା ଜଣେ ଆଥ୍‌ଲେଟର ଜୀବନ ସବୁବେଳେ ବହୁତ ବ୍ୟସ୍ତ ଥାଏ। ଭଲ ଭଲ ମନୋରଞ୍ଜନ ଭିତ୍ତିକ ଫିଲ୍ମ ଦେଖିବାରେ ମୋର ବହୁତ ସଉକ ଅଛି। ଯେତେ ବେଳେ ଏହି ଅଫର ମୋ ପାଖକୁ ଆସିଲା ଏବଂ ମୁଁ କାହାଣୀ ଶୁଣିଲି, ତ ଏହାର ମୋ ଉପରେ ଗଭୀର ପ୍ରଭାବ ପଡ଼ିଥିଲା। ଫିଲ୍ମ ‘ଡବଲ ଏକ୍ସଏଲ୍‌’ ଆସନ୍ତା ନଭେମ୍ବର ୪ରେ ରିଲିଜ୍‌ ହେବାକୁ ଯାଉଛି।  ଫିଲ୍ମ ଗୁଲଶନ କୁମାର, ଟି-ସିରିଜ୍‌, ଓ୍ଵାକାଓ ଫିଲ୍ମସ୍‌ ଏବଂ ମୁଦସର ଅଜିଜ୍‌ଙ୍କ ଦ୍ୱାରା ନିର୍ମାଣ କରାଯାଇଛି।

Also Read : ବର୍ଷା ସାଜିବ ବାଧକ ! ବାତିଲ ହୋଇପାରେ ଭାରତ-ପାକସ୍ତାନ ଟି-୨୦ ବିଶ୍ୱକପ ମ୍ୟାଚ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.