ଭାରତ ଓ ବାଂଲାଦେଶ ଟି-୨୦ ସିରିଜ ପୂର୍ବରୁ ଭାରତକୁ ବଡ଼ ଝଟକା, ଶିବମ ଦୁବେଙ୍କ ସ୍ଥାନରେ ଖେଳିବେ ତିଲକ ବର୍ମା

ଭାରତ ଓ ବାଂଲାଦେଶ ମଧ୍ୟରେ ୩ ଟିକିଆ ଟି-୨୦ ସିରିଜ ଆସନ୍ତାକାଲିରୁ ଆରମ୍ଭ ହେବ ।  ଗ୍ୱାଲିୟରରେ ଖେଳାଯିବାକୁ ଥିବା ସିରିଜର ପ୍ରଥମ ମ୍ୟାଚ୍‌ ପୂର୍ବରୁ ଭାରତକୁ ବଡ଼ ଝଟକା ଲାଗିଛି । ଦଳର ଷ୍ଟାର ଅଲରାଉଣ୍ଡର ଶିବମ ଦୁବେ ବାଂଲାଦେଶ ବିପକ୍ଷ ଟି-୨୦ ସିରିଜରୁ ବାଦ ପଡ଼ିଛନ୍ତି । ବିସିସିଆଇ ପକ୍ଷରୁ ସୂଚନା ମିଳିଛି ।

ବିସିସିଆଇ ସୂଚନା ମୁତାବକ, ବ୍ୟାକ ଇଞ୍ଜୁରୀ ବା ପିଠିରେ ଯନ୍ତ୍ରଣା ଯୋଗୁ ଦୁବେ ବାଂଲାଦେଶ ବିପକ୍ଷ ଟି-୨୦ ସିରିଜରୁ ବାଦ ପଡ଼ିଛନ୍ତି । କ୍ରିକେଟ ବୋର୍ଡ ପକ୍ଷରୁ ତାଙ୍କ ବଦଳ ଖେଳାଳିଙ୍କ ନାଁ ମଧ୍ୟ ଘୋଷଣା କରାଯାଇଛି । ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଥିବା ତିଲକ ବର୍ମା ବାଂଲାଦେଶ ବିପକ୍ଷ ଟି-୨୦ ସିରିଜରେ ଦୁବେଙ୍କ ସ୍ଥାନରେ ଖେଳିବେ ।

ଶୁବମନ ଗିଲ, ଋତୁରାଜ ଗାଏକ୍ୱାଡ, ରିଷଭ ପନ୍ତ ଓ ଯଶସ୍ୱୀ ଜୟସୱାଲ, ବୁମରାଙ୍କ ଭଳି ଖେଳାଳି ଟିମରେ ନାହାନ୍ତି । ଏମାନେ ଏବେ ଟେଷ୍ଟ ସିରିଜରେ ବ୍ୟସ୍ତ ରହିଥିବା ବେଳେ ଟି୨୦ ବାଦ୍‌ ଦିଆଯାଇଛି । ଦଳରେ ନୂଆ ମୁହଁ ଭାବେ ଯୁବ ଦ୍ରୁତ ବୋଲର ମୟଙ୍କ ଯାଦବଙ୍କୁ ସୁଯୋଗ ମିଳିଛି । ସେହିପରି ସ୍ପିନର ବରୁଣ ଚକ୍ରର୍ବତ୍ତୀଙ୍କୁ ଟିମରେ ସୁଯୋଗ ମିଳିଛି ।

ଆସନ୍ତାକାଲି ପ୍ରଥମ ଟି-୨୦ ଖେଳା ଯିବାକୁ ଥିବା ବେଳେ ୯ ତାରିଖରେ ଦ୍ୱିତୀୟ ଓ ୧୨ ତାରିଖରେ ତୃତୀୟ ଟି-୨୦ ଅନୁଷ୍ଠିତ ହେବ । ବାଂଲାଦେଶ ଟିମ ୦-୨ରେ ଭାରତ ଠାରୁ ଟେଷ୍ଟ ସିରିଜ  ହାରିବା ପରେ ଟି-୨୦ରେ କମବ୍ୟାକର ଲକ୍ଷ୍ୟ ରଖିଛି ।

ଭାରତୀୟ ସ୍କ୍ୱାଡ: ସୂର୍ଯ୍ୟ କୁମାର ଯାଦବ(ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ(ୱିକେଟ କିପର), ରିଙ୍କୁ ସିଂହ, ହାର୍ଦ୍ଦିକ ପାଣ୍ଡ୍ୟା, ରିୟାନ ପରାଗ, ନୀତୀଶ କୁମାର ରେଡ୍ଡୀ, ୱାଶିଂଟନ ସୁନ୍ଦର, ରବି ବିଷ୍ଣୋଇ, ବରୁଣ ଚକ୍ରବର୍ତ୍ତୀ, ଜିତେଶ ଶର୍ମା, ଅର୍ଶଦୀପ ସିଂହ, ହର୍ଷିତ ରାଣା, ମୟଙ୍କ ଯାଦବ ଓ ତିଲକ ବର୍ମା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like