ଜିମ୍ବାୱେ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଟିମରେ ପରିବର୍ତ୍ତନ, ନୀତିଶଙ୍କ ସ୍ଥାନରେ ଶିବମ ଦୁବେଙ୍କୁ ମିଳିଲା ସ୍ଥାନ
ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଟିମ୍ ବର୍ତ୍ତମାନ ଟି୨୦ ବିଶ୍ୱକପ ୨୦୨୪ ୱେଷ୍ଟଇଣ୍ଡିଜରେ ଖେଳୁଛି । ଟିମ୍ ଆଜି ସେମିଫାଇନାଲରେ ଇଂଲଣ୍ଡ ସହିତ ମୁହାଁମୁହିଁ ହେବ । ଫାଇନାଲ ମ୍ୟାଚ ସରିବା ପରେ ଭାରତୀୟ ଟିମ୍ ଜିମ୍ବାେଓ୍ଵ ଟୁର କରିବ । ଜିମ୍ବାୱେ ବିପକ୍ଷରେ ୫ଟି ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବ । ଏଥିପାଇଁ ବିସିସିଆଇ ଜିମ୍ବାୱେ ବିପକ୍ଷରେ ଟି୨୦ ସିରିଜ ପାଇଁ ଭାରତୀୟ ଟିମ୍ ଘୋଷଣା କରିଛି । ପୂର୍ବରୁ ଏହି ଟିମରେ ନୀତିଶ କୁମାର ରେଡ୍ଡୀଙ୍କୁ ସ୍ଥାନ ମିଳିଥିଲା । ହେଲେ ଏଥିରେ ପରିବର୍ତ୍ତନ କରିଛି ବିସିସିଆଇ ଚୟନକର୍ତ୍ତା କମିଟି ।
ନୀତିଶ ଆହତ ସମସ୍ୟା ଯୋଗୁଁ ଏନସିଏର ତଦାରଖରେ ରହି ଚିକିତ୍ସିତ ହେଉଛନ୍ତି । ତେଣୁ ନୀତିଶଙ୍କ ସ୍ଥାନ ଶିବମ ଦୁବେଙ୍କୁ ଟିମରେ ଚୟନ କରାଯାଇଛି । ଏହି ସିରିଜ ପାଇଁ ବିସିସିଆଇ ଚୟନ କମିଟି ସଂପୂର୍ଣ୍ଣ ଭାବେ ଯୁବ ଟିମ୍କୁ ଚୟନ କରିଛି । ଜିମ୍ବାୱେ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଟିମର ଅଧିନାୟକ ଭାବେ ଶୁବମନ ଗିଲ୍ଙ୍କୁ ଚୟନ କରାଯାଇଛି ।
ଗିଲ୍ ପ୍ରଥମ ଥର କୌଣସି ସିରିଜରେ ଭାରତୀୟ ଟିମ ପାଇଁ ଅଧିନାୟକତ୍ୱ କରିବେ । ସେହିପରି ଅନେକ ଟିମ୍ ଏମିତି ଅଛନ୍ତି, ଯେଉଁମାନେ ପ୍ରଥମ ଥର ପାଇଁ ଭାରତୀୟ ଟିମ୍ରେ ସାମିଲ ହୋଇଛନ୍ତି । ସେହିପରି ଉପ ଅଧିନାୟକ ଦାୟିତ୍ୱରେ ସଂଜୁ ସାମସନ ରହିଛନ୍ତି । ଟିମରେ ନୂଆ ଯୁବପିଢିଙ୍କୁ ସ୍ଥାନ ମିଳିଛି । ରିୟାନ, ଖଲିଲ ଅହମଦ, ତୁଷାର ଦେଶପାଣ୍ଡେ ପ୍ରଥମ ଥର ପାଇଁ ଟିମରେ ଖେଳିବେ ।
ପ୍ରଥମ ଟି୨୦ ମ୍ୟାଚ ଜୁଲାଇ ୬ ତାରିଖ, ଦ୍ୱିତୀୟ ୭, ତୃତୀୟ ୧୦, ଚତୁର୍ଥ ୧୩ ଏବଂ ୫ମ ଟି୨୦ ମ୍ୟାଚ ୧୪ ଜୁଲାଇରେ ହେବ ।
ଜିମ୍ବାୱେ ଟି୨୦ ସିରିଜ ପାଇଁ ଭାରତୀୟ ଟିମ୍ : ଶୁବମନ ଗିଲ୍ (ଅଧିନାୟକ), ଯଶସ୍ୱୀ ଜୟସଓ୍ଵାଲ, ଋତୁରାଜ ଗାଏକ୍ୱାଡ, ଅଭିଷେକ ଶର୍ମା, ରିଙ୍କୁ ସିଂ, ସଂଜୁ ସାମସନ(ଓ୍ଵିକେଟ କିପର), ଧ୍ରୁବ ଜୁରେଲ(ଓ୍ଵିକେଟ କିପର), ଶିବମ ଦୁବେ, ରିୟାନ ପରାଗ, ଓ୍ଵାଂଶିଟନ ସୁନ୍ଦର, ରବି ବିଷ୍ନୋଇ, ଆବେଶ ଖାନ, ଖଲିଲ ଅହମଦ, ମୁକେଶ କୁମାର, ତୁଷାର ଦେଶପାଣ୍ଡେ ।