ଆଉ ଦୌଡିପାରିବେନି ରାଓ୍ଵଲପିଣ୍ଡି ଏକ୍ସପ୍ରେସ ! ମେଲବର୍ଣ୍ଣରେ ହେବାକୁ ଯାଉଛି ବଡ ଅସ୍ତ୍ରୋପଚାର

କ୍ରିକେଟ ଜଗତର ଦ୍ରୁତତମ ବୋଲର ଶୋଏବ ଅଖତର। ଖାସ୍‌ ଏପରି ଦକ୍ଷତା ଯୋଗୁଁ ତାଙ୍କୁ ରାଓ୍ଵଲପିଣ୍ଡି ଏକ୍ସପ୍ରେସ ବୋଲି କୁହାଯାଏ। ତାଙ୍କ ବୋଲିଂର ସ୍ପିଡ ଦେଖି ସାମ୍ନାରେ ଥିବା ବ୍ୟାଟ୍ସମ୍ୟାନ୍‌ ଭୟ କରନ୍ତି। ତାଙ୍କର ରନଅପ୍‌ ଦେଖି ବ୍ୟାଟ୍ସମ୍ୟାନ ଡରନ୍ତି। କ୍ରିକେଟ ମଇଦାନରେ ହାଇସ୍ପିଡ ବୋଲିଂ କରୁଥିବା ଶୋଏବ ଅଖତରଙ୍କୁ ନେଇ ଯେଉଁ ଖବର ଆସୁଛି, ତାହା ଫ୍ୟାନଙ୍କ ପାଇଁ ଶୁଭଙ୍କର ନୁହେଁ।

ଶୋଏବ ଏବେ ଆଉ କ୍ରିକେଟ ଖେଳୁନାହାନ୍ତି ଯଦିଓ କିନ୍ତୁ ଓ୍ଵାଲର୍ଡ କ୍ରିକେଟରେ ଏପର୍ଯ୍ୟନ୍ତ ଏମିତି କୌଣସି ବୋଲର ନାହିଁ ଯିଏକି ତାଙ୍କ ସ୍ପିଡକୁ ମାତ୍‌ ଦେଇପାରିବ। ଖବର ମୁତାବକ, ଶୋଏବ ଯେଉଁ ସ୍ପିଡରେ ଦୌଡୁଥିଲେ ଆଉ ଦୌଡିପାରିବେ ନାହିଁ। ଶୋଏବ ଅଖତର ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି କି, ସେ ଆଉ କେବେ ବି ଦୌଡିପାରିବେ ନାହିଁ। ଆଉ ତା’ର କାରଣ ମଧ୍ୟ ସୋଏବ କହିଛନ୍ତି। ଶୋଏବ କହିଛନ୍ତି, ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ତାଙ୍କର ବଡ ଧରଣର ଅସ୍ତ୍ରୋପଚାର ହେବାକୁ ଯାଉଛି। ତାଙ୍କ ସଂପୂର୍ଣ୍ଣ ଆଣ୍ଠୁର ରିପ୍ଲେସମେଣ୍ଟ ହେବ। ଏଥିପାଇଁ ସେ ଖୁବଶୀଘ୍ର ଅଷ୍ଟ୍ରେଲିଆ ଗସ୍ତରେ ଯିବେ। ଆଉ ଫ୍ୟାନ୍ସ ଏକଥା ଜାଣିବା ପରେ ନିରାଶ ହୋଇଛନ୍ତି।

 

View this post on Instagram

 

A post shared by Shoaib Akhtar (@imshoaibakhtar)

ନିକଟରେ ଶୋଏବ ଅଖତର ବେଶ୍‌ ଚର୍ଚ୍ଚାରେ ରହିଥିଲେ। ପାକିସ୍ତାନର ସରକାରୀ ଚ୍ୟାନେଲରେ ଆଙ୍କର ନୌମାନ ନିୟାଜଙ୍କ ସହିତ ବେଶ ବିବାଦରେ ରହିଥିଲେ। ଯାହା ପରେ ଶୋଏବ ଲାଇଭ ଟିଭିରେ ଇସ୍ତଫା ଦେବା ପାଇଁ ଘୋଷଣା କରିଦେଇଥିଲେ। ପରେ କିନ୍ତୁ ଆଙ୍କର ନୌମାନ ଶୋଏବଙ୍କୁ କ୍ଷମା ମାଗିଥିଲେ।

ଶୋଏବ ଅଖତର ୨୦୧୧ରେ କ୍ରିକେଟ ଜଗତରୁ ସବୁ ଫର୍ମାଟରୁ ସନ୍ନ୍ୟାସ ନେଇଥିଲେ। ଶୋଏବ ପାକିସ୍ତାନ ପାଇଁ ୪୬ ଟେଷ୍ଟ, ୧୬୩ ଦିନିକିଆ ଏବଂ ୧୫ଟି ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିଛନ୍ତି।

Leave A Reply

Your email address will not be published.