‘ମୁଁ ବହୁତ କଷ୍ଟରେ ଅଛି…’, ଅଷ୍ଟ୍ରେଲିଆରେ ସୋଏବ ଅଖତର କରାଇଲେ ଆଣ୍ଠୁ ସର୍ଜରୀ; ହସ୍ପିଟାଲରୁ ସେୟାର କଲେ ଭିଡିଓ

ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର ଏବେ ଅଷ୍ଟ୍ରେଲିଆରେ ଅଛନ୍ତି ଏବଂ ସେଠି ନିଜର ସର୍ଜରୀ କରାଇଛନ୍ତି। ଆଣ୍ଠୁ ସର୍ଜରୀ କରାଇବାକୁ ଯାଇଥିବା ସୋଏବ ହସ୍ପିଟାଲ ବେଡ୍‌ରୁ ଏକ ଭିଡିଓ ସେୟାର କରିଛନ୍ତି ଏବଂ ଫ୍ୟାନମାନଙ୍କୁ ମେସେଜ୍‌ ଦେଇଛନ୍ତି। ସେ କହିଛନ୍ତି କି, ସେ ବର୍ତ୍ତମାନ କଷ୍ଟରେ ଅଛନ୍ତି ଏବଂ ତାଙ୍କ ପାଇଁ ଫ୍ୟାନମାନଙ୍କର ପ୍ରାର୍ଥନା ଦରକାର।

୪୬ ବର୍ଷୀୟ ସୋଏବ ଅଖତର ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ସେ ନିଜର ଦୁଇଟି ଯାକ ଆଣ୍ଠୁର ସର୍ଜରୀ କରାଇଛନ୍ତି। ଭିଡିଓରେ ସେ କହିଛନ୍ତି, ସେ ଆଶା କରୁଛନ୍ତି ଏହା ତାଙ୍କର ଶେଷ ସର୍ଜରୀ ହେବ। ଏହା ୫/୬ ଘଣ୍ଟାର ସର୍ଜରୀ ଥିଲା।

ସୋଏବ କହୁଛନ୍ତି, ‘ଅବସରର ୧୧ ବର୍ଷ ପରେ ବି ମୁଁ କଷ୍ଟରେ ଅଛି। ମୁଁ ୪/୫ ବର୍ଷ ଆହୁରି ଖେଳିପାରି ଥାଆନ୍ତି। ମୋତେ ଜଣାଥିଲା, ଏମିତି କରିବି ଯଦି ହ୍ଵିଲ୍‌ ଚେୟାରକୁ ଆସିଯିବି। କିନ୍ତୁ ମୁଁ ଯାହା ବି କରିଛି, ପାକିସ୍ତାନ ପାଇଁ କରିଛି। ପୁଣି ମଉକା ମିଳିବ ତ ପୁଣିଥରେ କରିବି’।

 

View this post on Instagram

 

A post shared by Shoaib Akhtar (@imshoaibakhtar)

କହି ରଖୁଛୁ, ସୋଏବ ଅଖତର କ୍ରିକେଟରୁ ଅବସର ନେବା ପରେ କମେଣ୍ଟ୍ରି ଏବଂ ନିଜର ୟୁଟ୍ୟୁବ୍‌ ଚ୍ୟାନେଲରେ ବହୁତ ଆକ୍ଟିଭ୍‌ ଅଛନ୍ତି। ପାକିସ୍ତାନୀ ଦ୍ରୁତ ବୋଲିଂର କିମ୍ବଦନ୍ତୀ ସୋଏବ ଅଖତର ୪୬ଟି ଟେଷ୍ଟରେ ୧୭୮ ଓ୍ଵିକେଟ୍‌ ନେଇଛନ୍ତି। ଏଥି ସହିତ ୧୬୩ଟି ଦିନିକିଆ ଖେଳି ୨୪୭ ଓ୍ଵିକେଟ୍‌ ହାତେଇଛନ୍ତି। କେବଳ ଏତିକି ନୁହେଁ, ସେ ୧୫ଟି ଟି-୨୦ ଇଣ୍ଟରନ୍ୟାସନାଲ ମଧ୍ୟ ଖେଳିଛନ୍ତି, ଯେଉଁଥିରେ ତାଙ୍କ ନାମରେ ୧୯ଟି ଓ୍ଵିକେଟ୍‌ ରହିଛି।

Leave A Reply

Your email address will not be published.