ବାପା ହେବେ ସୋଏବ ମଲ୍ଲିକ, ପତ୍ନୀ ସନା ଗର୍ଭବତୀ ଥିବା ନେଇ ଫ୍ୟାନ୍ସ କରୁଛନ୍ତି ଚର୍ଚ୍ଚା !

ଭାରତର ଷ୍ଟାର ଟେନିସ ଖେଳାଳି ସାନିଆ ମିର୍ଜାଙ୍କ ପୂର୍ବତନ ସ୍ବାମୀ ପୁଣିଥରେ ବାପା ହେବାକୁ ଯାଉଛନ୍ତି । ସୋଏବ ମଲ୍ଲିକ ସାନିଆଙ୍କୁ ଛାଡପତ୍ର ଦେବା ପରେ ଅଭିନେତ୍ରୀ ସନା ଜାଭେଦଙ୍କୁ ବିବାହ କରିଥିଲେ । ସୋଏବର ସନା ତୃତୀୟ ପତ୍ନୀ । ଆଉ ସୋଏବ ସନାଙ୍କୁ ବିବାହର ବର୍ଷେ ପରେ ବାପା ହେବାକୁ ଯାଉଛନ୍ତି । ସନା ଜାଭେଦଙ୍କ ଏକ ଭିଡିଓ ଭାଇରଲ ହେଉଛି । ଯେଉଁଥିରେ ସନା ଗର୍ଭବତୀ ଥିବା ନେଇ ଫ୍ୟାନ୍ସ ଆକଳନ କରୁଛନ୍ତି ।
ସନା ଜାଭେଦ ପାକିସ୍ତାନର ଲୋକପ୍ରିୟ ଅଭିନେତ୍ରୀ ଫହାଦ ମୁସ୍ତଫାଙ୍କ ରମଜାନ ସ୍ପେଶାଲ ଶୋ ଜୀତୋ ପାକିସ୍ତାନରେ ସାମିଲ ହୋଇଥିଲେ । ଏହି ସମୟର ଏକ ଭିଡିଓ ଭାଇରଲ ହେବାରେ ଲାଗିଛି । ଯେଉଁଥିରେ ଦୁଇଜଣ ପ୍ରତିଯୋଗୀ ଶୋରେ କିଛି ଖାଉଥିବାର ଦେଖିବାକୁ ମିଳିଛନ୍ତି । ସନା ତାଙ୍କ ପାଖରେ ଏପଟ ସେପଟ ହେଉଛନ୍ତି ଏବଂ ବାନ୍ତି କରିବା ପାଇଁ ପ୍ରତିକ୍ରିୟା ଦେଉଛନ୍ତି । ଏହି ଭିଡିଓ ଦେଖି ଫ୍ୟାନ୍ସ ସନା ଗର୍ଭବତୀ ଥିବା ନେଇ ଚର୍ଚ୍ଚା କରୁଛନ୍ତି ।
ସନାଙ୍କ ଏହି ଭାଇରଲ ଭିଡିଓରେ ଫ୍ୟାନ୍ସ ବିଭିନ୍ନ ପ୍ରକାର କମେଣ୍ଟ କରୁଛନ୍ତି । କେହି କେହି ଗର୍ଭାବସ୍ଥାରେ ଏମିତି ହୁଏ ବୋଲି ମଧ୍ୟ କହିଛନ୍ତି । ଆଉ କେହି ଗର୍ଭବତୀ ଥିବା କହିଛନ୍ତି ।
ସୂଚନାଯୋଗ୍ୟ, ସନା ଅନେକ ପାକିସ୍ତାନୀ ସେଲିବ୍ରିଟିଙ୍କ ସହିତ କାମ କରିଛନ୍ତି । ଇମ୍ରାନ ଆବାସଙ୍କ ‘ଡର ଖୁଦା ସେ’, ଫିରୋଜ ଖାନଙ୍କ ସହିତ ‘ଏ ମୁସ୍ତ-ଏ-ଖାକ୍’ ଏବଂ ଖାନୀ ଭଳି ସିରିଅଲରେ କାମ କରିଛନ୍ତି ।
ସୂଚନାଯୋଗ୍ୟ, ସୋଏବ ମଲ୍ଲିକ ଏବଂ ସାନିଆ ମିର୍ଜା ୨୦୧୦ ଏପ୍ରିଲରେ ବିବାହ କରିଥିଲେ । ସେତେବେଳେ ଭାରତରେ ଏହାକୁ ନେଇ ଅନେକ ବିବାଦ ଦେଖିବାକୁ ମିଳିଥିଲା । ଦୁହିଁଙ୍କ ବିବାହ ହାଇଦ୍ରାବାଦରେ ହୋଇଥିଲା । ୨୦୧୮ରେ ଉଭୟଙ୍କର ପୁଅ ହୋଇଥିଲା ।
Also Read : ଫସିଲେ ସୋଏବ ମଲ୍ଲିକ : ଗୋଟିଏ ଓଭରରେ ୩ଟି ନୋ ବଲ୍, କ୍ରିକେଟ କଣ୍ଟ୍ରାକ୍ଟ ଶେଷ