ପ୍ୟାରିସ୍ ପାରାଲିମ୍ପିକ୍ସରେ ଭାରତ ପାଇଁ ପଞ୍ଚମ ପଦକ ଆଣିଲେ ସୁଟର ରୁବିନା ଫ୍ରାନ୍ସିସ୍

ପ୍ୟାରିସ୍ ପାରାଲିମ୍ପିକ୍ସରେ ଭାରତ ପାଇଁ ପଞ୍ଚମ ପଦକ ଆଣିଛନ୍ତି, ସୁଟର ରୁବିନା ଫ୍ରାନ୍ସିସ୍ । ୧୦ ମିଟର ଏୟାର ପିସ୍ତଲ SH1 ଇଭେଣ୍ଟରେ ରୁବିନା ଫ୍ରାନ୍ସିସ୍ ବ୍ରୋଞ୍ଜ ପଦକ ଜିତିଛନ୍ତି । ଏହାକୁ ମିଶାଇ ସୁଟିଂ ରେଞ୍ଜରୁ ଆସିଛି ଚତୁର୍ଥ ପଦକ। ଏହାପୂର୍ବରୁ ଗତକାଲି ଭାରତ ସୁଟିଂରେ ଗୋଟିଏ ସ୍ବର୍ଣ୍ଣକୁ ମିଶାଇ ମୋଟ୍ ୩ଟି ପଦକ ଏବଂ ସ୍ପ୍ରିଣ୍ଟରେ ଗୋଟିଏ ପଦକ ହାସଲ କରିସାରିଛି ।
ଆଜି ବ୍ୟାଡମିଣ୍ଟନରେ ଉଭୟ ସୁହାସ ୟତିରାଜ ଏବଂ ସୁକାନ୍ତ କଦାମ ପୁରୁଷ ଏକକ ସେମିଫାଇନାଲ ଇଭେଣ୍ଟରେ ନିଜର ସ୍ଥାନ ସୁରକ୍ଷିତ କରିଛନ୍ତି । ଯାହା ଦ୍ବାରା ଭାରତ ପାଇଁ ଅତି କମରେ ଗୋଟିଏ ପଦକ ନିଶ୍ଚିତ ହୋଇଛି । ବର୍ତ୍ତମାନ ସମସ୍ତ ନଜର ସରିତା ଦେବୀଙ୍କ ଉପରେ ରହିଛି । ଯିଏ ମହିଳା କମ୍ପାଉଣ୍ଡ ତୀରନ୍ଦାଜୀରେ କ୍ବାର୍ଟର ଫାଇନାଲକୁ ଉନ୍ନିତ ହୋଇଛନ୍ତି ।
ଗତକାଲି ଅଭନି ଲେଖରା ୧୦ ମିଟର ରାଇଫଲରେ ସ୍ୱର୍ଣ୍ଣ ପଦକ ବଜାୟ ରଖିଥିବାବେଳେ ମୋନା ଅଗ୍ରୱାଲ ବ୍ରୋଞ୍ଜ ପଦକ ଜିତିଥିଲେ । ମନୀଷ ନରୱାଲ ୧୦୦ ମିଟର ପିସ୍ତଲରେ ରୌପ୍ୟ ପଦକ ଜିତିଥିବାବେଳେ ପ୍ରୀତି ପାଲ ପାରାଲିମ୍ପିକ୍ସରେ ଏକ ସ୍ପ୍ରିଣ୍ଟ ଇଭେଣ୍ଟରେ ପଦକ ଜିତି ପ୍ରଥମ ଭାରତୀୟ ଭାବେ ଇତିହାସ ସୃଷ୍ଟି କରିଥିଲେ ।