‘ମୋତେ ତ ପଚାର’ ! ଅମ୍ପାୟରଙ୍କ ଡିଆରଏସକୁ ନେଇ ରାଗିଗଲେ ଶ୍ରେୟସ

ପଞ୍ଜାବ କିଙ୍ଗସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ ୮ ୱିକେଟରେ ବିଜୟ ହାସଲ କରିଛି । ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଶତକରେ ପଞ୍ଜାବ କିଙ୍ଗସ ମ୍ୟାଚ ହାରିଛି । ହେଲେ ଏହି ମ୍ୟାଚ ବେଳେ ଅମ୍ପାୟରଙ୍କ ଉପରେ ରାଗିଯାଇଥିଲେ ପଞ୍ଜାବ ଅଧିନାୟକ ଶ୍ରେୟସ ଆୟର । ଅମ୍ପାୟର ଶ୍ରେୟସଙ୍କୁ ନ ଚାହିଁ ଡିଆରଏସ ସଂକେତ ଦେଇଥିଲେ, ଯାହାକୁ ଦେଖି ଶ୍ରେୟସ ରାଗିଯାଇଥିଲେ ।
ସନରାଇଜର୍ସ ହାଇଦ୍ରବାଦର ବ୍ୟାଟିଂ ସମୟରେ ୫ ଓଭର ବୋଲିଂ ଚାଲିଥିବା ବେଳେ ଗ୍ଲେନ ମ୍ୟାକ୍ସୱେଲ ପାୱରପ୍ଲେରେ ବୋଲିଂ କରୁଥିଲେ । ୫ ଓଭରର ଦ୍ବିତୀୟ ବଲରେ ହେଡଙ୍କ ଲେଗ ସାଇଡରେ ହୋଇ କିପର ଧରିଥିଲେ । ଏହାପରେ କିପର ଏବଂ ବୋଲର ଦୁହେଁ ଅପିଲ୍ କରିଥିଲେ । ଏହାପରେ ଅମ୍ପାୟର ତୁରନ୍ତ ପଛକୁ ଦେଖି ଥାର୍ଡ ଅମ୍ପାୟରକୁ ଡିଆରଏସ ପାଇଁ ସଂକେତ ଦେଇଥିଲେ । ଏହା ଦେଖିବା ପରେ ଶ୍ରେୟସ ରାଗିଯାଇଥିଲେ ।
Shreyas Iyer’s angry reaction over DRS call. pic.twitter.com/huZBhbDn4F
— CricAsh (@ash_cric) April 12, 2025
ତେବେ ନିୟମ ଅନୁସାରେ ଡିଆରଏସ ନେବା ନ ନେବାର ନିଷ୍ପତ୍ତି ଅଧିନାୟକ ହାତରେ ରହିଥାଏ । କିନ୍ତୁ ଶ୍ରେୟସଙ୍କ ସହିତ ଏମିତି କିଛି ହୋଇନଥିଲା । ଏହାପରେ ଶ୍ରେୟସ ରାଗି ଯାଇ ଅମ୍ପାୟରଙ୍କୁ କହିଥିଲେ, ମୋତେ ତ ପଚାରିବା ଦରକାର ! ଶ୍ରେୟସଙ୍କ ଏଭଳି କଥାରେ ଅମ୍ପାୟର ବହୁତ ନିରାଶ ନଜର ଆସିଥିଲେ । ଏହାପରେ ଶ୍ରେୟସ ଡିଆରଏସ ନେବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଏହା ଆଉଟ୍ ନଥିଲା ।
ଏହି ମ୍ୟାଚରେ ହେଡ୍ ୩୭ ବଲରେ ୩ ଛକା ଏବଂ ୯ ଚଉକା ସହାୟତାରେ ୬୬ ରନ୍ କରିଥିଲେ । ଅଭିଷେକ ଶର୍ମା ୧୪୧ ରନ କରି ରେକର୍ଡ କରିଥିଲେ । ଆଇପିଏଲରେ କୌଣସି ଭାରତୀୟ ଖେଳିଥିବା ସର୍ବାଧିକ ରନ୍ କରିଛନ୍ତି ଅଭିଷେକ ।
ଶ୍ରେୟସଙ୍କ ଅଧିନାୟକତ୍ବରେ ପଞ୍ଜାବ କିଙ୍ଗସ ୨ଟି ବିଜୟ ସହିତ ଆଇପିଏଲ ଆରମ୍ଭ କରିଥିଲା । କିନ୍ତୁ ଏହାପରେ ଲଗାତାର ୨ଟିମ ମ୍ୟାଚ ହାରିଥିଲା । ପଞ୍ଜାବ କିଙ୍ଗସ ଦ୍ବିତୀୟ ଥର ପାଇଁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ହାରିଛି । ପଞ୍ଜାବ କିଙ୍ଗସ ୫ଟି ମ୍ୟାଚରୁ ୩ଟି ମ୍ୟାଚ ଜିତି ପଏଣ୍ଟ ତାଲିକାରେ ୬ ନଂ ସ୍ଥାନରେ ରହିଛି ।
ଆଇପିଏଲର ୨୨ତମ୍ ଲିଗ୍ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ପଞ୍ଜାବ କିଙ୍ଗସ୍ ଓ ସନରାଇଜର୍ସ ଦ୍ରାଇଦ୍ରାବାଦ । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗସ ଦମଦାର ଆରମ୍ଭ କରିଥିଲା ଦଳ । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ଆଗରେ ୨୪୬ ରନର ଟାର୍ଗେଟ ରଖିଥିଲା ପଞ୍ଜାବ । ଅଭିଷେକ ଶର୍ମା ଧୂଆଁଧାର ଇନିଂସ ଖେଳିଥିଲେ । ୯ଟି ବଲ୍ ବାକିଥାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା ହାଇଦ୍ରାବାଦ ।
Also Read : ଭାରତୀୟ ଭାବେ ଆଇପିଏଲରେ ସର୍ବାଧିକ ରନ କରିବାର ରେକର୍ଡ, ୪୦ ବଲରେ ଶତକ ମାରିଲେ ଅଭିଷେକ ଶର୍ମା