ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ପଦ ଛାଡିବା ପରେ ଭାବବିହ୍ଵଳ ହେଲେ ଶ୍ରେୟସ ଆୟର, ‘ଯନ୍ତ୍ରଣା ସହିବା ସହଜ ନୁହେଁ’

ଶ୍ରେୟସ ଆୟର ନୂଆ ଆଇପିଏଲ୍‌ ଟିମର ଅଧିନାୟକ। ଶ୍ରେୟସଙ୍କୁ କୋଲକତା ନାଇଟ ରାଇଡର୍ସ ନିଜର ନୂଆ କ୍ୟାପଟେନ ଚୟନ କରିଛି। ଆଇପିଏଲ୍‌ ୨୦୨୨ ନିଲାମୀରେ ଶ୍ରେୟସଙ୍କୁ ନାଇଟ ରାଇଡର୍ସ ୧୨.୫ କୋଟି ଦାମ୍‌ରେ କିଣିଥିଲା। ଶ୍ରେୟସଙ୍କ ଲିଡରସିପ୍‌ କ୍ଷମତା ଦେଖି ଟିମର ଦାୟିତ୍ୱ ତାଙ୍କୁ ଦିଆଯାଇଛି। ପୂର୍ବରୁ ତାଙ୍କ ଅଧିନାୟକତ୍ୱରେ ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିଲା। ଏବେ ଦିଲ୍ଲୀର ଅଧିନାୟକ ଦାୟିତ୍ୱ ଋଷଭ ପନ୍ତଙ୍କୁ ମିଳିଛି।

ଶ୍ରେୟସ ଯଦି ଆହତ ହୋଇନଥାନ୍ତେ, ତେବେ କେବେ ବି ଅଧିନାୟକତ୍ୱ ଛାଡିନଥାନ୍ତେ। ଆହତ ହେବା ମୋ ପାଇଁ ବଡ ଝଟକା। ଆହତ ହେବା ଯେତିକି କଷ୍ଟଦାୟକ ନୁହେଁ, ଏହାର ଯନ୍ତ୍ରଣା ସହିବା ବହୁତ କଷ୍ଟକର। ୨୦୧୯-୨୦ ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍‌ ପାଇଁ ଭଲ ଖେଳିଥିଲେ ଶ୍ରେୟସ। ନ୍ୟୁଜିଲାଣ୍ଡରେ ଦମଦାର ଫର୍ମରେ ଥିଲେ ଶ୍ରେୟସ। ଅଧିନାୟକ ଭାବେ ଆଇପିଏଲ୍‌ରେ ପାଖାପାଖି ୫୦୦ ରନ୍‌ କରିଥିଲେ। ଏହା ପରେ ସେ ଆହତ ହେବାରୁ ବିଶ୍ରାମ ନେଇଥିଲେ।

କୋଲକତା ନାଇଟ ରାଇଡର୍ସର ଅଧିନାୟକ ପରେ ଶ୍ରେୟସ ଗତ ୫ଟି-୨୦ ମ୍ୟାଚରେ ୪ଟି ଅର୍ଦ୍ଧଶତକ କରିସାରିଛି। ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ସିରିଜରେ ଶ୍ରେୟସ ଆୟର ଲଗାତାର ତିନିଟି ମ୍ୟାଚରେ ଅପରାଜିତ ଅର୍ଦ୍ଧଶତକ କରିଥିଲେ। ଟିମ୍‌ ୩-୦ରେ ସିରିଜ ଜିତିଥିଲା। ୨୦୨୨ ଆଇପିଏଲରେ କୋଲକତାକୁ ଚାମ୍ପିଅନ କରିବା ଶ୍ରେୟସଙ୍କ ଲକ୍ଷ୍ୟ ରହିଛି।

Also Read : ଭେଙ୍କଟେଶ ଆୟରଙ୍କ ପ୍ରାଇଭେଟ ପାର୍ଟରେ ବାଜିଲା ବଲ୍‌, ଯନ୍ତ୍ରଣାରେ ଛଟପଟ ହୋଇ ମଧ୍ୟ ଧରିଲେ କ୍ୟାଚ୍‌: ଦେଖନ୍ତୁ ଭିଡିଓ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.