ବିମାନବନ୍ଦରରେ କୁକୁର ଆକ୍ରମଣର ସମ୍ମୁଖୀନ ହେଲେ ଶ୍ରେୟସ ଆୟର । ଭାରତୀୟ ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଜଣେ ଫ୍ୟାନ୍ସଙ୍କ କୁକୁର ସହିତ ଖେଳିବାକୁ ଚେଷ୍ଟା କରୁଥିଲେ । କିନ୍ତୁ ଆହତ ହେବାରୁ ଅଳ୍ପକେ ବର୍ତ୍ତିଲେ ଶ୍ରେୟସ । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।
ନ୍ୟୁଜଲାଣ୍ଡ ବିପକ୍ଷରେ ତିନିଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବାକୁ ଶ୍ରେୟସ ଭାରତୀୟ ଟିମକୁ ଫେରିଛନ୍ତି । ପୂର୍ବରୁ ଆଘାତ ଯୋଗୁଁ ଦୁଇ ମାସ ପାଇଁ ସମସ୍ତ ମ୍ୟାଚରୁ ବାଦ ପଡିଥିଲାବେଳେ ସେ ପୁଣି ଆଉ ଏକ ଆଘାତରୁ ଅଳ୍ପକେ ରକ୍ଷା ପାଇଛନ୍ତି । ଅଟୋଗ୍ରାଫ୍ ନେବାକୁ ଆସିଥିବା ଜଣେ ପ୍ରଶଂସକ ହାତରେ କୁକୁରଟିକୁ ଧରି ତାଙ୍କ ପାଖକୁ ଆସିଥିଲେ । ଶ୍ରେୟସ୍ ଅଟୋଗ୍ରାଫ୍ ଦେବା ସହ କୁକୁରଟିକୁ ସ୍ନେହରେ ଧରିବାକୁ ଯାଉଥିଲେ । ସେହି ସମୟରେ ହଠାତ୍ କୁକୁରଟି କାମୁଡିବାକୁ ଚେଷ୍ଟା କରିଥିଲା । ହେଲେ ଶ୍ରେୟସ୍ ସେଠାରୁ ହସି ହସି ପଳାଉଥିବାର ଭିଡିଓରେ ଦେଖିବାକୁ ମିଳିଛି ।
ଯଦି ତାଙ୍କ କ୍ରିକେଟ୍ ପ୍ରଦର୍ଶନ କଥା କୁହାଯାଏ ତେବେ ସେ ମୁମ୍ବାଇ ପାଇଁ ଖେଳିଥିଲେ । ହିମାଚଳ ପ୍ରଦେଶ ବିପକ୍ଷରେ ଦଳର ଅଧିନାୟକତ୍ୱ ଏବଂ ୪ ନମ୍ବରରେ ବ୍ୟାଟିଂ କରି, ସେ ୫୩ ବଲ୍ ରୁ ଚମତ୍କାର ୮୨ ରନ୍ କରିଥିଲେ । ପରବର୍ତ୍ତୀ ମ୍ୟାଚ୍ରେ ପଞ୍ଜାବ ବିପକ୍ଷରେ, ଆୟର ଆଉ ଏକ ଭଲ ଇନିଂସ ଖେଳିଥିଲେ । ଯେଉଁଥିରେ ୩୪ ବଲ୍ରେ ୪୫ ରନ୍ କରିଥିଲେ ।
Dog tried to snatch Shreyas Iyer at the airport – he got surprised 😅
Sarpanch saab just returned fit — PLEASE protect him at all costs🙏😎 pic.twitter.com/TxtBRw9OlC
— Jara (@JARA_Memer) January 9, 2026
Also Read : ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍, ଖେଳୁଛନ୍ତି ବିରାଟ କୋହଲି ଓ ରୋହିତ ଶର୍ମା