କୋଲକତା ନାଇଟ ରାଇଡର୍ସକୁ ଝଟକା, ଆଇପିଏଲ ୧୬ରୁ ବାଦ୍‌ ପଡିଲେ ଟିମର ଅଧିନାୟକ ଶ୍ରେୟସ ଆୟର

ଆଇପିଏଲ ୧୬ରୁ ବାଦ୍‌ ପଡିଲେ କେକେଆର ଅଧିନାୟକ ଶ୍ରେୟସ ଆୟର । ପିଠି ଯନ୍ତ୍ରଣା ଯୋଗୁଁ ଆଇପିଏଲ୍‌ ୨୦୨୩ ଏବଂ ଓ୍ଵାଲର୍ଡ ଟେଷ୍ଟ ଚାମ୍ପିଅନସିପରୁ ବାଦ୍‌ ପଡିଛନ୍ତି ଶ୍ରେୟସ । ୫ ମାସ ପର୍ଯ୍ୟନ୍ତ ଖେଳରୁ ବିଶ୍ରାମ ନେବେ ଶ୍ରେୟସ ବୋଲି ଜଣାପଡିଛି ।

ଆଇପିଏଲ୍‌ ସିଜନ ୧୬ରୁ ବାଦ୍‌ ପଡିଛନ୍ତି କେକେଆର ଅଧିନାୟକ ଶ୍ରେୟସ ଆୟର । ଆହତ ଜନିତ ସମସ୍ୟା ଯୋଗୁଁ ଆଇପିଏଲ୍‌ ୨୦୨୩ ଏବଂ ଓ୍ଵାଲର୍ଡ ଟେଷ୍ଟ ଚାମ୍ପିଅନସିପ ଫାଇନାଲରୁ ବାଦ୍‌ ପଡିପାରନ୍ତି । ୨୦୨୩ ଆଇପିଏଲ ସିଜିନ ପାଇଁ କେକେଆରର ଅଧିନାୟକ ରହିଥିଲେ ଶ୍ରେୟସ ଆୟର । ଆଉ ଆହତଜନିତ ସମସ୍ୟା ଯୋଗୁଁ ୫ ମାସ ପର୍ଯ୍ୟନ୍ତ କ୍ରିକେଟରୁ ଦୂରେଇ ରହିବେ ଶ୍ରେୟସ । ଅଷ୍ଟ୍ରେଲିଆ ବିପକ୍ଷ ୪ର୍ଥ ଟେଷ୍ଟ ମ୍ୟାଚରେ ପିଠି ଯନ୍ତ୍ରଣଶ ଯୋଗୁଁ ଖେଳରୁ ବାଦ୍‌ ପଡିଥିବା ସୂଚନା ମିଳିଛି ।

ତେବେ ଆଇପିଏଲ ୨୦୨୩ ସିଜିନ ପାଇଁ କେକେଆରର ଅଧିନାୟକ ରହିଥିଲେ ଶ୍ରେୟସ ଆୟର । ଆଉ ଆଇପିଏଲରୁ ଆଉଟ୍‌ ହେବା ପରେ କେକେଆରର ଅଧିନାୟକ କିଏ ସମ୍ଭାଳିବ ତାହାକୁ ନେଇ ଟିମ୍‌ ଏବେ ଚିନ୍ତାରେ । ଗତ ସିଜିନରେ କେକେଆର ୧୪ଟି ମ୍ୟାଚରୁ ୬ଟି ମ୍ୟାଚ ଜିତିଥିବା ବେଳେ ୮ଟି ମ୍ୟାଚ୍‌ ପରାଜୟ ହୋଇଥିଲା ।

ତୃତୀୟ ଦିନ ଖେଳ ପରେ ଶ୍ରେୟସ ପିଠିର ତଳ ଭାଗରେ ଯନ୍ତ୍ରଣା ହେଉଥିବା ନେଇ ଟିମ ମ୍ୟାନେଜମେଣ୍ଟକୁ ଜଣାଇଥିଲେ । ଏହାପରେ ତାଙ୍କର ସ୍କାନିଂ ପାଇଁ ମେଡିକାଲ ପଠାଯାଇଥିବା ବେଳେ ବିସିସିଆଇର ଏକ ମେଡିକାଲ ଟିମ ତାଙ୍କ ଉପରେ ଲଗାତାର ନଜର ରଖିଛି । ଆହତ ସମସ୍ୟା ଯୋଗୁଁ ସେ ସିରିଜର ପ୍ରଥମ ଟେଷ୍ଟରୁ ବାଦ୍ ପଡିଥିଲେ । ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ପିଠିରେ ଆଘାତ ପାଇଥିଲେ ଶ୍ରେୟସ ଆୟର ।


ତେବେ ଯଦି ଆଇପିଏଲ ପାଇଁ ଶ୍ରେୟସ ନ ଖେଳନ୍ତି, ତେବେ ତାଙ୍କ ସ୍ଥାନରେ କାହାକୁ ଦାୟିତ୍ୱ ଦିଆଯିବ ?

ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ୍ ଆଣ୍ଡ୍ରେ ରସେଲ କେକେଆର ସବୁଠାରୁ ଅଭିଜ୍ଞ ଓ ଅନୁଭବୀ ଖେଳାଳି। ଏକୁଟିଆ ସେ ଟିମକୁ ଅନେକ ବିଜୟ ଦେଇଛନ୍ତି । ତେବେ ଆୟରଙ୍କ ଅନୁପସ୍ଥିତିରେ କୋଲକାତା ନାଇଟ୍ ରାଇଡର୍ସ ରସେଲଙ୍କୁ ସେମାନଙ୍କର ଅଧିନାୟକ କରିପାରେ ।
ନ୍ୟୁଜିଲ୍ୟାଣ୍ଡର ଅଭିଜ୍ଞ ଦ୍ରୁତ ବୋଲର ଟିମ୍ ସାଉଦୀ ମଧ୍ୟ କେକେଆର୍ ପାଇଁ ଅଧିନାୟକତ୍ୱ ଦାୟିତ୍ୱ ନେଇପାରନ୍ତି । ଅନେକ ଥର ସାଉଦୀ ନ୍ୟୁଜିଲାଣ୍ଡ ଦଳର ଦାୟିତ୍ୱ ମଧ୍ୟ ନେଇଛନ୍ତି। ଏଥି ସହିତ ସେ ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ ଟେଷ୍ଟ ଦଳର ଅଧିନାୟକ ମଧ୍ୟ ଅଛନ୍ତି। ଏପରି ପରିସ୍ଥିତିରେ, କେକେଆର୍ ତାଙ୍କ ଅଧିନାୟକତ୍ୱ ଅଭିଜ୍ଞତାରୁ ମଧ୍ୟ ଉପକୃତ ହୋଇପାରିବେ ଏବଂ ଫ୍ରାଞ୍ଚାଇଜ୍ ତାଙ୍କୁ ଆୟରଙ୍କ ସ୍ଥାନରେ ଅଧିନାୟକ କରିପାରେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.