ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ଭାରତକୁ ଝଟକା, ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟର ଆହତ

ଶେଷ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆକୁ ଝଟକା ଲାଗିଛି । ଭାରତୀୟ ଦଳର ଜଣେ ଷ୍ଟାର ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟର ଆହତ ହୋଇଥିବା ଖବର ମିଳିଛି ।

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନିଟି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ମାର୍ଚ୍ଚ ୧୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ମ୍ୟାଚ ଖେଳାଯିବ । ବର୍ଡର ଗାଭାସ୍କର ଟ୍ରଫିର ଟେଷ୍ଟ ସିରିଜ ପରେ ପରେ ଦିନିକିଆ ମ୍ୟାଚ୍‌ ଖେଳିବ । ତେବେ ଶେଷ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆକୁ ଝଟକା ଲାଗିଛି । ଭାରତୀୟ ଦଳର ଜଣେ ଷ୍ଟାର ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟର ଆହତ ହୋଇଥିବା ଖବର ମିଳିଛି ।

ତୃତୀୟ ଦିନ ଖେଳ ପରେ ଶ୍ରେୟସ ପିଠିର ତଳ ଭାଗରେ ଯନ୍ତ୍ରଣା ହେଉଥିବା ନେଇ ଟିମ ମ୍ୟାନେଜମେଣ୍ଟକୁ ଜଣାଇଥିଲେ । ଏହାପରେ ତାଙ୍କର ସ୍କାନିଂ ପାଇଁ ମେଡିକାଲ ପଠାଯାଇଥିବା ବେଳେ ବିସିସିଆଇର ଏକ ମେଡିକାଲ ଟିମ ତାଙ୍କ ଉପରେ ଲଗାତାର ନଜର ରଖିଛି । ଏଥିପାଇଁ ଭାରତର ପ୍ରଥମ ପାଳିରେ ସେ ବ୍ୟାଟିଂ ପାଇଁ ମଧ୍ୟ ଆସିନଥିଲେ । ତାଙ୍କ ସ୍ଥାନରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ବ୍ୟାଟିଂ ପାଇଁ ପଠାଇଥିଲେ ରୋହିତ ।

ଆହତ ସମସ୍ୟା ଯୋଗୁଁ ସେ ସିରିଜର ପ୍ରଥମ ଟେଷ୍ଟରୁ ବାଦ୍ ପଡିଥିଲେ । ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ପିଠିରେ ଆଘାତ ପାଇଥିଲେ ଶ୍ରେୟସ ଆୟର । ଏହି ସମସ୍ୟା ପୁଣିଥରେ ଦେଖା ଦେଇଥିବାରୁ ଏହା ଏବେ ଶ୍ରେୟସ ଏବଂ ଟିମ ଇଣ୍ଡିଆ ପାଇଁ ଏକ ବଡ ଚିନ୍ତାର ବିଷୟ ପାଲଟିଯାଇଛି ।

ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟ ଭାରତ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ ରହିଛି । ଏଥିରେ ବିଜୟ ହେଲେ ଦଳ ବିଶ୍ୱ ଟେଷ୍ଟ ଚମ୍ପିଆନସିପରେ ସ୍ଥାନ ପାଇବ, କିନ୍ତୁ ପରାଜୟ ଏହି ଆଶାକୁ ଭାଙ୍ଗି ଦେଇପାରେ । ତେଣୁ ଭାରତ ଏଥିପାଇଁ ଖୁବ କସରତ କରୁଥିବା ଦେଖାଯାଇଛି ।

ସୂଚନାଯୋଗ୍ୟ, ଶ୍ରେୟସ ୨୦୨୩ ଆଇପିଏଲରେ କୋଲକତା ନାଇଟ ରାଇଡର୍ସର ଅଧିନାୟକ ଦାୟିତ୍ୱ ତୁଲାଇବେ । ତେଣୁ ତାଙ୍କୁ ଆରାମ ଦିଆଯିବାର ସମ୍ଭାବନା ଅଧିକ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.