ଗର୍ଜିଲା ଶ୍ରେୟସ ଆୟରଙ୍କ ବ୍ୟାଟ୍, ମାତ୍ର ୫୧ ବଲରେ ପୂରଣ କଲେ ଶତକ, ମାରିଲେ ୧୦ ଛକା

ଘରୋଇ କ୍ରିକେଟରେ କମାଲ କରିଛନ୍ତି ଭାରତୀୟ ଟିମର ବ୍ୟାଟର ଶ୍ରେୟସ ଆୟର । ଆଇପିଏଲ ୨୦୨୫ ପୂର୍ବରୁ ଧୂଆଁଦାର ଶତକ ମାରିଛନ୍ତି । ଶ୍ରେୟସ ୧୦ଟି ଛକା ଏବଂ ୫ ଚଉକା ବଳରେ ୧୧୪ ରନ୍ କରି ଅପରାଜିତ ରହିଛନ୍ତି । ବିଜୟ ହଜାରେ ଟ୍ରଫିରେ କମାଲ କରିଛନ୍ତି ଶ୍ରେୟସ ଆୟର । ମୁମ୍ବାଇ ଅଧିନାୟକ କର୍ଣ୍ଣାଟକ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଶତକ ମାରିଛନ୍ତି ।

ଏହି ମ୍ୟାଚରେ ଶ୍ରେୟସ ଆୟର ୫୫ ବଲରେ ୧୧୪ ଅପରାଜିତ ରନ୍ ଇନିଂସ ଖେଳିଛନ୍ତି । ଏହାପୂବର୍ରୁ ଖେଳାଯାଇଥିବା ସୈୟଦ ମୁସ୍ତଫା ଅଲ୍ଲୀ ଟ୍ରଫିରେ ଶ୍ରେୟସ ଶତକ ମାରିଥିଲେ । ସୈୟଦ ମୁସ୍ତଫା ଅଲ୍ଲୀ ଟ୍ରଫି ପୂର୍ବରୁ ମଧ୍ୟ ଶ୍ରେୟସ ଶତକ ମାରିଥିଲେ । ସେତେବେଳେ ଗୋଆ ବିପକ୍ଷରେ ୧୩୦ ରନ ଅପରାଜିତ ମାରିଥିଲେ । ବିଜୟ ହଜାରେ ଟ୍ରଫିର ପ୍ରଥମ ମ୍ୟାଚ ଖେଳି ମୁମ୍ବାଇ ଅଧିନାୟକ ଶତକ ମାରିଥିଲେ ।

ଶ୍ରେୟସ ଆୟର ଶତକ ଏବଂ ଫର୍ମ ପଞ୍ଜାବ କିଙ୍ଗସ ପାଇଁ ଭଲ ଖବର । ପଞ୍ଜାବ ଶ୍ରେୟସ ଆୟରଙ୍କୁ ୨୬.୭୫ କୋଟି ଟଙ୍କାରେ କିଣିଛି । ଚଳିତଥରର ଆଇପିଏଲ ଇତିହାସର ଦ୍ବିତୀୟ ମହଙ୍ଗା ଖେଳାଳି ।

ସୂଚନାଯୋଗ୍ୟ, ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚରେ କର୍ଣ୍ଣାଟକ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୫୦ ଓଭରରେ ୩୮୨/୪ ରନ୍ ବୋର୍ଡରେ ଲଗାଇଥିଲା । ଟିମ ପାଇଁ ଶ୍ରେୟସ ଆୟର ସବୁଠାରୁ ଅଧିକ ରନ୍ କରିଥିଲେ । ଏହାଛଡା ୱିକେଟ କିପର ହାର୍ଦ୍ଦିକ ତୋମର ୯୪ ବଲରେ ୭ ଚଉକା ଏବଂ ୩ ଛକା ସହିତ ୮୪ ରନ୍ କରିଥିଲେ । ଆୟୁଶ ମହାତ୍ରେ ୮୨ ବଲରେ ୬ ଚଉକା ଏବଂ ୨ ଛକା ମାରି ୭୮ ରନ୍ କରିଥିଲେ । ସେହିପରି ଶିବମ ଦୁବେ ୩୬ ବଲରେ ୫ ଚଉକା ଏବଂ ୫ ଛକା ମାରି ୬୩ ରନ୍ କରିଥିଲେ ।