ଶ୍ରେୟସ ଆୟରଙ୍କୁ ବଡ଼ ଉପହାର ଦେଲା ଆଇସିସି, ପଛରେ ରହିଗଲେ ନ୍ୟୁଜିଲାଣ୍ଡ ଖେଳାଳି

ଆଇପିଏଲ ୨୦୨୫ରେ ପଞ୍ଜାବ କିଙ୍ଗସର ଅଧିନାୟକତ୍ୱ କରୁଥିବା ଭାରତୀୟ କ୍ରିକେଟର ଶ୍ରେୟସ ଆୟର ଚାମ୍ପିଅନ୍ସ ଟ୍ରଫିରେ ଉତ୍କୃଷ୍ଟ ପ୍ରଦର୍ଶନ କରିବା ପାଇଁ ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ୍ ଦି ମନ୍ଥ ପୁରସ୍କାର ଜିତିଛନ୍ତି । ଶ୍ରେୟସ ନ୍ୟୁଜିଲ୍ୟାଣ୍ଡର ଜାକବ ଡଫି ଏବଂ ରଚିନ ରବିନ୍ଦ୍ରଙ୍କୁ ପଛରେ ପକାଇ ଏହି ପୁରସ୍କାର ଜିତିଛନ୍ତି ।
ଶ୍ରେୟସ ଆୟର ଚାମ୍ପିଅନ୍ସ ଟ୍ରଫିରେ ସର୍ବାଧିକ ୨୪୩ ରନ ସ୍କୋର କରିଥିଲେ । କେବଳ ସେତିକି ନୁହେଁ, ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଶୁଭମନ ଗିଲ ଫେବୃଆରୀ ମାସରେ ଏହି ପୁରସ୍କାର ଜିତିଥିବା ବେଳେ ଶ୍ରେୟସ ଆୟର ମାର୍ଚ୍ଚ ପାଇଁ ଏହି ପୁରସ୍କାର ଜିତିଛନ୍ତି ।
ଶ୍ରେୟସ ଆୟର ଚାମ୍ପିଅନ୍ସ ଟ୍ରଫିରେ ନ୍ୟୁଜିଲାଣ୍ଡ ବିପକ୍ଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ୭୯ ବଲରେ ୯୮ ରନ୍ କରିଥିବା ବେଳେ ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲରେ ୪୫ ବଲରେ ୬୨ ରନ୍ କରିଥିଲେ । ସେହିପରି ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୪୮ ବଲରେ ୬୨ ରନ୍ କରିଥିଲେ ।
Stylish batter wins the ICC Men’s Player of the Month for March for his Champions Trophy heroics 👏https://t.co/7Hp7yaqS6T
— ICC (@ICC) April 15, 2025
ଶ୍ରେୟସ ଆୟର ଚାମ୍ପିଅନ୍ସ ଟ୍ରଫି ଭଳି ଫର୍ମ ଆଇପିଏଲ ୨୦୨୫ରେ ଜାରି ରଖିଛନ୍ତି । ସେ ଏପର୍ଯ୍ୟନ୍ତ ୫ଟି ମ୍ୟାଚ ଖେଳି ୨୫୦ ରନ୍ କରିଛନ୍ତି । ଏହି ସିଜନରେ ଶ୍ରେୟସ ଏପର୍ଯ୍ୟନ୍ତ ୩ଟି ଅର୍ଦ୍ଧଶତକ ମାରିଛନ୍ତି ।
୨୦୨୧ ମସିହାରେ ପ୍ରଥମ ଥର ପାଇଁ ପ୍ଲେୟାର ଅଫ୍ ଦି ମନ୍ଥ ପୁରସ୍କାର ଲଗାତାର ୩ ଜଣ ଭାରତୀୟ ପୁରୁଷ ଖେଳାଳି ଜିତିଥିଲେ । ଜାନୁଆjh ପାଇଁ ରିଷଭ ପନ୍ତ, ଫେବୃଆରୀ ପାଇଁ ରବିଚନ୍ଦ୍ରନ ଅଶ୍ୱିନ ଏବଂ ମାର୍ଚ୍ଚ ପାଇଁ ଭୁବନେଶ୍ୱର କୁମାରଙ୍କୁ ପୁରସ୍କାର ମିଳିଥିଲା ।
Also Read : ପଞ୍ଜାବ କିଙ୍ଗସକୁ ବଡ଼ ଝଟକା, ଆଇପିଏଲରୁ ବାଦ୍ ପଡିଲେ ଲୋକି ଫର୍ଗ୍ୟୁସନ