ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ବାବରଙ୍କୁ ପଛରେ ପକାଇଲେ ଶୁବମନ ଗିଲ୍, ଆଇସିସି ରାଙ୍କିଂରେ ଅଧିକାର କଲେ ୧ ନଂ ସ୍ଥାନ

ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଆରମ୍ଭ ହୋଇଯାଇଛି । ଆଜି ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡର ଟିମ୍ ପ୍ରଥମ ମ୍ୟାଚ ଖେଳିଯାଇଛି । ଏହାରି ମଧ୍ୟରେ ପାକିସ୍ତାନ କ୍ରିକେଟର ପୂର୍ବତନ ଅଧିନାୟକ ବାବର ଆଜମଙ୍କ ଆଇସିସି ରାଙ୍କିଂରେ ପ୍ରଥମ ସ୍ଥାନକୁ ଛଡାଇ ନେଇଛନ୍ତି ଟିମ ଇଣ୍ଡିଆର ଖେଳାଳି ଶୁବମନ ଗିଲ । ବାବର ଆଜମଙ୍କୁ ପଛରେ ପକାଇ ଟିମ ଇଣ୍ଡିଆର ପ୍ରିନ୍ସ ଶୁବମନ ଗିଲ ନଂ ୧ ସ୍ଥାନ ଅଧିକାର କରିଛନ୍ତି ।
ଆଇସିସି ପକ୍ଷରୁ ଦିନିକିଆର ନୂଆ ରାଙ୍କିଂ ଜାରି କରାଯାଇଛି । ବର୍ତ୍ତମାନ ଦିନିକିଆର ନମ୍ବର ୱାନ ବ୍ୟାଟ୍ସମ୍ୟାନ ଶୁଭମନ ଗିଲ ହୋଇଛନ୍ତି। ତାଙ୍କ ରେଟିଂ ବର୍ତ୍ତମାନ ୭୯୬ ହୋଇଯାଇଛି । ଏହା ପୂର୍ବରୁ ଶୁବମନ ଗିଲ ୨୦୨୩ରେ ମଧ୍ୟ କିଛି ସମୟ ପାଇଁ ନମ୍ବର ୱାନ ସ୍ଥାନରେ ଥିଲେ । ହେଲେ ପୁଣି ବାବର ଏହି ସ୍ଥାନ ନେଇଥିଲେ । ବାବରଙ୍କ ରେଟିଂ ୭୭୩ ରହିଛି । ସେ ଦ୍ବିତୀୟ ସ୍ଥାନରେ ରହିଛନ୍ତି ।
ସେହିପରି ରୋହିତ ଶର୍ମା ୩ ନଂ ସ୍ଥାନରେ ରହିଛନ୍ତି । ରୋହିତଙ୍କ ରେଟିଂ ୭୬୧ ରହିଛି । ସାଉଥ ଆଫ୍ରିକାର ହେନରିକ କ୍ଲାସେନ ୭୫୬ ରେଟିଂ ସହିତ ୪ର୍ଥ ସ୍ଥାନରେ ରହିଛନ୍ତି । ଡେରିଲ ମିଚେଲ ୭୪୦ ରେଟିଂ ସହିତ ୫ମ ନଂ ସ୍ଥାନରେ ରହିଛନ୍ତି । ବିରାଟ କୋହଲି ନଂ ୬ ରହିଛନ୍ତି । ସେହିପରି ଶ୍ରେୟସ ଆୟର ୯ନଂ ସ୍ଥାନରେ ରହିଛନ୍ତି ।
Also Read : ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆଜିଠାରୁ ଆରମ୍ଭ, ୨୯ ବର୍ଷ ପରେ ପାକିସ୍ତାନରେ ଆଇସିସି ଟୁର୍ଣ୍ଣାମେଣ୍ଟ