ଜବରଦସ୍ତ ଫର୍ମରେ ଗିଲ୍: ପ୍ରଥମ ଦିନିକିଆରେ ଶୁଭମନଙ୍କ ଦମଦାର ଦ୍ୱିଶତକ, ନ୍ୟୁଜିଲ୍ୟାଣ୍ଡକୁ ୩୫୦ ରନର ଟାର୍ଗେଟ

ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆରେ ଶୁବମନ ଗିଲ୍‌ଙ୍କ ଡବଲ୍‌ ଧମାକା । ବିସ୍ଫୋରକ ବ୍ୟାଟିଂ କରି ପ୍ରଥମ ଦିନିକିଆରେ ମାରିଲେ ଦ୍ୱିଶତକ । ଏହାସହ ଦ୍ୱିଶତକ କରିବାରେ ଶୁବମନ ହୋଇଛନ୍ତି ପଞ୍ଚମ ଭାରତୀୟ ଖେଳାଳି । ଶୁବମନ୍‌ ମାତ୍ର ୧୪୫ ବଲରେ ଦ୍ୱିଶତକ ପୁରା କରିଛନ୍ତି । ଏହା ସହ ନ୍ୟୁଜିଲାଣ୍ଡ ଆଗରେ ୩୫୦ ରନ୍‌ର ବିଶାଳ ବିଜୟ ଲକ୍ଷ ରଖିଛି ଭାରତ । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଟିମ୍‌ ଇଣ୍ଡିଆ ।

ରୋହିତ ଶର୍ମା ଓ ଶୁଭମନ ଗିଲ ଭାରତ ପାଇଁ ଭଲ ଆରମ୍ଭ କରିଥିଲେ । ରୋହିତ ଶର୍ମା ୩୪ ରନ କରି ଆଉଟ ହୋଇଥିଲେ । ହେଲେ ଜାରି ରହିଥିଲା ଗିଲଙ୍କ ବିସ୍ଫୋରକ ବ୍ୟାଟିଂ । ଏହା ପରେ ବିରାଟ କୋହଲି, ଇଶାନ କିଷନ ଏବଂ ସୂର୍ଯ୍ୟକୁମାର ମଧ୍ୟ ପାଭିଲିୟନ୍‌ ଫେରିଥିଲେ । ଗୋଟିଏ ପଟେ ଓ୍ଵିକେଟ ପଡ଼ିଚାଲିଥିବା ସତ୍ତେ୍ଵ ପିଚ୍‌ରେ ପାଚେରୀ ପରି ଛିଡା ହୋଇଥିଲେ ଶୁବମନ ଗିଲ୍‌ । ବିସ୍ଫୋରକ ବ୍ୟାଟିଂ ଜାରି ରଖି ଶତକ ପୂରଣ କରିଥିଲେ । ଗିଲ ୯ଟି ଛକା ଓ ୧୯ଟି ଚୌକା ସହ ୨୦୮ ରନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.