କେଏଲ ରାହୁଲଙ୍କ ସ୍ଥାନରେ ଶୁଭମନ ଗିଲଙ୍କୁ ମିଳିବ ସୁଯୋଗ, ଇନ୍ଦୋର ଟେଷ୍ଟ ପାଇଁ ବଦଳିବ ସମ୍ଭାବ୍ୟ ଭାରତୀୟ ଏକାଦଶ

ଆସନ୍ତାକାଲିଠୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ଆରମ୍ଭ ହେବ । ଇନ୍ଦୋରରେ ମ୍ୟାଚ୍ ପାଇଁ କେଏଲ ରାହୁଲଙ୍କ ସ୍ଥାନରେ ଶୁଭମନ ଗିଲଙ୍କୁ ମିଳିବ ସୁଯୋଗ ।

ଆସନ୍ତାକାଲିଠୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ଆରମ୍ଭ ହେବ । ଇନ୍ଦୋରରେ ଖେଳାଯିବ ଏହି ମ୍ୟାଚ୍ । ଭାରତ ପ୍ରଥମ ୨ଟି ଟେଷ୍ଟ ଜିତିଥିବାରୁ ମନୋବଳ ଦୃଢ଼ ରହିଛି । ଭାରତ ପାଖରେ ସିରିଜ ଜିତିଲେ ଆଇସିସି ଓ୍ଵାଲର୍ଡ ଚାମ୍ପିଅନସିପର ଫାଇନାଲରେ ସ୍ଥାନ ପକ୍କା କରିବାର ସୁଯୋଗ ରହିଛି। ତେଣୁ ତୃତୀୟ ଟେଷ୍ଟ ମ୍ୟାଚ୍‌ ପାଇଁ ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ କରିବାକୁ ଯାଉଛି ।

ଦଳ ଭଲ ପ୍ରଦର୍ଶନ କରୁଥିବା ବେଳେ ଚିନ୍ତା ବଢ଼ାଇଛି ଓପନର ଲୋକେଶ ରାହୁଲଙ୍କ ଫ୍ଲପ୍ ସୋ । ରାହୁଲଙ୍କୁ ବାଦ ଦେବାକୁ ବହୁ ପୂର୍ବତନ କ୍ରିକେଟର ମତ ରଖିଛନ୍ତି । ଗତ ଦୁଇଟି ଟେଷ୍ଟର ୩ଟି ଇନିଂସରେ ଲୋକେଶ ରାହୁଲ ୩୮ ରନ୍ କରିଛନ୍ତି । ତୃତୀୟ ଟେଷ୍ଟରେ ତାଙ୍କୁ ପୁଣି ଥରେ ସୁଯୋଗ ମିଳିବ ନା ଶୁଭମନ୍ ଗିଲ୍ ଖେଳିବେ ତା’ ଉପରେ ନଜର ରହିଛି । ଗତକାଲି ପ୍ରଥମ ବ୍ୟାଟର ଭାବେ ନେଟ୍‌କୁ ଓହ୍ଲାଇଥିଲେ ଶୁଭମନ୍ ଗିଲ୍ । ପରେ ତାଙ୍କ ସହ ସାମିଲ ହୋଇଥିଲେ ରାହୁଲ । ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ଓ କ୍ୟାପଟେନ ରୋହିତ ଶର୍ମା ଉଭୟଙ୍କ ଅଭ୍ୟାସ ଉପରେ ନଜର ରଖିଥିଲେ । ବର୍ତ୍ତମାନ ସୁଦ୍ଧା ଟେଷ୍ଟରେ ରୋହିତ ପୂଜାରୀ, ରବୀନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲଙ୍କ ପ୍ରଦର୍ଶନ ରହିଛି । ଅନ୍ୟ ଏମାନଙ୍କୁ ଛାଡିଦେଲେ ଅନ୍ୟ କୌଣସି ବ୍ୟାଟର ସେତେଟା ସଫଳ ହୋଇ ନାହାନ୍ତି ।

ତେବେ ବୋଲର ବିଭାଗରେ କୌଣସି ପରିବର୍ତ୍ତନ ନ କରିପାରେ ଟିମ୍‌ ଇଣ୍ଡିଆ । ଅଶ୍ୱିନ ଏବଂ ଅକ୍ଷୟ ପଟେଲ କେବଳ ଭଲ ବୋଲିଂ କରୁଛନ୍ତି ତା’ ନୁହେଁ ବ୍ୟାଟିଂରେ ମଧ୍ୟ ଭଲ କମାଲ୍‌ କରୁଛନ୍ତି । ସାମି ଏବଂ ସିରାଜ ମଧ୍ୟ ବୋଲିଂରେ କମାଲ୍‌ କରୁଛନ୍ତି ।

ସେପଟେ ପ୍ରଥମ ଦୁଇଟି ଟେଷ୍ଟ ପରାଜିତ ହେବା ପରେ ଅଷ୍ଟ୍ରେଲିଆ ଦଳ ସିରିଜ୍‌କୁ ପ୍ରତ୍ୟାବର୍ତ୍ତନ କରିବାକୁ ଜୋରଦାର ପ୍ରୟାସ ଚଲାଇଛି । ୪ ଜଣ ଖେଳାଳି ଆହତ ହେବା ଦଳ ପାଇଁ ସମସ୍ୟା ହୋଇଛି । ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆର ନେତୃତ୍ୱ ନେବେ ଷ୍ଟିଭେନ୍ ସ୍ମିଥ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.