IPL ପରେ ବାହା ହେବ ଶୁବମନ ଗିଲ ! କୋଲକତା ବିପକ୍ଷ ମ୍ୟାଚରେ ଦେଲେ ଏଭଳି ସଂକେତ

ଭାରତୀୟ କ୍ରିକେଟ ଟିମର ପ୍ରିନ୍ସ ଶୁବମନ ଗିଲ ଏବେ ବେଶ ଚର୍ଚ୍ଚାରେ । ହ୍ୟାଣ୍ଡସମ ଲୁକ୍, ପ୍ରତିଭାବାନ ଖେଳାଳିଙ୍କର ଅନେକ ମହିଳା ଫ୍ୟାନ୍ ରହିଛନ୍ତି । ଆଉ ଖାସ୍ ଏଥିପାଇଁ ଶୁବମନ ଗିଲ ସବୁବେଳେ ଗୁଜବକୁ ନେଇ ଚର୍ଚ୍ଚାରେ ରୁହନ୍ତି । ଯୁବତୀମାନେ ତାଙ୍କୁ ବିବାହ କରିବାକୁ ଲମ୍ବା ଲାଇନ ମଧ୍ୟ ଲଗାଇଛନ୍ତି । ଏହାରି ମଧ୍ୟରେ ଶୁବମନଙ୍କ ବିବାହକୁ ନେଇ ଚର୍ଚ୍ଚା ଚାଲିଛି ।

କୋଲକତା ନାଇଟ ନାଇଡର୍ସ ବନାମ ଗୁଜରାଟ ଟାଇଟନ୍ସ ମଧ୍ୟରେ ଗତକାଲି ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚର ପୂର୍ବରୁ ଟସ୍ ପଡିବା ସମୟରେ ଡେନି ମରିମନ ଗିଲଙ୍କୁ ବିବାହକୁ ନେଇ ପ୍ରଶ୍ନ ପଚାରିଥିଲେ । ‘ ଭଲ ଲାଗୁଛ, ବିବାହ କରିବାକୁ ପ୍ଲାନ୍ କେବେ ।’ ଏହାର ଜବାବରେ ଗିଲ୍ କହିଥିଲେ, ଏବେ ତ କିଛି ପ୍ଲାନ ନାହିଁ ।

ତେବେ ଶୁବମନ ଟିଭି ଅଭିନେତ୍ରୀ ଅବନୀତ କୌରଙ୍କୁ ଡେଟ୍ କରୁଛନ୍ତି ବୋଲି ଗୁଜବ ଚାଲିଛି । ଅବନିତଙ୍କୁ ଚାମ୍ପିଅନ୍ସ ଟ୍ରଫି ୨୦୨୫ ସମୟରେ ଦୁବାଇରେ ମ୍ୟାଚ ଦେଖି ଆସିଥିବାର ନଜର ଆସିଥିଲେ ।

ସୂଚନାଯୋଗ୍ୟ, ଶୁବମନଙ୍କ ଅଧିନାୟକତ୍ବରେ ଗୁଜରାଟ ଟାଇଟନ୍ସ ଆଇପିଏଲ ୨୦୨୫ରେ କମାଲ କରିଛି । କେକେଆର ବିପକ୍ଷରେ ମ୍ୟାଚ ଖେଳି ଗୁଜରାଟ ୭ରୁ ୫ଟି ମ୍ୟାଚ ଜିତିସାରିଛି । ଏହାସହିତ ପଏଣ୍ଟ ତାଲିକାରେ ୧୦ ପଏଣ୍ଟ ସହିତ ଶୀର୍ଷରେ ରହିଛି ।

ସୂଚନାଯୋଗ୍ୟ, ଶୁବମନ ଗିଲଙ୍କୁ ଫେବୃଆରୀ ମାସ ପାଇଁ ଆଇସିସି ପ୍ଲେୟାର ଅଫ ଦ ମନ୍ଥ ଆୱାର୍ଡ ପାଇଥିଲେ । ତୃତୀୟ ଥର ପାଇଁ ଶୁବମନ ଆଇସିସି ପ୍ଲେୟାର ଅଫ ଦ ମନ୍ଥ ଆୱାର୍ଡ ପାଇଛନ୍ତି । ଏହି ମାମଲାରେ ଶୁବମନ ଗିଲ ଜସପ୍ରୀତ ବୁମରାଙ୍କୁ ପଛରେ ପକାଇଛନ୍ତି । ବୁମରା ୨ ଥର ଆଇସିସି ପ୍ଲେୟାର ଅଫ ଦ ମନ୍ଥ ଆୱାର୍ଡ ପାଇଥିବା ବେଳେ ଗିଲ ୩ ଥର ପାଇଲେଣି ।

Also Read : ମ୍ୟାକ୍ସୱେଲଙ୍କୁ ଟାର୍ଗେଟ କଲେ ସେହ୍ବାଗ, କହିଲେ ‘ସେମାନଙ୍କର ଖେଳରେ ଆଗ୍ରହ ନାହିଁ, କେବଳ ଛୁଟି କାଟିବାକୁ ଆସୁଛନ୍ତି’