ପାଣ୍ଡ୍ୟା-ରାହୁଲଙ୍କ ସ୍ଥାନ ନେବେ ଶୁବ୍‌ମନ୍‌ ଗିଲ ଓ ବିଜୟ ଶଙ୍କର , ଅଲ୍‌ ଇଣ୍ଡିଆ ସିନିଅର ସିଲେକ୍ସନ କମିଟି ନେଲା ନିଷ୍ପତ୍ତି

କେନ୍ୟୁଜ୍ : ପାଣ୍ଡ୍ୟା-ରାହୁଲଙ୍କ ସ୍ଥାନ ନେବେ ଶୁବ୍‌ମନ୍‌ ଗିଲ ଓ ବିଜୟ ଶଙ୍କର । ଏହି ଦୁଇ ଖେଳାଳି ଖେଳିବା ନେଇ ଅଲ୍‌ ଇଣ୍ଡିଆ ସିନିଅର ସିଲେକ୍ସନ କମିଟି ନିଷ୍ପତ୍ତି ନେଇଛି । ଆଡିଲେଡ୍‌ରେ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆ ପୂର୍ବରୁ ଦଳରେ ଅଲରାଉଣ୍ଡର ବିଜୟ ଶଙ୍କର ସାମିଲ ହେବେ । ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ବିଜୟ ଶଙ୍କରଙ୍କୁ ଦଳରେ ସାମିଲ କରାଯାଇଛି । ତାମିଲନାଡୁର ଏହି ଖେଳାଳି ଭାରତ ପାଇଁ ୫ଟି ଟି-୨୦ ଖେଳିଛନ୍ତି ।

ssସେହିପରି ଯୁବ ଖେଳାଳି ଶୁବ୍‌ମନ୍‌ ଗିଲ୍‌ଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଓ ଟି-୨୦ ପାଇଁ ଦଳରେ ସାମିଲ କରାଯାଇଛି । ୧୯ ବର୍ଷୀୟ ଶୁବ୍‌ମନ୍‌ଙ୍କୁ ପ୍ରଥମ ଥର ଭାବେ ଭାରତୀୟ ଦଳରେ ସାମିଲ କରାଯାଇଛି । ଫାଷ୍ଟକ୍ଲାସ୍‌ ଓ ରଣଜୀ ଟ୍ରଫିରେ ସେ ଆକର୍ଷଣୀୟ ପ୍ରଦର୍ଶନ କରିଛନ୍ତି । ତାଙ୍କୁ ରନ୍‌ ମେସିନ୍‌ ବୋଲି କୁହାଯାଏ । ୯ଟି ଫାଷ୍ଟକ୍ଲାସ୍‌ ମ୍ୟାଚ୍‌ରୁ ସେ ଏକ ହଜାର ରନ୍‌ କରିଛନ୍ତି । ସେହିପରି ୧୦ଟି ଇଣଜୀ ଇନିଂସରୁ ସେ ୭୯୦ ରନ୍‌ କରିଛନ୍ତି । ତାଙ୍କର ବ୍ୟାଟିଂ ଆଭରେଜ୍‌ ରହିଛି ୯୮.୭୫ ।