ଆଇପିଏଲ୍‌ ବନାମ ଡବଲ୍ୟୁୁପିଏଲ୍‌ : କଣ ସମାନତା ଥିଲା ଦୁଇ ଫାଇନାଲରେ ଜାଣନ୍ତୁ

ଅନେକ କଥା ସମାନ ଥିଲା ଏ ବର୍ଷର ଆଇପିଏଲ୍‌ ପୁରୁଷ ଓ ମହିଳା ଫାଇନାଲ ମ୍ୟାଚ୍‌ରେ

ଶେଷ ହୋଇଛି ଆଇପିଏଲ୍‌ ୨୦୨୪ । ଏଥର ଚାମ୍ପିଅନର ମୁକୁଟ ପିନ୍ଧିଛି କୋଲକାତା ନାଇଟ୍‌ ।ଇଡର୍ସ । ଗତକାଲି ଫାଇନାଲରେ ହାଇଦ୍ରାବାଦ ସନରାଇଜର୍ସକୁ ୮ ଓ୍ଵିକେଟରେ ହରାଇ ଟ୍ରଫି ଜିତିଛି କେକେଆର । ତେବେ ପୁରୁଷ ଫାଇନାଲ ଏବଂ ଡବଲ୍ୟୁପିଏଲ୍‌ ବା ମହିଳା ଫାଇନାଲ ଭିତରେ ବେଶ୍‌ କିଛି ସମାନତା ଥିବା ଦେଖା ଯାଇଛି । ଯାହା ଏବେ ଭାଇରାଲ ହେଉଛି । ଯେମିତିକି ଉଭୟ ଫାଇନାଲରେ ସ୍କୋର ସମାନ ଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଦଳ ୧୧୩ ରନ୍‌ କରି ପ୍ରତିପକ୍ଷକୁ ୧୧୪ ରନ୍‌ର ବିଜୟଲକ୍ଷ୍ୟ ଦେଇଥିଲେ । ପ୍ରଥମେ ବ୍ୟାଟିଂ କରିଥିବା ଦଳ ୧୮.୩ ଓଭରରେ ଆଉଟ୍‌ ହୋଇଥିଲେ । ଉଭୟ ରନର୍ସ ଅପ୍‌ ଦଳର ଅଧିନାୟକ ଅଷ୍ଟ୍ରେଲିଆ ଖେଳାଳି ଥିବା ବେଳେ ଚାମ୍ପିଅନ୍‌ ଦଳର ଅଧିନାୟକ ଭାରତୀୟ ଥିଲେ । ଦୁଇଟି ଯାକ ଫାଇନାଲରେ ହାରିଥିବା ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲେ ।

ମହିଳା ପ୍ରିମିୟର ଲିଗ୍‌ ଫାଇନାଲ ଗତ ମାର୍ଚ୍ଚ ୧୭ ତାରିଖରେ ଦିଲ୍ଲୀ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳା ଯାଇଥିଲା । ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍‌ ଖେଳା ଯାଇଥିଲା । ଦିଲ୍ଲୀ ଅଧିନାୟକ ମେଗ୍‌ ଲେନିଂ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିଲେ । ତାଙ୍କ ଦଳ ୧୮.୩ ଓଭରରେ ୧୧୩ ରନ୍‌ କରିଥିଲା । ପରେ ସ୍ମୃତି ମନ୍ଧାନାଙ୍କ ଆରସିବି ୧୧୪ ରନ୍‌ର ଲକ୍ଷ୍ୟ ହାସଲ କରି ଚାମ୍ପିଅନ୍‌ ହୋଇଥିଲା ।

ଏପଟେ ପୁରୁଷ ଫାଇନାଲରେ ହାଇଦ୍ରାବାଦର ଅଧିନାୟକ ପ୍ୟାଟ୍‌ କମିନ୍ସ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିଲେ । ତାଙ୍କ ଟିମ୍‌ ମଧ୍ୟ ୧୮.୩ ଓଭର ଖେଳି ୧୧୩ ରନ୍‌ କରିଥିଲା । ପରେ ଶ୍ରେୟଶ ଆୟରଙ୍କ କେକେଆର ସହଜରେ ୧୧୪ ରନ୍‌ର ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଉଭୟ ଆଇପିଏଲ୍‌ ଓ ଡବଲ୍ୟୁପିଏଲ୍‌ ଫାଇନାଲ ରବିବାରରେ ଖେଳା ଯାଇଥିଲା । ତେବେ କହି ହେବ ଏସବୁ ଏକ ସଂଯୋଗ ମାତ୍ର ।

You might also like