ଆଇପିଏଲ୍ : କୋହଲିଙ୍କ ଟିମ୍ର ଲଗାତର ଷଷ୍ଠ ପରାଜୟ, ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ହାରିଲା ବାଙ୍ଗାଲୋର

ବେଙ୍ଗଲୁରୁ : ଆଇପିଏଲ୍ର ଦ୍ୱାଦଶ ସଂସ୍କରଣରେ ଏପଯ୍ୟର୍ନ୍ତ ୬ଟି ମ୍ୟାଚ୍ ଖେଳିଛି ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଆଉ ସବୁଯାକ ହାରି ଏବେ ପଏଣ୍ଟ ଟେବୁଲର ସବା ତଳେ ରହିଛି । ଏପର୍ଯ୍ୟନ୍ତ ଗୋଟିଏ ହେଲେ ପଏଣ୍ଟ ହାସଲ କରି ପାରିନାହିଁ । ଆଜି ୨୦ତମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଏହାକୁ ୪ ଓ୍ଵିକେଟ୍ରେ ପରାସ୍ତ କରିଛି ।
ପ୍ରଥମେ ବ୍ୟଟିଂ କରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୮ ଓ୍ଵିକେଟ୍ରେ ୧୪୯ ରନ୍ କରିଥିଲା । ଜବାବରେ ଦିଲ୍ଲୀ କ୍ୟାପିଟାଲସ ୬ ଓ୍ଵିକେଟ୍ ବିନିମୟରେ ଆହୁରି ୭ଟି ବଲ୍ ବାକି ଥିବା ବେଳେ ୧୫୦ ରନ୍ ବିଜୟଲକ୍ଷ୍ୟରେ ପହଞ୍ଚି ଯାଇଥିଲା ।
ଦିଲ୍ଲୀ କ୍ୟାପିଟାଲ୍ସ ବୋଲର କେ. ରାବଡ଼ା ୨୧ ରନ୍ ଦେଇ ୪ଟି ଏବଂ କ୍ରିସ୍ ମୋରିସ୍ ୨୮ ରନ୍ରେ ୨ଟି ଓ୍ଵିକେଟ୍ ଦଖଲ କରିଥିଲେ । ଅଧିନାୟକ କୋହଲି ସର୍ବାଧିକ ୪୧ (୩୩ ବଲ୍), ମୋଇନ୍ ଅଲୀ ୩୨ ରନ୍ କରିଥିଲେ ।
ପରେ ଦିଲ୍ଲୀ ପକ୍ଷରୁ ଓପ୍ନର ପୃଥ୍ଵୀ ସ ୨୮, ଶ୍ରେୟସ୍ ଆୟର ୫୦ ବଲ୍ରେ ୬୭ ରନ୍ କରି ଦଳକୁ ଜିତାଇ ଦେଇଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ୬ଟି ମ୍ୟାଚ୍ରୁ ୩ଟି ବିଜୟ ଓ ୩ଟି ପରାଜୟ ସହ ୬ ପଏଣ୍ଟ ପାଇ ତାଲିକାର ପଞ୍ଚମ ସ୍ଥାନରେ ରହିଛି ।