‘ଗାଡିରେ ପେଟ୍ରୋଲ ନାହିଁ ତଥାପି ତୁମକୁ ଦେଖିବାକୁ ଆସିଛି’, ସ୍ମୃତି ମନ୍ଧାନାଙ୍କ ପାଇଁ ଫ୍ୟାନ୍‌ ଲେଖିଲେ ଏମିତି ପୋଷ୍ଟର

ଭାରତୀୟ ମହିଳା କ୍ରିକେଟ୍ ଦଳ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଦ୍ୱିତୀୟ ମ୍ୟାଚକୁ ଜିତିନେଇଛି। ଦ୍ୱିତୀୟ ମୁକାବିଲାରେ ଶ୍ରୀଲଙ୍କାକୁ ପାଞ୍ଚ ୱିକେଟରେ ହରାଇ ସିରିଜ ନିଜ ନାମରେ କରି ନେଇଛି । ଟିମ୍‌ ବିଜୟରେ ସ୍ମୃତି ମନ୍ଧାନା ଏବଂ ଅଧିନାୟକ ହରମନପ୍ରୀତ କୌରଙ୍କୁ ବେଶ୍‌ ପ୍ରଂଶସା କରାଯାଉଛି। ମନ୍ଧାନା ୩୪ ବଲରୁ ୮ ଚୌକା ସହ ୩୯ ରନ କରିଥିବା ବେଳେ ହରମନପ୍ରୀତ ୩୧ ରନ କରିଛନ୍ତି । ହରମନପ୍ରୀତ ମ୍ୟାନ୍ ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି । ମ୍ୟାଚ୍ ସମୟରେ ମନ୍ଧାନାଙ୍କ ଏକ ବଡ ପ୍ରଶଂସକଙ୍କୁ ଶ୍ରୀଲଙ୍କାରେ ଦେଖିବାକୁ ମିଳିଛି । ଫ୍ୟାନ ଜଣକ ହଳଦିଆ ରଙ୍ଗର ପୋଷ୍ଟର ଧରିଥିବା ନଜର ଆସିଛନ୍ତି। ଯେଉଁଥିରେ ମନ୍ଧାନାଙ୍କ ପାଇଁ କିଛି ଲେଖାହୋଇଥିବା ନଜର ଆସିଛି। ଏବେ ଏହି ପୋଷ୍ଟର ସୋସିଆଲ ମିଡିଆରେ ଭାଇରଲ ହେଉଛି।

ଶ୍ରୀଲଙ୍କା ଟିମ୍‌ ପ୍ରଥମେ ବ୍ୟାଟିଂ କରୁଥିଲା। ୧୪ ଓଭରରେ କ୍ୟାମେରାମ୍ୟାନଙ୍କ ନଜର ଜଣେ ଫ୍ୟାନ୍‌ଙ୍କ ଉପରେ ପଡିଥିଲା। ଆଉ ଫ୍ୟାଡ଼ ହାତରେ ଏକ ପୋଷ୍ଟର ଧରି ହସୁଥିବା ନଜର ଆସିଥିଲେ। ହଳଦିଆ ରଙ୍ଗର ପୋଷ୍ଟରରେ ଲେଖାହୋଇଥିଲା ‘ପେଟ୍ରୋଲ ନାହିଁ, କିନ୍ତୁ ସ୍ମୃତି ମନ୍ଧାନାଙ୍କୁ ଦେଖିବାକୁ ଆସିଛି। ଏହି ବଡ ପ୍ରଶଂସକଙ୍କ ପୋଷ୍ଟର ଏବେ ଖୁବ୍ ଭାଇରଲ୍ ହୋଇଛି ।

ଏହାକୁ ଦେଖି ନିଶ୍ଚିତ ଅନୁମାନ କରିହେବ ଯେ, କେବଳ ଭାରତ ନୁହେଁ ସ୍ମୃତିଙ୍କର ଫ୍ୟାନ ଶ୍ରୀଲଙ୍କାରେ ମଧ୍ୟ ରହିଛନ୍ତି। ଏହି ମ୍ୟାଚରେ ସ୍ମୃତି ୩୪ ବଲରେ ୩୯ ରନ୍‌ କରିଥିଲେ। ଏହାସହିତ ଶେଫାଳୀ ବର୍ମା ୧୦ ବଲରେ ୧୭ ରନ୍‌ କରି ଭାରତକୁ ବିଜୟ ଦେଇଥିଲେ। ମାତ୍ର ୧୯.୧ ଓଭରରେ ଟିମ୍‌ ଇଣ୍ଡିଆ ନିଜର ଲକ୍ଷ୍ୟ ହାସଲ କରିପାରିଥିଲା। ଏହି ମ୍ୟାଚରେ ହରମନପ୍ରୀତ ମଧ୍ୟ ୩୨ ବଲରେ ୩୧ ରନ୍‌ କରି ଅପରାଜିତ ଥିଲେ।

ଭାରତୀୟ ମହିଳା କ୍ରିକେଟ୍ ଦଳ ତିନି ମ୍ୟାଚର ଟି-୨୦ ସିରିଜ୍ ଜିତି ନେଇଛି । ସିରିଜର ପ୍ରଥମ ମ୍ୟାଚ୍ ଭାରତ ୩୪ ରନରେ ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚକୁ ୫ ୱିକେଟରେ ଜିତି ନେଇଛି । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ନିର୍ଦ୍ଧାରିତ ଓଭରରେ ୭ ୱିକେଟ୍ ହରାଇ ୧୨୫ ରନ କରିଥିଲା । ଜବାବରେ ଭାରତୀୟ ଦଳ ୧୯.୧ ଓଭରରେ ୫ ୱିକେଟ୍ ହରାଇ ବିଜୟ ହାସଲ କରି ନେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.