କରୋନାର ଡେଲଟା ଭାରିଏଣ୍ଟରେ ସଂକ୍ରମିତ ହୋଇଥିଲେ ସୌରଭ ଗାଙ୍ଗୁଲି, ମୋନୋକ୍ଲୋନଲ ଆଣ୍ଟିବଡି କକ୍ଟେଲ୍ ଥେରାପିରେ ହେଲା ଚିକିତ୍ସା

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ହସପିଟାଲରୁ ଡିସଚାର୍ଜ ହେବା ପରେ ପୁଣି ଏକ ବଡ ଖବର ସାମ୍ନାକୁ ଆସିଛି। ଗାଙ୍ଗୁଲିଙ୍କ ରିପୋର୍ଟ କରୋନାର ଡେଲ୍ଟା ଭାରିଏଣ୍ଟ ରହିଥିବା ହସପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି। ନିକଟରେ କରୋନା ପଜିଟିଭ୍ ହୋଇଥିଲେ । ଫଳରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ହସପିଟାଲ ରିପୋର୍ଟ ମୁତାବକ, ଗାଙ୍ଗୁଲିଙ୍କ ଓମିକ୍ରନ ରିପୋର୍ଟ ନେଗଟିଭ ଆସିଛି । ତାଙ୍କୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଆଇସୋଲେସନରେ ରଖାଯାଇଛି । ପୂର୍ବରୁ ସୌରଭଙ୍କ କୋଭିଡ୍ ରିପୋର୍ଟ କରୋନାରେ ସଂକ୍ରମିତ ହେବା ପରେ ସଙ୍ଗେସଙ୍ଗେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ଗାଙ୍ଗୁଲି କୋଭିଡ ଟିକାର ଦୁଇଟି ଯାକ ଡୋଜ୍ ନେଇସାରିଥିଲେ ହେଁ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା । ବର୍ତ୍ତମାନ ଦେଶରେ କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସୌରଭ କୋଭିଡରେ ସଂକ୍ରମିତ ହେବା ପରେ ପ୍ରଶଂସକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।
ଗାଙ୍ଗୁଲିଙ୍କ ଆରଟିପିସିଆର ଟେଷ୍ଟ ପଜିଟିଭ ଆସିବା ପରେ ୪୯ ବର୍ଷୀୟ ଗାଙ୍ଗୁଲିଙ୍କୁ ଉଡଲ୍ୟାଣ୍ଡ ମଲ୍ଟିସ୍ପେଶାଲିଷ୍ଟ ହସପିଟାଲରେ ଭର୍ତ୍ତି କରାଯାଇଥିଲା।
ସୂଚନା ମୁତାବକ, ପୂର୍ବ ଅଧିନାୟକ ସୌରଭ ଗାଙ୍ଗୁଲି ପୂର୍ବରୁ ହାର୍ଟ ଆଟାକର ଶିକାର ହୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ। ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ହସପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କ ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା। ଗତବର୍ଷ ଜାନୁଆରୀ ୨ ତାରିଖରେ ଛାତିରେ ଯନ୍ତ୍ରଣା ହେବା ପରେ ତାଙ୍କୁ କଲିକତାର ଉଡଲ୍ୟାଣ୍ଡସ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଯେତେବେଳେ ଘରେ ଜିମ୍ରେ ଟ୍ରେଡମିଲରେ ବ୍ୟାୟାମ କରୁଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ହସପିଟାଲରେ ଭର୍ତ୍ତି ହୋଇଥିଲେ। ଜାନୁଆରୀ ୨୭ରେ ତାଙ୍କୁ କଲିକତାର ଆପୋଲୋ ହସ୍ପିଟାଲରେ ଆଡମିଟ୍ କରାଯାଇଥିଲା। ୨୯ ତାରିଖରେ ତାଙ୍କର ଦ୍ୱିତୀୟ ଆଞ୍ଜିଓପ୍ଲାଷ୍ଟ ହୋଇଥିଲା।
ଏହାଛଡା ଗତବର୍ଷ ଗାଙ୍ଗୁଲିଙ୍କ ସମସ୍ତ ପରିବାରକୁ କରୋନା ହୋଇଥିଲା। ତେଣୁ ଗାଙ୍ଗୁଲି ମଧ୍ୟ ହୋମ କ୍ୱାରେଣ୍ଟାଇନରେ ରହିଥିଲେ।