ଦ୍ୱିତୀୟ ଟେଷ୍ଟ : ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ୍‌ରେ ୨୨୯ ରନ୍‌ କରି ଆଉଟ୍‌

ଜୋହାନ୍ସବର୍ଗ : ଶାର୍ଦ୍ଦୁଲ ଠାକୁର ନେଲେ ୭ ଓ୍ଵିକେଟ୍‌ । ଆଉ ଦକ୍ଷିଣ ଆଫ୍ରିକା ୨୨୯ ରନ୍‌ କରି ପ୍ରଥମ ଇନିଂସ୍‌ରେ ଅଲ୍‌ଆଉଟ୍‌ ହେଲା । ଇଏ ହେଉଛି ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟର ଆଜିର ତାଜା ଖବର । ଠାକୁର ୭୧ ରନ୍‌ ଦେଇ ତାଙ୍କ ଟେଷ୍ଟ କ୍ୟାରିୟର୍‌ର ଶ୍ରେଷ୍ଠ ବୋଲିଂ କରିଛନ୍ତି । ସେ ୭ଜଣ ବ୍ୟାଟର୍‌ଙ୍କୁ ଆଉଟ୍‌ କରିଥିବା ବେଳେ ମହମ୍ମଦ ସାମି ୨ ଏବଂ ବୁମରା ଗୋଟିଏ ଓ୍ଵିକେଟ୍‌ ନେଇଛନ୍ତି । ପରେ ଦ୍ୱିତୀୟ ଇନିଂସ୍‌ ଆରମ୍ଭ କରି ଭାରତ ବିନା ଓ୍ଵିକେଟ୍‌ରେ ୬ ଓଭର ସୁଦ୍ଧା କରିଛି ୨୪ ରନ୍‌ ।

ଗତକାଲି ଭାରତୀୟ ଦଳ ୨୦୨ ରନ୍‌ କରି ଆଉଟ୍‌ ହେବା ପରେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ଗୋଟିଏ ଓ୍ଵିକେଟ୍‌ରେ ୩୫ ରନ୍‌ କରିଥିଲା । ସେହିଠାରୁ ଖେଳ ଆରମ୍ଭ କରି ଘରୋଇ ଦଳ ପିଟରସନ୍‌ଙ୍କ ୬୨ ଏବଂ ବଭୁମାଙ୍କ ୫୧ ରନ୍‌ ସହାୟତାରେ ଆଗକୁ ବଢ଼ିଥିଲା । ତେବେ ଏହା ଭିତରେ ଠାକୁର ନିରନ୍ତର ଭାବେ ଓ୍ଵିକେଟ୍‌ ଖସାଇ ଚାଲିଥିଲେ ଏବଂ ଦକ୍ଷିଣ ଆଫ୍ରିକାକୁ ୨୨୯ ରନ୍‌ରେ ସୀମିତ ରଖିଥିଲେ । ଫଳରେ ପ୍ରଥମ ପାଳିରେ ଭାରତ  ଠାରୁ ଦକ୍ଷିଣ ଆଫ୍ରିକା ମାତ୍ର ୨୭ ରନ୍‌ରେ ଆଗୁଆ ରହିଛି । ଠାକୁରଙ୍କର ଏହା ହେଉଛି ସପ୍ତମ ଟେଷ୍ଟ ।

 

SCORE-1

SCORE-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.