ଟି୨୦ ବିଶ୍ବକପ : ସେମି ଫାଇନାଲରେ ଦକ୍ଷିଣ ଆଫ୍ରିକା, ଓ୍ଵେଷ୍ଟଇଣ୍ଡିଜକୁ ୯ ୱିକେଟରେ ହରାଇଲା, ଭାରତୀୟ ପ୍ରଶଂସକଙ୍କୁ ଆଶ୍ବସ୍ତି
ଚଳିତ ଟି-୨୦ ବିଶ୍ଵକପରେ ସୁପର-୮ ମ୍ୟାଚରେ ଦକ୍ଷିଣ ଆଫ୍ରିକାର ଦମଦାର ବିଜୟ । ଓ୍ଵେଷ୍ଟଇଣ୍ଡିଜକୁ ଏକତରଫା ଭାବେ ୯ ଓ୍ଵିକେଟରେ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା । ଦକ୍ଷିଣ ଆଫ୍ରିକାର ଏହି ବିଜୟ ଭାରତୀୟ ଦଳ ସହ ଏହାର ପ୍ରଶଂସକଙ୍କୁ ବେଶ ଆଶ୍ଵସ୍ତି କରିଛି । ବିଜୟ ସହ ଦକ୍ଷିଣ ଆଫ୍ରିକା ସେମି ଫାଇନାଲ୍ ଦୌଡ଼ରେ ନିଜର ସ୍ଥିତି ମଜବୁତ କରି ଦେଇଛି। ପ୍ରଥମେ ବ୍ୟାଟିଂ କରିଥିବା ଓ୍ଵେଷ୍ଟଇଣ୍ଡିଜ ୧୭୬ ରନର ସ୍କୋର କରିଥିଲା । ଜବାବରେ ଦକ୍ଷିଣ ଆଫ୍ରିକା ଅଧିନାୟକ ଆଡନ ମାରକ୍ରମଙ୍କ ଧୂଆଁଧାର ଅପରାଜିତ ୮୨ ରନ ସହ ଡି କକଙ୍କ ୪୭ ରନ ଓ ରିକଲଟନଙ୍କ ଅପରାଜିତ ୪୫ ରନ ବଳରେ ୨୩ ବଲ୍ ବାକି ଥାଇ ମ୍ୟାଚକୁ ଜିତି ନେଇଛି ।
Also Read : ଜିମ୍ବାୱେ ବିପକ୍ଷ ମ୍ୟାଚ୍ ପାଇଁ ଟିମରେ ସାମିଲ ହେଲେ ରିଙ୍କୁ ସିଂ, ଏମିତି ହୋଇପାରେ ସମ୍ଭାବ୍ୟ ଏକାଦଶ !