ଟି୨୦ ବିଶ୍ୱକପ ୨୦୨୪ : ସେମିଫାଇନାଲରେ ପ୍ରବେଶ କଲା ସାଉଥ ଆଫ୍ରିକା, ୱେଷ୍ଟଇଣ୍ଡିଜକୁ ଡିଏଲଏସ ନିୟମରେ ହରାଇଲା

ଆଇସିସି ଟି୨୦ ବିଶ୍ୱକପ ୨୦୨୪ରେ ସୁପର-୮ ମ୍ୟାଚ ଚାଲିଛି । ଆଜି ୱେଷ୍ଟଇଣ୍ଡିଜ ଏବଂ ସାଉଥ ଆଫ୍ରିକା ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ ସାଉଥ ଆଫ୍ରିକା ଡିଏଲଏସ ନିୟମ ଅନୁଯାୟୀ ୩ ଓ୍ଵିକେଟରେ ଜିତିଛି ।

ଏହି ମ୍ୟାଚରେ ଡିଏଲଏସ ନିୟମ ଅନୁଯାୟୀ ସାଉଥ ଆଫ୍ରିକାକୁ ବିଜୟ ପାଇଁ ୧୭ ଓଭରେ ୧୨୩ ରନ୍‌ ଆବଶ୍ୟକ ଥିଲା । ଯାହାକୁ ଟିମ୍‌ ୫ଟି ବଲ ବାକି ଥାଇ ପୂରଣ କରିଥିଲା । ଏହି ବିଜୟ ସହିତ ସାଉଥ ଆଫ୍ରିକା ଟିମ୍‌ ଚଳିତ ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି । ପୂର୍ବରୁ ଇଂଲଣ୍ଡ ସେମିଫାଇନାଲରେ ପହଞ୍ଚିସାରିଛି । ସାଉଥ ଆଫ୍ରିକା ଗ୍ରୁପ ୨ରେ ୬ ପଏଣ୍ଟ ସହିତ ଟପ୍‌ରେ ରହିଛି । ଇଂଲଣ୍ଡ ୪ ପଏଣ୍ଟରେ ଦ୍ୱିତୀୟ ସ୍ଥାନରେ ରହିଛି ।

ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ ବ୍ୟାଟିଂ କରିସାରିବା ପରେ ସାଉଥ ଆଫ୍ରିକା ଇନିଂସରେ ବର୍ଷା ବାଧକ ସାଜିଥିଲା । ସାଉଥ ଆଫ୍ରିକା ୨ଟି ଓ୍ଵିକେଟ ହରାଇ ୧୫ ରନ୍‌ କରିଥିଲା । ବର୍ଷା ଯୋଗୁଁ ଖେଳ କିଛି ସମୟ ବନ୍ଦ ରହିଥିଲା । ଆଉ ବର୍ଷା ଛାଡିବାର ପରେ ଡିଏଲଏସ ନିୟମ ଅନୁସାରେ ୧୭ ଓଭରରେ ୧୨୩ ରନ କରିବାର ଥିଲା । ସାଉଥ ଆଫ୍ରିକା ପକ୍ଷରୁ ଟ୍ରିଷ୍ଟନ ଷ୍ଟବ୍ସ ୨୭ ବଲରେ ୨୯ ରନ୍‌ କରିଥିଲେ । ସେହିପରି କ୍ଲାସେନ ୨୨ ରନ କରିଥିଲେ ।

ଶେଷ ଓଭରରେ ସାଉଥ ଆଫ୍ରିକାକୁ ବିଜୟ ପାଇଁ ୫ ରନ୍‌ ଦରକାର ଥିଲା । ମକାୟଙ୍କ ଓଭରର ପ୍ରଥମ ବଲର ଜନସନ ଛକା ମାରି ସାଉଥ ଆଫ୍ରିକାକୁ ବିଜୟ ଦେଇଥିଲେ । ଜନସନ ଅପରାଜିତ ଭାବେ ୨୧ ରନ୍‌ କରିଥିଲେ । ୱେଷ୍ଟଇଣ୍ଡିଜ ପାଇଁ ରୋଷ୍ଟନ ୩ଟି ଓ୍ଵିକେଟ ନେଇଥିବା ବେଳେ ଆନ୍ଦ୍ର ରସେଲ ଏବଂ ଅଲଜାରୀ ଜୋସେଫ ୨-୨ ଲେଖାଏଁ ଓ୍ଵିକେଟ ନେଇଥିଲେ ।

You might also like