ସାଉଥ ଆଫ୍ରିକା ଆଗରେ ୨୩୮ ରନର ଟାର୍ଗେଟ,ପ୍ରଥମ ବ୍ୟାଟିଂ କରି ଭାରତ ୩ ଓ୍ଵିକେଟରେ ୨୩୭ ରନ

କେନ୍ୟୁଜ୍(ବ୍ୟୁରୋ):ସାଉଥ ଆଫ୍ରିକା ଆଗରେ ଭାରତ ରଖିଲା ବିଶାଳ ସ୍କୋର । ଦ୍ୱିତୀୟ ଟି ୨୦ରେ ସାଉଥ ଆଫ୍ରିକା ଆଗରେ ୨୩୮ ରନର ଟାର୍ଗେଟ । ପ୍ରଥମ ବ୍ୟାଟିଂ କରି ଭାରତ ୩ ଓ୍ଵିକେଟ ହରାଇ କରିଛି ୨୩୭ ରନ । ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଇନିଂସ । ମାତ୍ର ୧୮ ବଲରେ କଲେ ଅର୍ଦ୍ଧଶତକ । ବ୍ୟାଟରୁ ବର୍ଷିଲା ଚଉକା ଓ ଛକା । ୨୨ ବଲରେ ଧୂଆଁଧାର ୬୧ ରନ କରିଥିଲେ ସୂର୍ଯ୍ୟକୁମାର । ଏଥିରେ ରହିଛି ୫ଟି ଛକା ଓ ୫ଟି ଚଉକା । ଭାରତର ପ୍ରଥମ ଓ୍ଵିକେଟ ୯୬ ରନରେ ପଡ଼ିଥିଲା ।

ରୋହିତ ଶର୍ମା ୪୩ ରନ ଓ କେ ଏଲ ରାହୁଲ ୫୭ ରନ କରି ଆଉଟ୍‌ ହୋଇଥିଲେ । ବିରାଟ କୋହଲି ବି କମାଲ କରିଥିଲେ । ଅପରାଜିତ ୪୯ ରନ କରିଥିଲେ ବିରାଟ କୋହଲି । ଶେଷରେ ଦିନେଶ କାର୍ତ୍ତିକ ୭ ବଲ ଖେଳି ୨ଟି ଛକା ଓ ଗୋଟିଏ ଚଉକା ସହ ଅପରାଜିତ ୧୭ ରନ କରିଥିଲେ । ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ସାଉଥ ଆଫ୍ରିକା । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.