ହକି ବିଶ୍ୱକପ୍‌ ପାଇଁ ଆର୍ଜେଣ୍ଟିନା ପରେ ଭୁବନେଶ୍ୱରରେ ପହଞ୍ଚିଛି ଦକ୍ଷିଣ ଆଫ୍ରିକା ଟିମ୍‌

ଭୁବନେଶ୍ବର(କେନ୍ୟୁଜ୍) : ହକି ବିଶ୍ୱକପ୍‌ ପାଇଁ ବଢୁଛି ଉତ୍କଣ୍ଠା । ମଝିରେ ଆଉ ମାତ୍ର ୫ ଦିନ । ଭୁବନେଶ୍ୱରରେ ପହଞ୍ଚିଛି ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକା ଟିମ୍‌ । ଗତକାଲି ପ୍ରଥମେ ଆସିଥିଲା ଆର୍ଜେଣ୍ଟିନା ଦଳ । କୋଚ୍‌ ଓରୋକଜୋ, କ୍ୟାପ୍‌ଟେନ୍‌ ପେଡ୍ରୋ ଆଇବେରାଙ୍କ ଲିଡରସିପରେ ୧୮ ଜଣିଆ ଟିମ୍‌ ଭୁବନେଶ୍ୱରରେ ପହଞ୍ଚିଥିଲେ । ଏହାପରେ ଆସିଥିଲା ଦକ୍ଷିଣ ଆଫ୍ରିକା ଟିମ୍‌ । ଆସନ୍ତା ୨୮ ତାରିଖରେ ପ୍ରଥମ ମ୍ୟାଚରେ ଭାରତକୁ ଭେଟିବ ଦକ୍ଷିଣ ଆଫ୍ରିକା । ଆଜିଠାରୁ ଉଭୟ ଦଳ ଖେଳାଳି କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରି ପାରନ୍ତି । ଅନ୍ୟ ୧୩ ଦଳ ମଧ୍ୟ ଖୁବଶୀଘ୍ର ଭୁବନେଶ୍ୱରରେ ପହଞ୍ଚିବେ । ହକି ବିଶ୍ୱକପକୁ ନେଇ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ପ୍ରସ୍ତୁତି ଜୋରଦାର ଚାଲିଛି । ଦିନ ପାଖେଇବା ସହିତ ହକି ପ୍ରେମୀଙ୍କ ମଧ୍ୟରେ ବଢୁଛି ଉତ୍କଣ୍ଠା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like