ଦକ୍ଷିଣ ଆଫ୍ରିକା-ଭାରତ ମଧ୍ୟରେ ତୃତୀୟ ଦିନିକିଆ, ଘରୋଇ ଦଳ ପାଇଁ ରହିଛି ସିରିଜ୍‌ ମୂଳପୋଛ ସୁଯୋଗ

ଦକ୍ଷିଣ ଆଫ୍ରିକାର କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟ । ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଆଜି ତୃତୀୟ ତଥା ଅନ୍ତିମ ଦିନିକିଆ ଖେଳାଯିବ । ସିରିଜ ହାତଛଡ଼ା କରିସାରିଥିବା ଭାରତୀୟ ଦଳ ବିଜୟ ସହ ସମ୍ମାନ ବଞ୍ଚାଇବାକୁ ପ୍ରୟାସ କରିବ । ଅନ୍ୟପଟେ ଘରୋଇ ଦଳ ପାଇଁ ସିରିଜ୍‌ ମୂଳପୋଛ ସୁଯୋଗ ରହିଛି । ପ୍ରଥମ ଦୁଇଟି ଦିନିକିଆରେ ଭାରତ ସବୁ ବିଭାଗରେ ବିଫଳ ହୋଇଥିଲା ।ସେପଟେ ଦକ୍ଷିଣଆଫ୍ରିକା ବିପକ୍ଷରେ କ୍ରମାଗତ ୪ଟି ପରାଜୟ ପରେ ଚାପରେ ରହିଛି ଭାରତୀୟ ଦଳ ।

ବ୍ୟାଟିଂ ଓ ବୋଲିଂ ବ୍ୟତୀତ ନେତୃତ୍ୱ ନେବାରେ ମଧ୍ୟ ସାଉଥ ଆଫ୍ରିକା ଅଧିନାୟକ ତେମ୍ବା ବଭୁମା ସଫଳ ହୋଇଛନ୍ତି । ଭାରତୀୟ ଦଳରେ ଆଜି ବଡ଼ ପରିବର୍ତ୍ତନ ଆଶା କରାଯାଉଛି । କିଛି ଖେଳାଳିଙ୍କୁ ବିଶ୍ରାମ ଦେଇ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିପାରେ । ଋତୁରାଜ ଗାଏକଓ୍ଵାଡ ଓ ସୂର୍ଯ୍ୟକୁମାର ଯାଦବଙ୍କୁ ପ୍ଲେଇଂ ଇଲେଭେନରେ ସ୍ଥାନ ମିଳିପାରେ । ବୁମରାଙ୍କୁ ବିଶ୍ରାମ ଦେଇ ମହମ୍ମଦ ସିରାଜଙ୍କୁ ଖେଳିବାର ସୁଯୋଗ ମିଳିପାରେ । ଏପରି ସ୍ଥିତିରେ କ୍ୟାପଟେନ କେଏଲ ରାହୁଲଙ୍କ ନେତୃତ୍ୱରେ ଭାରତୀୟ ଦଳ ଆଜି କେପଟାଉନରେ ସମ୍ମାନ ରକ୍ଷା ଉଦ୍ଦେଶ୍ୟରେ ଖେଳିବାକୁ ପଡିଆକୁ ଓହ୍ଲାଇବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.