ଚାମ୍ପିଅନ୍ସ ଟ୍ରଫି ଦ୍ବିତୀୟ ସେମିଫାଇନାଲ : ଲାହୋରରେ ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ, ସ୍ପିନରଙ୍କୁ ନେଇ ଖେଳିବ କିୱି ଟିମ୍

ଆଇସିସି ଚାମ୍ପିଅନ୍ସ ଟ୍ରଫିର ଦ୍ବିତୀୟ ସେମିରେ ଆଜି ନ୍ୟୁଜିଲାଣ୍ଡକୁ ଭେଟିବ ଦକ୍ଷିଣ ଆଫ୍ରିକା । ନ୍ୟୁଜିଲାଣ୍ଡ୍ ଗ୍ରୁପ୍ ‘ଏ’ ଦ୍ବିତୀୟ ଦଳ ଭାବେ ସେମିଫାଇନାଲ ଆସିଥିବା ବେଳେ ଦକ୍ଷିଣ ଆଫ୍ରିକା ଗ୍ରୁପ୍ ଟପ୍ପର । ଗ୍ରୁପ୍ ପର୍ଯ୍ୟାୟର ଶେଷ ଲିଗ୍ ଖେଳିବାକୁ ଦୁବାଇ ଗସ୍ତ କରିଥିବା ନ୍ୟୁଜିଲାଣ୍ଡ ଦଳ ଏବେ ନିଜର ଲକି ଗ୍ରାଉଣ୍ଡ ଲାହୋରକୁ ଫେରିଛି ।
ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ପାକିସ୍ତାନରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳାରେ ଦଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା । ଦୁବାଇର ସ୍ପିନ୍ ପିଚରେ ୩ ଜଣିଆ ସ୍ପିନରକୁ ନେଇ ଭାରତ ବିପକ୍ଷରେ ଖେଳିଥିଲୁ । ସେମିଫାଇନାଲ ମ୍ୟାଚରେ ମଧ୍ୟ ୩ ଜଣ ସ୍ପିନରକୁ ନେଇ ଖେଳିବୁ । ଲାହୋରରେ ଗତ ଦୁଇଟି ବିଜୟ ହାସଲ କରିବାବେଳେ ନ୍ୟୁଜିଲାଣ୍ଡ ଉଭୟ ଥର ୩୦୦ରୁ ଊର୍ଦ୍ଧ୍ବ ରନ୍ ସଂଗ୍ରହ କରିଥିଲା ।
୨୦୧୭ ମସିହା ପରଠାରୁ ୨୦୧୯ ଓ ୨୦୨୩ ବିଶ୍ବକପ୍ରେ ଉଭୟ ଦଳ ପରସ୍ପରକୁ ଥରେ ଲେଖାଏଁ ଭେଟି ୧-୧ ସ୍ଥିତିରେ ରହିଛନ୍ତି । ଏହି ସମୟ ମଧ୍ୟରେ ଦୁଇ ଦେଶ ୧୧ ଥର ଭେଟିଥିବା ବେଳେ ନ୍ୟୁଜିଲାଣ୍ଡ୍ ୭ ଥର ଜିତି ଆଗୁଆ ରହିଛି ।
ତେବେ ଚାମ୍ପିଅନ୍ସ ଟ୍ରଫି ସେମି ଫାଇନାଲରେ ଭାରତ ଅଷ୍ଟ୍ରେଲିଆକୁ ୪ ଓ୍ବିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଛି । ଆଜିର ସେମିଫାଇନାଲ ମ୍ୟାଚ ଯେଉଁ ଟିମ୍ ଜିତିବ, ଟିମ୍ ଇଣ୍ଡିଆ ସହିତ ଫାଇନାଲରେ ଖେଳିବ । ଫାଇନାଲ ମ୍ୟାଚରେ ଦୁବାଇର ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ୯ ମାର୍ଚ୍ଚରେ ଖେଳାଯିବ ।
Also Read : ଟ୍ରାଭିସ ହେଡଙ୍କ ୱିକେଟ ଯିବା ପରେ ଭାଙ୍ଗଡା ନାଚିଲେ ବିରାଟ କୋହଲି, ଦେଖନ୍ତୁ ଭିଡିଓ