୪ ଓ୍ଵିକେଟ୍‌ରେ ବାରବାଟୀ ବ୍ୟାଟଲ ଜିତିଲା ଦକ୍ଷିଣ ଆଫ୍ରିକା

କେନ୍ୟୁଜ୍(ବ୍ୟୁରୋ):ବାରବାଟୀରେ ବାଜି ମାରିଲା ଦକ୍ଷିଣ ଆଫ୍ରିକା । ଦ୍ୱିତୀୟ ଟି-୨୦ରେ ଭାରତକୁ ୪ ଓ୍ଵିକେଟରେ ସହଜ ବିଜୟ ହାସଲ କରିଛି ଦକ୍ଷିଣ ଆଫ୍ରିକାର । ୧୪୯ ରନ ଟାର୍ଗେଟକୁ ପିଛା କରୁଥିବା ଭ୍ରମଣକାରୀ ଦଳ ହାତରେ ୧୦ଟି ବଲ ବାକି ଥାଇ ବିଜୟ ବାନା ଉଡାଇଥିଲା । ୪୮ ବଲ୍‌ରେ ଦମଦାର ୮୧ ରନ୍‌ କରିଥିଲେ କ୍ଲାସେନ । ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ୪ଟି ଓ୍ଵିକେଟ ନେଇ ଭ୍ରମଣକାରୀ ଦଳର ବିପର୍ଯ୍ୟୟ ଘଟାଇଥିଲେ । ପୂର୍ବରୁ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ ହରାଇ ୧୪୮ ରନ୍‌ କରିଥିଲା । ଦୀନେଶ କାର୍ତ୍ତିକଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ସମ୍ମାନଜନକ ସ୍କୋର କରିଛି ।

ଆରମ୍ଭରୁ ଭାରତୀୟ ଟିମକୁ ଲାଗିଥିଲା ଝଟକା । ଦଳର ଟପ ବ୍ୟାଟର ବିଫଳ ହୋଇଥିଲେ । ପ୍ରଥମ ଓଭରରେ ୧ ରନ୍‌ କରି ପାଭିଲିୟନ୍‌ ଫେରିଥିଲେ ଋତୁରାଜ ଗାଏକଓ୍ଵାର୍ଡ । ସେହିପରି ୨୧ ବଲ୍‌ରେ ୩୪ ରନ୍‌ କରି ଆଉଟ୍‌ ହୋଇଥିଲେ ଇଶାନ କିଶନ । ରୁତୁରାଜଙ୍କ ଓ୍ଵିକେଟର ପତନ ପରେ ଦମଦାର ବ୍ୟାଟିଂ କରିଥିଲେ ଇଶାନ କିଶନ । ଇନିଂସରେ ଥିଲା ୩ଟି ବିଶାଳ ଛକ୍କା ଓ ୨ଟି ଚୌକା । ଦଳ ପକ୍ଷରୁ ଶ୍ରେୟସ ଆୟର ସର୍ବାଧିକ ୪୦ ରନ୍‌ କରିଥିଲେ । ସେପଟେ ମିଡିଲ ଅଡର ପୁଣି ଫେଲ ମାରିଥିଲା । ଅଧିନାୟକ ରିଷଭ ପନ୍ତ ୫ ଓ ଅଲରାଉଣ୍ଡର୍‌ ହାର୍ଦ୍ଦିର୍କ ପାଣ୍ଡ୍ୟା ୯ ରନ୍‌ କରି ଆଉଟ ହୋଇଥିଲେ ।

 ପ୍ରଥମ ଓଭରରେ ଦଳକୁ ଝଟକା ଲାଗିଥିଲା । ୪ ରନ କରି ଭୁବନେଶ୍ୱର କୁମାରଙ୍କ ଶୀକାର ହୋଇଥିଲେ ରିଜା ହେଣ୍ଡଡ୍ରିକ୍ସ । ପୂର୍ବରୁ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ ହରାଇ ୧୪୮ ରନ୍‌ କରିଥିଲା ଭାରତ । ଦୀନେଶ କାର୍ତ୍ତିକଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ସମ୍ମାନଜନକ ସ୍କୋର କରିଛି । ଆରମ୍ଭରୁ ଭାରତୀୟ ଟିମକୁ ଲାଗିଥିଲା ଝଟକା । ଦଳର ଟପ ବ୍ୟାଟର ବିଫଳ ହୋଇଥିଲେ । ପ୍ରଥମ ଓଭରରେ ୧ ରନ୍‌ କରି ପାଭିଲିୟନ୍‌ ଫେରିଥିଲେ ଋତୁରାଜ ଗାଏକଓ୍ଵାର୍ଡ ।

ସେହିପରି ୨୧ ବଲ୍‌ରେ ୩୪ ରନ୍‌ କରି ଆଉଟ୍‌ ହୋଇଥିଲେ ଇଶାନ କିଶନ । ରୁତୁରାଜଙ୍କ ଓ୍ଵିକେଟର ପତନ ପରେ ଦମଦାର ବ୍ୟାଟିଂ କରିଥିଲେ ଇଶାନ କିଶନ । ଇନିଂସରେ ଥିଲା ୩ଟି ବିଶାଳ ଛକ୍କା ଓ ୨ଟି ଚୌକା । ଦଳ ପକ୍ଷରୁ ଶ୍ରେୟସ ଆୟର ସର୍ବାଧିକ ୪୦ ରନ୍‌ କରିଥିଲେ । ସେପଟେ ମିଡିଲ ଅଡର ପୁଣି ଫେଲ ମାରିଥିଲା । ଅଧିନାୟକ ରିଷଭ ପନ୍ତ ୫ ଓ ଅଲରାଉଣ୍ଡର୍‌ ହାର୍ଦ୍ଦିର୍କ ପାଣ୍ଡ୍ୟା ୯ ରନ୍‌ କରି ଆଉଟ ହୋଇଥିଲେ ।

Leave A Reply

Your email address will not be published.