ଟି୨୦ ବିଶ୍ୱକପ ୨୦୨୪ : ଫାଇନାଲରେ ପ୍ରବେଶ କଲା ସାଉଥ ଆଫ୍ରିକା, ଭାବବିହ୍ଵଳ ହୋଇପଡିଲେ ମାର୍କରମ

ଟି୨୦ ବିଶ୍ୱକପ ୨୦୨୪ ଫାଇନାଲରେ ପହଞ୍ଚିଛି ସାଉଥ ଆଫ୍ରିକା । ଆଜିର ସେମିଫାଇନାଲ ମ୍ୟାଚରେ ଆଫଗାନିସ୍ତାନକୁ ୯ ଓ୍ଵିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଛି ସାଉଥ ଆଫ୍ରିକା । ସାଉଥ ଆଫ୍ରିକା ସେମିଫାଇନାଲରେ କମାଲ୍‌ ପ୍ରଦର୍ଶନ କରି ଆଫଗାନିସ୍ତାନ ଟିମକୁ ହରାଇଛି । ଟିମ୍‌ ଜିତିବା ପରେ ଅଧିନାୟକ ଏଡିନ ମାର୍କରମ ଭାବୁକ ହୋଇପଡିଛନ୍ତି । ସେ ମ୍ୟାଚ ସରିବା ପରେ କାନ୍ଦି ପକାଇଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ଦକ୍ଷିଣ ଆଫ୍ରିକାକୁ ଆଫଗାନିସ୍ତାନ ୫୬ ରନ ଟାର୍ଗେଟ ଦେଇଥିଲା । ଏହାପରେ ସାଉଥ ଆଫ୍ରିକା ମାତ୍ର ୮.୫ ଓଭରରେ ୧ ଓ୍ଵିକେଟ ହରାଇ ଫାଇନାଲ ଟିକେଟ କାଟିଥିଲା । ସାଉଥ ଆଫ୍ରିକା ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ଏଡିନ ମାର୍କରମଙ୍କ ନେତୃତ୍ୱରେ ଟିମ୍‌ କମାଲ କରିଛି । ମାର୍କରମ ଟିମ୍‌ ଜିତିବା ପରେ ଭାବବିହ୍ଵଳ ହୋଇପଡିଛନ୍ତି । ତାଙ୍କ ଆଖିରେ ଲୁହ ଆସିଯାଇଥିଲା । ମାର୍କରମ ସାଉଥ ଆଫ୍ରିକାକୁ ଫାଇନାଲରେ ପହଞ୍ଚାଇଥିବା ଅଧିନାୟକ ।

ସାଉଥ ଆଫ୍ରିକା ସେମିଫାଇନାଲରେ ୭ ଥର ପରାଜୟର ସାମ୍ନା କରିଛି । ଏହାପରେ ଫାଇନାଲରେ ସ୍ଥାନ ପକ୍କା କରିଛି । ସାଉଥ ଆଫ୍ରିକା ଟି୨୦ ବିଶ୍ୱକପ ୨୦୨୪ରେ ଶାନଦାର ପ୍ରଦର୍ଶନ କରିଛନ୍ତି । ପୂର୍ବରୁ ସମସ୍ତ ଗ୍ରୁପ ମ୍ୟାଚ ଜିତିଥିବା ବେଳେ ସୁପର-୮ରେ ମଧ୍ୟ ମ୍ୟାଚ ଜିତିଛି ।

ସାଉଥ ଆଫ୍ରିକା ସେମିଫାଇନାଲରେ ଆଫଗାନିସ୍ତାନକୁ ପ୍ରଥମେ ମାତ୍ର ୧୧.୫ ଓଭରରେ ୫୬ ରନରେ ଅଲଆଉଟ କରିଥିଲା । ତା’ ପରେ ସାଉଥ ଆଫ୍ରିକା ୮.୫ ଓଭରରେ ୧ ଓ୍ଵିକେଟ ହରାଇ ମ୍ୟାଚ ଜିତିଯାଇଥିଲା । ଟି୨୦ ବିଶ୍ୱକପ ୨୦୨୪ରେ ସାଉଥ ଆଫ୍ରିକାରେ ସବୁଠାରୁ ଅଧିକ ରନ କ୍ୱିଣ୍ଟିନ ଡିକକ୍‌ କରିଛନ୍ତି । ସେ ୮ଟି ମ୍ୟାଚରେ ୨୦୪ ରନ୍‌ କରିଛନ୍ତି । ଚଳିତ ଟୁର୍ଣ୍ଣାମେଣ୍ଟରେ ଡିକକ୍‌ ୧୭ ଚଉକା ଏବଂ ୧୨ଟି ଛକା ମାରିଛନ୍ତି ।