ଦିନିକିଆ ବିଶ୍ବକପ ୨୦୨୭ : ଆୟୋଜନ କରିବେ ୩ଟି ଦେଶ, ଦୁଇଟିର ନାମ କନଫର୍ମ ୩ୟ ଟିମ ହୋଇନାହିଁ କନଫର୍ମ

ଦିନିକିଆ ବିଶ୍ବକପ ଆସନ୍ତାବର୍ଷ ହେବାକୁ ଯାଉଛି । ଟି୨୦ ବିଶ୍ବକପ ସରିବା ପରେ ଆଇସିସିର ସବୁଠାରୁ ବଡ଼ ଇଭେଣ୍ଟ ରହିଛି ଦିନିକିଆ ବିଶ୍ବକପ । ଆଇସିସି ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ କରିଛି । ଆଗାମୀ ବିଶ୍ବକପର ଆୟୋଜନ ୩ ଦେଶ ମିଳିତ ଭାବେ କରିବେ ।

ଆଇସିସି ଦିନିକିଆ ବିଶ୍ବକପ ୨୦୨୭ର ଆୟୋଜନନ ସାଉଥ ଆଫ୍ରିକା, ଜିମ୍ବାୱେ ଏବଂ ନାମିବ୍ୟା କରୁଛନ୍ତି । ଏଥିରେ କେବଳ ଦୁଇଟି ଟିମ୍ ନିଜ ସ୍ଥାନ ପକ୍କା କରିଛି । ସାଉଥ ଆଫ୍ରିକା ଏବଂ ଜିମ୍ବାୱେ ନିଜ ସ୍ଥାନ ପକ୍କା କରିଥିବେଳେ ନାମିବ୍ୟା ଏଯାଏଁ ନିଜ ସ୍ଥାନ ପକ୍କା କରିନାହିଁ । ଏହାର କାରଣ ଅଲଗା ରହିଛି । ସାଉଥ ଆଫ୍ରିକା ଏବଂ ଜିମ୍ବାୱେ ଆଇସିସିର ଫୁଲ୍ ମେମ୍ବର ଟିମ, କିନ୍ତୁ ନାମିବ୍ୟା ଆସୋସିଏଟ୍ ମେମ୍ବର ରହିଛନ୍ତି ।  ଆଇସିସି ନିୟମ ଅନୁଯାୟୀ ଯଦି କୌଣସି ଦେଶରେ ବଡ଼ ଇଭେଣ୍ଟ ହୁଏ, ତେବେ ଆୟୋଜକ ହିସାବରେ ସେହି ଟିମକୁ ସ୍ଥାନ ପକ୍କା କରିବାକୁ ହେବ । ଆସୋସିଏଟ ମେମ୍ବରକୁ କ୍ବାଲିଫାୟର ଖେଳି ଆସିବାକୁ ହେବ । ଯଦି ନାମିବ୍ୟା ଆୟୋଜକ ହୋଇଥାଏ, କିନ୍ତୁ ବିଶ୍ବକପ ଖେଳିବା ପାଇଁ କ୍ବାଲିଫାୟାର ରାଉଣ୍ଡ ଖେଳି ଆସିବାକୁ ହେବ ।

ଆଗାମୀ ବର୍ଷ ହେବାକୁ ଥିବା ଟି୨୦ ବିଶ୍ବକପରେ ୧୪ ଟିମ୍ ଭାଗ ନେବେ । ୨୦୨୩ରେ ଦିନିକିଆ ବିଶ୍ବକପ ହୋଇଥିଲା, ସେତେବେଳେ କେବଳ ୧୦ଟି ଟିମ୍ ଖେଳିଥିଲା । କିନ୍ତୁ ଏଥର ୪ଟି ଅଧିକ ଟିମ୍ ଦିନିକିଆ ବିଶ୍ବକପରେ ଭାଗ ନେବ । ତେବେ କେଉଁ ଟିମ ଭାଗ ନେବ ତାହା ଏଯାଏଁ ଜଣାପଡିନାହିଁ । ସାଉଥ ଆଫ୍ରିକା ଏବଂ ଜିମ୍ବାୱେ ନିଜ ସ୍ଥାନ ପକ୍କା କରିଥିବା ବେଳେ ଅନ୍ୟ ୮ଟି ଟିମ୍ ଆଇସିସି ଦିନିକିଆ ରାଙ୍କିଂ ଆଧାରରେ ନିଷ୍ପତ୍ତି ନିଆଯାଇଛି । ଭାରତ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଇଂଲଣ୍ଡ, ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ଟିମ ରାଙ୍କିଂରେ ଶୀର୍ଷରେ ରହିଛନ୍ତି ।

Also Read : ବଢିଲା କେକେଆରର ମୁସ୍କିଲ, ବୈଶାଖୀ ସହାୟତାରେ ଚାଲୁଛନ୍ତି ହର୍ଷିତ ରାଣା