ହକି ବିଶ୍ୱକପ: ଜାପାନକୁ ୨-୧ ଗୋଲ୍‌ରେ ମାତ୍ ଦେଲା କୋରିଆ

ବିଶ୍ୱକପର ପଞ୍ଚମ ଦିନର ପ୍ରଥମ ତଥା ୧୫ ତମ ମ୍ୟାଚରେ ବିଜୟ ଲାଭ କରିଛି କୋରିଆ ଦଳ। ୨ -୧ ରେ ଜାପାନକୁ ହରାଇ ବିଜୟର ଟୀକା ପିନ୍ଧିଛି କୋରିଆ। ଏହି ବିଜୟ ସହ କୋରିଆ ଟେବୁଲ ପଏଣ୍ଟରେ ଖାତା ଖୋଲି ୩ ପଏଣ୍ଟ ପାଇଛି। କୋରିଆ ଦଳ ତରଫରୁ ଲୀ ଯୁଙ୍ଗଜୁନ ୨ ଟି ଗୋଲ ଦେଇ ଦଳକୁ ବିଜୟ ଲାଭ କରାଇଛନ୍ତି।

ସେହିଭଳି ନାଗୟୋଷି କେନ ଜାପାନ ଦଳ ତରଫରୁ ଗୋଟିଏ ଗୋଲ ଦେବାରେ ସଫଳ ହୋଇଥିଲେ ବି ମ୍ୟାଚରେ ପରାଜୟ ବରଣ କରିଛି ଜାପାନ ଦଳ। ପରବର୍ତୀ ମ୍ୟାଚ 2 ଥରର ବିଶ୍ୱବିଜେତା ଜର୍ମାନୀ ଏବଂ 2018 ଟାଇଟେଲ ଧାରୀ ବେଲଜିଅମ ସହିତ ହେବ।

Leave A Reply

Your email address will not be published.