ସ୍ପେନକୁ ମିଳିଲା ୟୁରୋକପ୍ ଆଉ ୱିମ୍ବଲଡନ୍ ଡବଲ୍ ଟାଇଟଲ୍

ସ୍ପେନକୁ ଡବଲ୍ ଟାଇଟଲ୍ । ୟୁରୋକପ୍ ଆଉ ୱିମ୍ବଲଡନ୍ ଟାଇଟଲ୍ ଯାଇଛି ସ୍ପେନ୍ ହାତକୁ । ଗତକାଲି ଦୁଇଟି ଯାକ ମେଗା ଇଭେଣ୍ଟର ଫାଇନାଲ ଥିଲା । ୟୁରୋ କପ ଫୁଟବଲ ଫାଇନାଲରେ ସ୍ପେନ୍ ୨-୧ ଗୋଲରେ ଇଂଲଣ୍ଡକୁ ହରାଇ ଚତୁର୍ଥ ଥର ଚାମ୍ପିଅନ୍ ହୋଇଛି । ମ୍ୟାଚର ପ୍ରଥମାର୍ଦ୍ଧରେ କହି ଗୋଲ୍ ଦେଇ ପାରିନଥିଲେ । ତେବେ ଦ୍ବିତୀୟାର୍ଦ୍ଧରେ ଦେଖିବାକୁ ମିଳିଥିଲା ଜୋରଦାର ଟକ୍କର ।

ଆରମ୍ଭରୁ ପ୍ରଥମ ଗୋଲ୍ ଇଂଲଣ୍ଡ ତରଫରୁ ଦେଇଥିଲେ ନିକୋ ୱିଲିୟମ୍ସ । ୭୩ ମିନିଟରେ ଏହାକୁ ଶୁଝାଇ ଦେଇଥିଲେ ସ୍ପେନର କୋଲ ପାମର । ତେବେ ୮୬ ମିନିଟରେ ଓୟାରଜାବେଲଙ୍କ ଗୋଲ୍ ସ୍ପେ୩ନକୁ ଚାମ୍ପିଅନ୍ କରାଇଥିଲା ।  ସେହିପରି ୱିମ୍ବଲଡନ୍ ଗ୍ରାଣ୍ଡସ୍ଲାମ୍ ଟେନିସ୍ ଟୁର୍ଣ୍ଣାମେଣ୍ଟରେ ସ୍ପେନର କାର୍ଲୋସ୍ ଆଲକାରାଜ ସହଜରେ ସର୍ବିଆର ନୋଭାକ ଜୋକୋଭିକଙ୍କୁ ହରାଇ ଚାମ୍ପିଅନ୍ ହୋଇଛନ୍ତି । ଫାଇନାଲରେ ଆଲକାରାଜ ୬-୨, ୬-୪ ଓ ୭-୬ ସେଟରେ ବିଜୟୀ ହୋଇଥିଲେ । ୨୧ ବର୍ଷ ବୟସ୍କ ଆଲକାରାଜଙ୍କର ଇଏ ହେଉଛି ଚତୁର୍ଥ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ ଟାଇଟଲ୍ ।