ଉଡାଣ ଭରିଲା ‘ଚାମ୍ପିଅନ ବିଶ୍ୱକପ ୨୪ ’ ବିମାନ, ଏୟାର ଇଣ୍ଡିଆର ବୋଇଂ ୭୭୭ ବିମାନ ଦେଖି ହତବାକ ବାର୍ବାଡୋସ ଏୟାରପୋର୍ଟ କର୍ମଚାରୀ
![air india](https://knewsodisha.com/wp-content/uploads/2024/07/air-india.jpg)
ଟି୨୦ ବିଶ୍ୱକପ ୨୦୨୪ ଟ୍ରଫି ବିଜେତା ଭାରତୀୟ ଟିମ୍ ଘୂର୍ଣ୍ଣଝଡ ଯୋଗୁଁ ବାର୍ବାଡୋସରେ ଫସିଥିଲା । ଏବେ ବିସିସିଆଇର ଚାର୍ଟର ବିମାନରେ ବାର୍ବାଡୋସରୁ ଉଡାଣ ଭରିଛନ୍ତି ଭାରତୀୟ ଟିମ୍ । ଘୂର୍ଣ୍ଣିଝଡ ବରେଲିରେ ଫସିଥିବା ଭାରତୀୟ ଟିମ୍ ଖୁବଶୀଘ୍ର ଭାରତ ପହଞ୍ଚିବ । ବିସିସିଆଇ ସମସ୍ତ ଖେଳାଳିଙ୍କ ପାଇଁ ଚାର୍ଟର ବିମାନ ବ୍ୟବସ୍ଥା କରିଥିଲା । ‘ଚାମ୍ପିଅନ ବିଶ୍ୱକପ ୨୪ ’ ନାମରେ ସ୍ପେଶାଲ ଚାର୍ଟର ବିମାନରେ ଭାରତୀୟ ଟିମ୍ ପହଞ୍ଚିବ ।
ଭାରତୀୟ ଟିମ ସ୍ୱଦେଶ ଫେରିବା ପାଇଁ ଏୟାର ଇଣ୍ଡିଆର ବୋଇଂ ୭୭୭ ବିମାନ ବାର୍ବାଡୋସ ପହଞ୍ଚିଥିଲା । ଏହି ବିମାନର ନାମ AIC24WC ‘ଚାମ୍ପିଅନ ବିଶ୍ୱକପ ୨୪ ’ ରଖାଯାଇଛି ।
ବାର୍ବାଡୋସ ଏୟାରପୋର୍ଟରେ ପ୍ରଥମ ଥର ପାଇଁ ଏତେ ବଡ ବିମାନ ଦେଖି ସେଠାରେ କାମ କରୁଥିବା କର୍ମଚାରୀ ହତବାକ୍ ହୋଇଯାଇଛନ୍ତି । ପ୍ରଥମ ଥର ପାଇଁ ବାର୍ବାଡୋସରେ ଏତେ ବିମାନ ଅବତରଣ କରିଛି । ଏହି ବିମାନରେ ଭାରତୀୟ ଟିମ୍ ଦିଲ୍ଲୀ ଫେରିବ । ଟିମ୍ ଭାରତୀୟ ସମୟ ଅନୁସାରେ ଜୁଲାଇ ୪ରେ ସକାଳ ୬ଟାରେ ଦିଲ୍ଲୀରେ ପହଞ୍ଚିବ ।
ଭାରତୀୟ ଟିମ୍ ଦିଲ୍ଲୀରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କ ସହିତ ସାକ୍ଷାତ କରିବେ । ଏହାପରେ ଭାରତୀୟ ଟିମ୍ ମୁମ୍ବାଇ ପାଇଁ ଉଡାଣ ଭରିବ । ଭାରତୀୟ ଟିମ୍ ମୁମ୍ବାଇରେ ଖୋଲା ବସରେ ଟ୍ରଫି ସହିତ ଭ୍ରମଣ କରିବ । ୨୦୦୭ରେ ଭାରତ ଟାଇଟଲ ଜିତିଥିବା ବେଳେ ଟ୍ରଫି ସହିତ ବସରେ ମୁମ୍ବାଇ ରାସ୍ତାରେ ବୁଲିଥିଲେ ।
୨୦୦୭ରେ ଭାରତ ଟି୨୦ ବିଶ୍ୱକପ ଜିତିଥିଲା । ଧୋନିଙ୍କ ଅଧିନାୟକତ୍ୱରେ ଭାରତ ଟି୨୦ ବିଶ୍ୱକପ ଜିତିଥିଲା । ଏବେ ରୋହିତ ପୁଣି ଇତିହାସ ରଚିଛନ୍ତି । ଭାରତ ଫାଇନାଲରେ ସାଉଥ ଆଫ୍ରିକାକୁ ୭ ରନରେ ହରାଇ ଦ୍ୱିତୀୟ ଥର ଟି୨୦ ବିଶ୍ୱକପ ବିଜେତା ହୋଇଛି ।