ବାରବାଟୀ ଟି-20 ପାଇଁ ଭୁବନେଶ୍ୱରରୁ କଟକକୁ ସ୍ୱତନ୍ତ୍ର ମୋ ବସ୍ ସେବା, ପ୍ରତି ୧୫ମିନିଟରେ ଗୋଟିଏ ଲେଖାଏଁ ବସ୍ ଚଳାଚଳ

ଭୁବନେଶ୍ୱର(କେନ୍ୟୁଜ):ବାରବାଟୀ ଟି-ଟେ୍ଵଣ୍ଟି ପାଇଁ ସ୍ୱତନ୍ତ୍ର ମୋ ବସ ସେବା। ଭୁବନେଶ୍ୱରରୁ କଟକକୁ ସ୍ୱତନ୍ତ୍ର ବସ ଚଳାଚଳର ସମୟ ଧାର୍ଯ୍ୟ ହୋଇଛି। ମାଷ୍ଟରକ୍ୟାଣ୍ଟିନରୁ ରସୁଲଗଡ଼ ଦେଇ ମଧ୍ୟାହ୍ନ ୧୨ଟାରୁ ବସ ସେବା ଆରମ୍ଭ ହୋଇଛି। ପ୍ରତି ୧୫ମିନିଟରେ ଗୋଟିଏ ଲେଖାଏଁ ବସ ଚଳାଚଳ କରିବ। ସେହିପରି ବରମୁଣ୍ଡା ବସଷ୍ଟାଣ୍ଡରୁ ପଟିଆ ରୋଡ ଦେଇ ଷ୍ଟାଡିୟମ ପର୍ଯ୍ୟନ୍ତ ମଧ୍ୟ ବସ ଚଳାଚଳ କରିବ।

ସେହିପରେ ବାରବାଟୀ ଷ୍ଟାଡିୟମରୁ ଭୁବନେଶ୍ୱକୁ ୨ଟି ରୁଟରେ ବସ ଫେରିବ। ରାତି ସାଢେ ୧୧ଟା ଯାଏ ଏହି ସେବା ଉପଲବ୍‌ଧ ହେବାକୁ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଖେଳ ସରିବା ପର୍ଯ୍ୟନ୍ତ ଏହି ସେବା ରହିବ ବୋଲି କ୍ରୁଟ ପକ୍ଷରୁ କୁହାଯାଇଛି। ଖେଳପ୍ରେମୀ ଓ ଦର୍ଶକ ଯେପରି କୌଣସି ସମସ୍ୟାର ସମୁଖୀନ ନହେବେ ସେନେଇ କ୍ରୁଟ ଯତ୍ନବାନ ଥିବା କହିଛି।

You might also like