କିଟ୍ ବିଶ୍ୱବିଦ୍ୟାଳୟରେ ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଉଦଯାପିତ
କିଟ୍ ବିଶ୍ୱବିଦ୍ୟାଳୟରେ ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଆଜି ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ, ରିଲାଏନସ ଆଥଲେଟିକର ମୁଖ୍ୟ କୋଚ୍ ମାର୍ଟିନ ଓନ୍ସ, ଅବସରପ୍ରାପ୍ତ ଗ୍ରୃପ କ୍ୟାପଟେନ ଦିନେଶ ସୁରୀ, ଆୟୋଜକ ସମ୍ପାଦକ ସଞ୍ଜୟ ଗଡ଼ନାୟକ, କିସ୍ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ ବେହେରା ଓ କିଟ୍ କ୍ରୀଡ଼ା ମହାନିର୍ଦ୍ଦେଶକ ଡ ଗଗନେନ୍ଦୁ ଦାଶ ପ୍ରମୁଖ ଯୋଗଦେଇ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ପୁରସ୍କୃତ କରିବା ସହ ପଦକ ପ୍ରଦାନ କରିଥିଲେ।
କିଟ୍ ବିଶ୍ବବିଦ୍ୟାଳୟ ପରିସରରେ ଚାଲିଥିବା ଏହି ପ୍ରତିଯୋଗିତା ଭାରତୀୟ ବିଶ୍ୱବିଦ୍ୟାଳୟ ସ୍ତରରେ ସବୁଠାରୁ ବଡ ଇଭେଣ୍ଟ। ଏହି ଅବସରରେ ଏଠାରେ ୧୧ଟି ନୂଆ ରେକର୍ଡ ସ୍ଥାପନ ହୋଇଥିଲା। କିଟ୍ ବିଶ୍ବବିଦ୍ୟାଳୟ ମଧ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରି ୬ଟି ସ୍ବର୍ଣ୍ଣ ପଦକ ସମେତ ଅନ୍ୟାନ୍ୟ ପଦକ ଜିତିଛି । ଏହି ପ୍ରତିଯୋଗିତାରେ ୧୨୦ ପଏଣ୍ଟ ସହ ମାଙ୍ଗାଲୋର ବିଶ୍ବବିଦ୍ୟାଳୟ ପ୍ରଥମ ସ୍ଥାନରେ ରହିଥିବା ବେଳେ ମାଡ୍ରାସ ବିଶ୍ବବିଦ୍ୟାଳୟ ଦ୍ବିତୀୟ ଓ ପଞ୍ଜାବ ବିଶ୍ବବିଦ୍ୟାଳୟ ୩ୟ ସ୍ଥାନରେ ରହିଛି।କିଟ୍ ବିଶ୍ବବିଦ୍ୟାଳୟ ମହିଳା ବର୍ଗରେ ଓଭରଅଲ ଚାମ୍ପିଅନରେ ତୃତୀୟ ସ୍ଥାନରେ ରହିଛି। ଏହି ଅବସରରେ ପ୍ରତିଷ୍ଠାତା ଡ.ସାମନ୍ତ ସମସ୍ତ ସଫଳ କ୍ରୀଡାବିତଙ୍କୁ ଶୁଭେଚ୍ଛା ଜଣାଇଥିଲେ।